୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ

ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। କିନ୍ତୁ ପରେ ଚୁକ୍ତିଭିତ୍ତିରେ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଉକ୍ତ ଚୁକ୍ତିର ନବୀକରଣ ନିମନ୍ତେ ସର୍ତ୍ତ ରଖାଯାଇଛି। କିନ୍ତୁ ଗତ ୬ ମାସ ହେଲା ଚୁକ୍ତି ଅବଧି ପୂରଣ ହୋଇଯାଇଥିଲେ ବି ଏଯାଏ ନୂଆ ଚୁକ୍ତିନାମା ବା ନବୀକରଣ କରାଯାଇ ନାହିଁ। ପ୍ରଶାସନର ନାଲି ଫିତା ତଳେ ଫାଇଲ୍‌ ପଡ଼ିରହିଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା। ଏପରି କି ଏଥିପାଇଁ ପୌରପାଳିକା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ କୁହାଯାଉଛି।
ଇକୋ ପାର୍କକୁ ଅନୁଗୋଳ ପୌରପାଳିକାର ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଏହି ପାର୍କ ନିର୍ମାଣ ପରେ ୨୦୧୮ ପର୍ଯ୍ୟନ୍ତ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। ତେବେ ଗତବର୍ଷ କାଉନସିଲ ଭାଙ୍ଗିବା ପୂର୍ବରୁ ପାର୍କର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାକୁ ଦେବାକୁ କାଉନସିଲ ବୈଠକରେ ସ୍ଥିର କରାଯାଇଥିଲା। ତଦନୁଯାୟୀ ବର୍ଷକୁ ୬ ଲକ୍ଷ ୩୦୧ ଟଙ୍କାର ଟେଣ୍ଡର କରାଯାଇ ୫ ବର୍ଷ ପାଇଁ ଏକ ଘରୋଇ ସଂସ୍ଥାକୁ ଚୁକ୍ତିଭିତ୍ତିରେ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଚୁକ୍ତି ନବୀକରଣ କରାଯିବା ସର୍ତ୍ତ ସହ ସିକ୍ୟୁରିଟି ବାବଦକୁ ଉକ୍ତ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କା ରଖାଯାଇଥିଲା। ୨୦୧୯ ମେ ୩୧ରୁ ପାର୍କ ପରିଚାଳନା କରୁଥିବା ସଂସ୍ଥା ସହ ହୋଇଥିବା ଚୁକ୍ତି ଅବଧି ଶେଷ ହୋଇଯାଇଛି। କିନ୍ତୁ ଏଯାଏ ତାହାର ନବୀକରଣ କରାଯାଇନାହିଁ। ପୌରପାଳିକା ପ୍ରଶାସକ ତଥା ଜିଲାପାଳ ଚୁକ୍ତି ନବୀକରଣ ପାଇଁ ନିର୍ଦ୍ଦେଶ ଦେବା ପରେ ପୌରପାଳିକା ପକ୍ଷରୁ ଫାଇଲ ପିଡିଙ୍କ ମାଧ୍ୟମରେ ଜିଲାପାଳଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ପିଡି ଫାଇଲଟିକୁ ଏପିଡିଙ୍କୁ ପ୍ରଦାନ କରିଥିଲେ ମଧ୍ୟ ତାହା ତାଙ୍କ ଟେବୁଲ ଉପରେ ଦୀର୍ଘଦିନ ହେବ ପଡ଼ିରହିଛି। ପ୍ରଶାସନର ଏପରି କାର୍ଯ୍ୟକୁ ନେଇ ପାର୍କ ପରିଚାଳନା ଦାୟିତ୍ୱ ନେଇଥିବା ଠିକାସଂସ୍ଥା ମାଲିକ ରଞ୍ଜିତ କୁମାର ଜେନା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେବେଠାରୁ ଚୁକ୍ତି ନବୀକରଣ କରାଯିବ ସେବେଠାରୁ ହିସାବ କରି ସେ ଟଙ୍କା ପ୍ରଦାନ କରିବେ। ଯଦି ବାସ୍ତବରେ ଏପରି କରାଯାଏ ତା’ହେଲେ ପୌରପାଳିକା ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଅତୁଲ୍ୟ କୁମାର ଚମ୍ପତ୍ତିରାୟ କହିଛନ୍ତି, ଫାଇଲ ଅଟକାଇ ରଖିବାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ପରିଚାଳନା ବ୍ୟବସ୍ଥାର ଘରୋଇକରଣ ବେଳେ ଜିଏସ୍‌ଟି ଲାଗୁ କରାଯାଇ ନ ଥିଲା। ଚଳିତ ଥର ଜିଏସ୍‌ଟି ଲାଗୁ କରିବାକୁ ଯୋଜନା ରଖାଯାଇଛି। ଜିଏସ୍‌ଟି କମିଶନରଙ୍କ ସହ ଯୋଗାଯୋଗ କରାଯାଉଥିବାରୁ ଫାଇଲ ଅଟକି ରହିଛି। ତେବେ କିପରି ଏହି କାର୍ଯ୍ୟ ଶୀଘ୍ର ହେବ ସେ ନେଇ ବିଚାର କରାଯିବ ବୋଲି ପିଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ରୁ ଝାରସୁଗୁଡ଼ାରୁ ଗୁଆହାଟିକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୭ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଦେଶର ପ୍ରମୁଖ ସହର ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, କଲିକତା, ହାଇଦ୍ରାବାଦ୍‌, ରାୟପୁର...

