୭ମାସରେ ଚାକିରି ଛାଡ଼ିଛନ୍ତି ୫୮ ସିଇଓ-ଏମ୍‌ଡି

ନୂଆଦିଲ୍ଲୀ,୨୩-୮: ଇଣ୍ଡିଆ ଇଙ୍କ୍‌ର କର୍ନର ଅଫିସ୍‌ରୁ ଚଳିତ ବର୍ଷର ୭ ମାସ ମଧ୍ୟରେ ୫୮ ଜଣ ସିଇଓ-ଏମ୍‌ଡି ଚାକିରି ଛାଡ଼ିଛନ୍ତି। ପ୍ରାଇମ ଡାଟାବେସ୍‌ ପକ୍ଷରୁ ଏନ୍‌ଏସ୍‌ଇଇନ୍‌ଫୋବେସ୍‌ ଡଟ୍‌ କମ୍‌ର ତର୍ଜମା କରାଯିବା ପରେ ଏହି ତଥ୍ୟ ଜଣାପଡିଛି। ୨୦୦୯ରେ ଏହି ସଂଖ୍ୟା ୨୨ ଏବଂ ୨୦୦୬ରେ ଏହା ମାତ୍ର ୨୭ ଥିଲା। ତଥ୍ୟରୁ ଜଣାପଡିଛି ଯେ, ଅଧିକାଂଶ ସିଇଓ ତଥା ଏମ୍‌ଡି ବିଭିନ୍ନ କାରଣ ଓ ପରିସ୍ଥିତି ଯୋଗୁ ଚାକିରି ଛାଡ଼ିଥିବା ଜଣାପଡିଛି। ପ୍ରତିବର୍ଷ ସେମାନଙ୍କ ଇସ୍ତଫା ଦେବା ସଂଖ୍ୟା ଭିନ୍ନ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନେକ କ୍ଷେତ୍ରରେ ଚାପ ବୃଦ୍ଧି, ସର୍ବୋଚ୍ଚ ସ୍ତରରେ କାର୍ଯ୍ୟଦକ୍ଷତା କମିବା ବରଦାସ୍ତ ନ କରିବା, ପ୍ରଦର୍ଶନ ସୁଧାରିବାର ଚାପ ଓ କୌଣସି ପ୍ରକାର ଜାଲିଆତି କାରଣରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ଚଳିତବର୍ଷ ଅଧିକ ସଂଖ୍ୟାରେ ସିଇଓ ଓ ଏମ୍‌ଡି ବାହାରି ଯାଇଛନ୍ତି।
ସିଇଓଙ୍କ ଉପରେ ଚାପ
ମ୍ୟାରିକୋ ଅଧ୍ୟକ୍ଷ ହର୍ଷ ମାରିଓ୍ବାଲା କହିଛନ୍ତି ଯେ, ବ୍ୟବସାୟିକ ପରିବେଶ ଆହ୍ବାନପୂର୍ଣ୍ଣ ହୋଇଗଲାଣି। ଅଭିବୃଦ୍ଧି ଧିମା ହେବା, ଲକ୍ଷ୍ୟ ହାସଲ କରିବା ଅଥବା ବାଧା କାରଣରୁ ଆଜି ସିଇଓଙ୍କ କାମ ଅନେକ ଚ୍ୟାଲେଞ୍ଜଯୁକ୍ତ ହୋଇଯାଇଛି। ପ୍ରାଇମ ଡାଟାବେସ୍‌ ଗ୍ରୁପ୍‌ ଏମ୍‌ଡି ପ୍ରଣବ ହଲ୍‌ଦିଆ କହିଛନ୍ତି ଯେ, ସିଇଓ ଓ ଏମ୍‌ଡି ଭୂମିକାରେ ଅଧିକ ଦାୟିତ୍ୱ କାରଣରୁ ଆଜି ଦରମା ବେଶ ବଢ଼ିଛି। କିନ୍ତୁ ଏଥିସହିତ ଅଧିକ ବିପଦ ମଧ୍ୟ ଯୋଡି ହୋଇଯାଇଛି। ଏହି କାରଣରୁ କମ୍ପାନୀର ଶୀର୍ଷ ପଦରେ ତିଷ୍ଠି ରହିବା ଅସମ୍ଭବ ହେଲାଣି। ସେ କହିଛନ୍ତି ଯେ, ସିଇଓଙ୍କ ଉପରେ ଆଜି ଅନେକ ଚାପ ରହିଛି। ତାଙ୍କୁ ବୋର୍ଡ, ନିବେଶକ ଓ ଶେୟାରଧାରୀଙ୍କ ଚାପର ସାମ୍ନା କରିବାକୁ ପଡିଥାଏ। ପ୍ରଦର୍ଶନ କରି ନ ପାରିଲେ ତାଙ୍କୁ ନିଜ ପଦ ଛାଡ଼ିବାକୁ ହେବ।
୨୦୧୮ରେ ସର୍ବାଧିକ ସିଇଓଙ୍କ ଇସ୍ତଫା
