ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ଏତିକି ଗାଡ଼ିକୁ ପ୍ରବେଶ ଅନୁମତି…

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ମଧ୍ୟରେ ଶିମିଳିପାଳ ଭ୍ରମଣକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ସବୁଜିମାଭରା ଜଙ୍ଗଲ, ମନୋରମ ଜଳପ୍ରପାତ ଓ ବନ୍ୟପ୍ରାଣୀଙ୍କ ସମେତ ଶିମିଳିପାଳର ଆକର୍ଷଣୀୟ କଳାବାଘକୁ ଦେଖିବା ପାଇଁ ପର୍ଯ୍ୟଟକ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ଦିଆଯିବ। ଏଥିମଧ୍ୟରୁ ଯଶୀପୁର କାଳିଆମୀ ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶୀପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ହେବ। ସା ୬ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଜଙ୍ଗଲରୁ ବାହାରିବା ବାଧ୍ୟତାମୂଳକ। ଶିମିଳିପାଳ ଭ୍ରମଣ ପାଇଁ www.similipal.org ମାଧ୍ୟମରେ ଆଗୁଆ ଅନ୍‌ଲାଇନ ଏଣ୍ଟ୍ରି ପରମିଟ୍‌ ବୁକିଂ କରିବାକୁ ପଡ଼ିବ। ପ୍ରତ୍ୟେକ ଗାଡ଼ି ସହ ଜଣେ ପ୍ରଶିକ୍ଷିତ ଗାଇଡ୍‌ ରହିବା ବାଧ୍ୟତାମୂଳକ କରାଯାଇଛି। ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବାକୁ ହେବ। ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ୍‌ ବ୍ୟବସ୍ଥା ରହିଛି। ଏଥିପାଇଁ www.ecotourodisha.comରେ ଆଗୁଆ ବୁକିଂ କରିବାକୁ ପଡ଼ିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଗୃହବିଭାଗ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ କାରାଗାର…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବଡ଼ ବୟାନ ଦେଲେ ଗୌତମ ଗମ୍ଭୀର; ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨।୧୧: ଭାରତ T20 ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଛି। ସିରିଜର ଶେଷ ଦୁଇଟି ମ୍ୟାଚରେ ଭାରତୀୟ ଦଳକୁ କଠୋର ବାସ୍ତବତାର ସାମ୍ନା କରିବାକୁ ପଡ଼ିଥିଲା ଏବଂ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ, ହେଲେ ଦଳର ୩ ବଡ଼ ଦୁର୍ବଳତା ଆସିଲା ସାମ୍ନାକୁ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ (T20I) ସିରିଜକୁ ୩-୨ରେ ଜିତି ନେଇଛି। ପ୍ରଥମ ତିନୋଟି ମ୍ୟାଚ ଜିତିବା ପରେ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ…

୧୬ଟି ସ୍ଥାନରେ ଇଡି (ED) ପକ୍ଷରୁ ଚଢ଼ାଉ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ତଦନ୍ତକାରୀ ଦଳ

ଚଣ୍ଡିଗଡ଼,୨।୧୧: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ…

କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି।…

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?