କମୁଛି ବୈତରଣୀ ଜଳସ୍ତର

ଆନନ୍ଦପୁର,୨୧ା୮(ସ୍ବ.ପ୍ର.): ବଙ୍ଗୋପସାଗରରେ ଲଘୁଚାପକୁ ଆଧର କରି କେନ୍ଦୁଝର ଜିଲାକୁ ରେଡ ଓ୍ବାର୍ନିଂ ତାଲିକା ଭୁକ୍ତ କରାଯାଇଥିଲା। ଆନନ୍ଦପୁର ଠାରେ ବର୍ଷାର ପ୍ରଭାବ କମ୍‌ ରହିଥିଲେ ସୁଦ୍ଧା...

ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ...

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଆୟୁଷ୍ମାନ

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ସେବାରେ ବୁଧବାର ସର୍ବକନିଷ୍ଠ ଦଇତାପତି ସେବାୟତ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଆୟୁଷ୍ମାନ ଦାସମହାପାତ୍ର। ଆୟୁଷ୍ମାନ ଅଣସର ତାଟି ଘରେ...

ଭୂମି ପରେ ଭାଷା

ଶରତ କୁମାର ଧଳ ପଟ୍ଟାଙ୍ଗୀ, ୧୫ା୧୦: ପ୍ରଥମେ ଭୂମି ହାତେଇବାକୁ ଚକ୍ରାନ୍ତ। ଏବେ ଭାଷାକୁ ଅକ୍ତିଆର କରିବାକୁ ପ୍ରୟାସ। ସୀମାନ୍ତ କୋରାପୁଟ ଜିଲାରେ ସରକାରୀ ସ୍କୁଲ...

ଅଲିଭ୍‌ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି: ଚତୁର୍ଥ ଦିନରେ ୮୫, ୭୪୭ ଅଣ୍ଡା

ଗଞ୍ଜାମ,୩୧।୩(ଡି.ଏନ.ଏ.):ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ରାତ୍ରି ସମୟରୁ ବୁଧବାର ସକାଳ...

୨୦ ବର୍ଷରେ ଓଡ଼ିଶା ବିକାଶକୁ ଦେଖ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବିଗତ ୨୦ ବର୍ଷରେ ଓଡ଼ିଶାରେ ବିକାଶର ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟିଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ମଙ୍ଗଳବାର...

ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମୋବାଇଲ

ଚିତ୍ରକୋଣ୍ଡା,୧୪।୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯିବ। ଏ...

Advertisement
Archives

Model This Week