ଗତ ୧୪ ବର୍ଷରେ ସର୍ବାଧିକ ସିଇଓ ଗତବର୍ଷ ଇସ୍ତଫା ଦେଇଥିଲେ। ସେତେବେଳେ ବର୍ଷର ପ୍ରଥମ ୭ ମାସରେ ୫୯ ସିଇଓ ଓ ଏମ୍‌ଡି ପଦ ଛାଡ଼ିଥିଲେ। ସମ୍ପୂର୍ଣ୍ଣ ବର୍ଷରେ ଏହି ସଂଖ୍ୟା ୧୦୮ରେ ପହଞ୍ଚତ୍ଥିଲା। ପ୍ରାଇମ ଡାଟାବେସ୍‌ ଅନୁଯାୟୀ, ଏହା ଗ୍ଲୋବାଲ ଟ୍ରେଣ୍ଡ ସହିତ ତାଳ ଦେଇ ହେଉଥିଲା। ୨୦୧୮ରେ ବିଶ୍ୱରେ ସିଇଓ ଓ ଏମ୍‌ଡିଙ୍କ ଇସ୍ତଫା ସଂଖ୍ୟା ୧୯ ବର୍ଷର ଶୀର୍ଷରେ ପହଞ୍ଚତ୍ୟାଇଥିଲା। ପ୍ରାଇସ୍‌ଓ୍ବାଟର ହାଉସ୍‌କୁପର୍ସର ଷ୍ଟ୍ରାଟେଜି ଆଣ୍ଡ ସିଇଓ ସକ୍ସେସ୍‌ ଷ୍ଟଡିରୁ ଏହି ସଂଖ୍ୟା ମିଳିଥିଲା। ସାରା ବିଶ୍ୱରେ ୨୫୦୦ ତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ୧୭.୫%କୁ ଷ୍ଟଡିରେ ସାମିଲ କରାଯାଇଥିଲା। ସେମାନଙ୍କ ସିଇଓ ବଦଳ ହାର ୩.୬% ରହିଥିଲା। ଏହି ଷ୍ଟଡି ଅନୁଯାୟୀ ନୈତିକତା ସମ୍ପର୍କିତ ମାମଲାରେ ଗତବର୍ଷ ସର୍ବାଧିକ ସିଇଓଙ୍କୁ ବିଦା କରାଯାଇଛି। ବ୍ରାଜିଲ, ଭାରତ ଓ ରୁଷ୍‌ରେ ୨୦୧୮ରେ ସିଇଓ ଟର୍ନଓଭର ୨୧.୬ ପ୍ରତିଶତରେ ପହଞ୍ଚତ୍ ଯାଇଥିଲା, ଯାହା ହାରାହାରି ଠାରୁ ଅଧିକ।
ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ସହ ନିଜକୁ ଯୋଡୁଛନ୍ତି ସିଇଓ
ପ୍ରକ୍ସି ଆଡ୍‌ଭାଇଜରୀ ଫାର୍ମ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର ଆଡଭାଇଜରୀ ସର୍ଭିସେସ୍‌ର ଏମ୍‌ଡି ଅମିତ ଟଣ୍ଡନଙ୍କ କହିବାନୁଯାୟୀ, ସିଇଓଙ୍କ କାର୍ଯ୍ୟକାଳ ଛୋଟ ହୋଇ ଯାଉଛି। ସେ ଏହାର ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମତଃ, ସିଇଓଙ୍କ ଠାରୁ ଅଂଶଧନକାରୀମାନେ ଅଧିକ ଲାଭ ଆଶା କରୁଛନ୍ତି। ଦ୍ୱିତୀୟତଃ ସିଇଓ ଚାଲେଞ୍ଜିଙ୍ଗ ରୋଲ୍‌ ଖୋଜୁଛନ୍ତି। ସେମାନେ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି ଅଥବା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ସହ ନିଜକୁ ଯୋଡୁଛନ୍ତି। ଟଣ୍ଡନ କହିଛନ୍ତି ଯେ, ଯେଉଁ ଫ୍ୟାମିଲି ବ୍ୟବସାୟରେ ପ୍ରଫେସନାଲ ମ୍ୟାନେଜମେଣ୍ଟ ରହିଛି, ସେମାନେ ପରିବାରର କୌଣସି ସଦସ୍ୟଙ୍କ ତୁଳନାରେ ପେସାଦାର ମ୍ୟାନେଜମେଣ୍ଟଠାରୁ ଅଧିକ କାମ ଆଶା କରୁଛନ୍ତି। ପରିବାରର କୌଣସି ସଦସ୍ୟ ଶୀର୍ଷ ପଦରେ ରହି ଖରାପ ପ୍ରଦର୍ଶନ କଲେ ତାଙ୍କୁ ହଟାଯିବାର ପରମ୍ପରା ଦେଖିବାକୁ ମିଳେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri