ଆଇପିଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଗୃହବିଭାଗ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ କାରାଗାର ମହାନିର୍ଦ୍ଦେଶକ ପଦରୁ ବରିଷ୍ଠ ଆଇପିଏସ୍‌ ସୁଶାନ୍ତ କୁମାର ନାଥଙ୍କୁ ବଦଳି କରାଯାଇଛି। ନାଥଙ୍କୁ ଗୃହବିଭାଗର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) ଭାବେ ଅବସ୍ଥାପିତ କରାଯାଇଛି। ଏସ୍‌ଏଫ୍‌ଏସ୍‌ଏଲ୍‌ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ କାରାଗାର ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ କରେକ୍ସନାଲ ସର୍ଭିସ ନିର୍ଦ୍ଦେଶକର ଦୁଇଟି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ପରିବହନ ଆୟୁକ୍ତ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କାରଗାର) ଅମିତାଭ ଠାକୁରଙ୍କୁ କେବଳ ପରିବହନ ଆୟୁକ୍ତ ପଦରେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କଠାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ଅପସାରଣ କରି ନିଆଯାଇଛି। ଅନ୍ୟପକ୍ଷରେ ୧୯୯୮ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏସ୍‌ଏପି)ରାଜେଶ କୁମାରଙ୍କୁ ନିଜ ଦାୟିତ୍ୱ ସହିତ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ୨୦୧୦ ବ୍ୟାଚ୍‌ର ଆଇପିଏସ୍‌ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ଗୁଣ୍ଡଲା ରେଡ୍ଡୀଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ, ଅମ୍ରିତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ଏସ୍‌ପି, ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍‌ପି ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା

ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ…

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୧: ସୋମବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ…

୧୩୪ ବର୍ଷ ବିଦ୍ୟାଳୟର ନାହିଁ ନିଜସ୍ବ ଜମି: ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ନାହାନ୍ତି ବିଜ୍ଞାନ ଶିକ୍ଷକ

ବାଲିପାଟଣା,୨ା୧୧(ଅଭିମନ୍ୟୁ ନାୟକ): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୯୨ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଚଳିତବର୍ଷ ୧୩୪ ବର୍ଷରେ ପଦାର୍ପଣ କରିଛି। ଏହି…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବଡ଼ ବୟାନ ଦେଲେ ଗୌତମ ଗମ୍ଭୀର; ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨।୧୧: ଭାରତ T20 ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଛି। ସିରିଜର ଶେଷ ଦୁଇଟି ମ୍ୟାଚରେ ଭାରତୀୟ ଦଳକୁ କଠୋର ବାସ୍ତବତାର ସାମ୍ନା କରିବାକୁ ପଡ଼ିଥିଲା ଏବଂ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ, ହେଲେ ଦଳର ୩ ବଡ଼ ଦୁର୍ବଳତା ଆସିଲା ସାମ୍ନାକୁ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ (T20I) ସିରିଜକୁ ୩-୨ରେ ଜିତି ନେଇଛି। ପ୍ରଥମ ତିନୋଟି ମ୍ୟାଚ ଜିତିବା ପରେ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ଏତିକି ଗାଡ଼ିକୁ ପ୍ରବେଶ ଅନୁମତି…

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ।…

୧୬ଟି ସ୍ଥାନରେ ଇଡି (ED) ପକ୍ଷରୁ ଚଢ଼ାଉ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ତଦନ୍ତକାରୀ ଦଳ

ଚଣ୍ଡିଗଡ଼,୨।୧୧: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?