ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର ଲୋକଙ୍କ ଖୋଜ ଖବର ମିଳୁ ନ ଥିବାରୁ ତାଙ୍କୁ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ସେ ମାଟ୍ରିକ ପଢୁଥିବାରୁ ଏଠାରେ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିଥିବା ନୟାଗଡ଼ ଜିଲା ଶିଶୁ ମଙ୍ଗଳ କମିଟି ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ୩ ଜଣିଆ ଅନୁଧ୍ୟାନ କମିଟି ସୋମବାର ଭଦ୍ରକରେ ପହଞ୍ଚି ନାବାଳିକା ଓ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଭେଟି କାଉନସେଲିଂ କରି ଫେରିଯାଇଛନ୍ତି ।
ଏହି ନାବାଳିକାଙ୍କ ଘର ଭଦ୍ରକର ପୁରୁଣାବଜାର ବଡ଼ ଶଙ୍କରପୁର ଅଞ୍ଚଳରେ । ବଡ଼ଶଙ୍କରପୁର ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳା ସ୍ବାମୀ ସହ ମତାନ୍ତର କାରଣରୁ ନିଜ ଝିଅକୁ ଧରି ୬ ବର୍ଷ ପୂର୍ବେ କଟକ ବାରଙ୍ଗର ନରାଜ ଅଞ୍ଚଳକୁ ଚାଲିଯାଇଥିଲେ। ସେଠାରେ ଜଣେ ସାମାଜିକ କର୍ମୀ ଏହି ମହିଳାଙ୍କ ସହମତିରେ ନାବାଳିକାଙ୍କୁ ନେଇ ନୟାଗଡ଼ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କେନ୍ଦ୍ରକରି ନୟାଗଡ଼ ଅଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା। ତଦନୁଯାୟୀ ନାବାଳିକାଙ୍କୁ ଉଦ୍ଧାର କରି ନୟାଗଡ଼ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟିକୁ ଖବର ଦିଆଯାଇଥିଲା। ଏବେ ଭଦ୍ରକ ଶିଶୁ ମଙ୍ଗଳ କମିଟି ସହାୟତାରେ ନାବାଳିକାଙ୍କୁ ଆଣି ଭଦ୍ରକର ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ତେବେ ପରିବାର ଲୋକଙ୍କ କୌଣସି ସନ୍ଧାନ ମିଳୁ ନ ଥିବାରୁ ନାବାଳିକାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏନେଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ କହିଛନ୍ତି, ସରକାରୀ ନିୟମାନୁଯାୟୀ ନାବାଳିକାଙ୍କ ଲାଗି ଥଇଥାନ ବ୍ୟବସ୍ଥା କରାଯିବ । ଏଥିସହ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ନିଖୋଜ ନାବାଳିକା ଦୀର୍ଘ ୬ ବର୍ଷ ପରେ ନିଜ ଅଞ୍ଚଳକୁ ଫେରି ଆସିବା ଘଟଣା ନେଇ ଖୁସି ବ୍ୟକ୍ତ କରିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ସିବିଏସ୍ଇ ଦଶମ ପରୀକ୍ଷା: ପ୍ରଗତି କନ୍ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା
ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…
ନୂଆପଡ଼ାରେ ତିନିଦିନ ସ୍କୁଲ ବନ୍ଦ
ନୂଆପଡ଼ା,୧୮ା୪ (ମକାରୁ ବେମାଲ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲା ପ୍ରଶାସନ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରିଛି।…
କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍ହା
ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…
୨ ଯୁବତୀଙ୍କ ସହ ବାଇକ୍ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…
ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…
ଏକତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ: ଝିଅର ବାପାଙ୍କୁ ଭୁଜାଲି ମାଡ଼ କରି…
ବାଲେଶ୍ୱର,୧୮ା୪(ବାଞ୍ଛାନିଧି ଦେ): ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି…
ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ
କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…
୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…
ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…
ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…
Archives

