୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ

ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। କିନ୍ତୁ ପରେ ଚୁକ୍ତିଭିତ୍ତିରେ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଉକ୍ତ ଚୁକ୍ତିର ନବୀକରଣ ନିମନ୍ତେ ସର୍ତ୍ତ ରଖାଯାଇଛି। କିନ୍ତୁ ଗତ ୬ ମାସ ହେଲା ଚୁକ୍ତି ଅବଧି ପୂରଣ ହୋଇଯାଇଥିଲେ ବି ଏଯାଏ ନୂଆ ଚୁକ୍ତିନାମା ବା ନବୀକରଣ କରାଯାଇ ନାହିଁ। ପ୍ରଶାସନର ନାଲି ଫିତା ତଳେ ଫାଇଲ୍‌ ପଡ଼ିରହିଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା। ଏପରି କି ଏଥିପାଇଁ ପୌରପାଳିକା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ କୁହାଯାଉଛି।
ଇକୋ ପାର୍କକୁ ଅନୁଗୋଳ ପୌରପାଳିକାର ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଏହି ପାର୍କ ନିର୍ମାଣ ପରେ ୨୦୧୮ ପର୍ଯ୍ୟନ୍ତ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। ତେବେ ଗତବର୍ଷ କାଉନସିଲ ଭାଙ୍ଗିବା ପୂର୍ବରୁ ପାର୍କର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାକୁ ଦେବାକୁ କାଉନସିଲ ବୈଠକରେ ସ୍ଥିର କରାଯାଇଥିଲା। ତଦନୁଯାୟୀ ବର୍ଷକୁ ୬ ଲକ୍ଷ ୩୦୧ ଟଙ୍କାର ଟେଣ୍ଡର କରାଯାଇ ୫ ବର୍ଷ ପାଇଁ ଏକ ଘରୋଇ ସଂସ୍ଥାକୁ ଚୁକ୍ତିଭିତ୍ତିରେ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଚୁକ୍ତି ନବୀକରଣ କରାଯିବା ସର୍ତ୍ତ ସହ ସିକ୍ୟୁରିଟି ବାବଦକୁ ଉକ୍ତ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କା ରଖାଯାଇଥିଲା। ୨୦୧୯ ମେ ୩୧ରୁ ପାର୍କ ପରିଚାଳନା କରୁଥିବା ସଂସ୍ଥା ସହ ହୋଇଥିବା ଚୁକ୍ତି ଅବଧି ଶେଷ ହୋଇଯାଇଛି। କିନ୍ତୁ ଏଯାଏ ତାହାର ନବୀକରଣ କରାଯାଇନାହିଁ। ପୌରପାଳିକା ପ୍ରଶାସକ ତଥା ଜିଲାପାଳ ଚୁକ୍ତି ନବୀକରଣ ପାଇଁ ନିର୍ଦ୍ଦେଶ ଦେବା ପରେ ପୌରପାଳିକା ପକ୍ଷରୁ ଫାଇଲ ପିଡିଙ୍କ ମାଧ୍ୟମରେ ଜିଲାପାଳଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ପିଡି ଫାଇଲଟିକୁ ଏପିଡିଙ୍କୁ ପ୍ରଦାନ କରିଥିଲେ ମଧ୍ୟ ତାହା ତାଙ୍କ ଟେବୁଲ ଉପରେ ଦୀର୍ଘଦିନ ହେବ ପଡ଼ିରହିଛି। ପ୍ରଶାସନର ଏପରି କାର୍ଯ୍ୟକୁ ନେଇ ପାର୍କ ପରିଚାଳନା ଦାୟିତ୍ୱ ନେଇଥିବା ଠିକାସଂସ୍ଥା ମାଲିକ ରଞ୍ଜିତ କୁମାର ଜେନା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେବେଠାରୁ ଚୁକ୍ତି ନବୀକରଣ କରାଯିବ ସେବେଠାରୁ ହିସାବ କରି ସେ ଟଙ୍କା ପ୍ରଦାନ କରିବେ। ଯଦି ବାସ୍ତବରେ ଏପରି କରାଯାଏ ତା’ହେଲେ ପୌରପାଳିକା ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଅତୁଲ୍ୟ କୁମାର ଚମ୍ପତ୍ତିରାୟ କହିଛନ୍ତି, ଫାଇଲ ଅଟକାଇ ରଖିବାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ପରିଚାଳନା ବ୍ୟବସ୍ଥାର ଘରୋଇକରଣ ବେଳେ ଜିଏସ୍‌ଟି ଲାଗୁ କରାଯାଇ ନ ଥିଲା। ଚଳିତ ଥର ଜିଏସ୍‌ଟି ଲାଗୁ କରିବାକୁ ଯୋଜନା ରଖାଯାଇଛି। ଜିଏସ୍‌ଟି କମିଶନରଙ୍କ ସହ ଯୋଗାଯୋଗ କରାଯାଉଥିବାରୁ ଫାଇଲ ଅଟକି ରହିଛି। ତେବେ କିପରି ଏହି କାର୍ଯ୍ୟ ଶୀଘ୍ର ହେବ ସେ ନେଇ ବିଚାର କରାଯିବ ବୋଲି ପିଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri