Posted inଖେଳ

‘୬ ବର୍ଷ ହେବ ଏହି ମୁହୂର୍ତ୍ତକୁ କରିଥିଲି ଅପେକ୍ଷା’

ମୁମ୍ବାଇ,୪।୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦ୍ରୁତ ବୋଲର ଶିବମ ମାଭି ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୨ ରନ ଦେଇ ଚାରିଟି ଉଇକେଟ ନେଇଥିଲେ। ଏହି ଡ୍ରିମ୍‌ ଡେବ୍ୟୁ ପରେ ସେ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, ଅଣ୍ଡର-୧୯ ବିଶ୍ୱକପ ଖେଳିବା ପରେ ଏହି ମୁହୂର୍ତ୍ତକୁ ୬ ବର୍ଷ ଅପେକ୍ଷା କରିଥିଲି। ମୁଁ ସେହି ୬ ବର୍ଷରେ କଠିନ ପରିଶ୍ରମ କରିଛି। ମୋତେ ମଧ୍ୟ ଆଘାତ ଲାଗିଛି। କିଛି ସମୟ ପାଇଁ ଲାଗୁଥିଲା ଯେ ମୋର ସ୍ବପ୍ନ ଏକ ସ୍ବପ୍ନ ହୋଇ ରହିବ, କିନ୍ତୁ ମୁଁ ଧୈର୍ଯ୍ୟ ହରାଇ ନ ଥିଲି। ଆଇପିଏଲ ଖେଳିବା ପରେ ଚିନ୍ତା ଟିକେ ହ୍ରାସ ପାଇଥିଲା। ଶ୍ରୀଲଙ୍କା ବିପକ୍ଷ ଡେବ୍ୟୁ ମ୍ୟାଚ ସମୟରେ ଆଦୌ ନର୍ଭସ ନ ଥିଲି। ଆଇପିଏଲ ଖେଳିବା ପରେ ଦଳ ପାଇଁ ନିଜ ଭୂମିକା କ’ଣ ହେବା ଉଚିତ୍‌ ତାହା ଜାଣିଥିଲି।
୨୪ ବର୍ଷୀୟ ମାଭି ପ୍ରଥମେ ୨୦୧୮ ଅଣ୍ଡର-୧୯ ବିଶ୍ୱକପରେ ଧ୍ୟାନ ଆକର୍ଷଣ କରିଥିଲେ। ଏହି ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରେ ସେହି ବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ମାଭିଙ୍କୁ କିଣିଥିଲା। ତେବେ ତାଙ୍କ କ୍ୟାରିୟରରେ ଆଘାତ ଲାଗିଥିବାରୁ ଆଗାମୀ ରାସ୍ତା ଏତେ ସହଜ ନ ଥିଲା। ସେ ଏଥିରୁ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କଲେ। ଆଇପିଏଲ ୨୦୨୩ ନିଲାମରେ ମାଭିଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ ୬ କୋଟି ଟଙ୍କାରେ କିଣିଥିଲା। ସେ ମଧ୍ୟ ଆଇପିଏଲ ୨୦୨୩ ନିଲାମର ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ ଖେଳାଳି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri