ଫୁଲବାଣୀ ଅଫିସ, ୪ା୮ -ଫୁଲବାଣୀ ଟାଉନ ଥାନା ପୋଲିସ ପରି-୩ର କାର୍ଯ୍ୟକ୍ରମରେ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ା ଏହି କ୍ରମରେ ଫୁଲବାଣୀ ପୌର ପରିଷଦ ଅଞ୍ଚଳର କୁମ୍ଭାରପଡ଼ାରେ ଏକ ବେଆଇନ ଚାଇଲ୍ଡ ହୋମ(ଗ୍ରେସ୍ ଇଣ୍ଡିଆ) ଚାଲୁଥିବା ଖବର ପାଇ ଚଢାଉ କରିଥିଲା। ସେଠାରୁ ୬ ନାବାଳିକା ସମେତ ୨୦ ନାବାଳିକଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି। ଏହି ଚାଇଲ୍ଡ ହୋମର ମାଲିକ ହେଉଛନ୍ତି କନ୍ଧମାଳ ଜିଲା ପାବୁରିଆର ପ୍ରତାପ ଦିଗାଲ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଏହି ଗ୍ରେସ ଇଣ୍ଡିଆ ଚାଇଲ୍ଡ ହୋମ ଦୀର୍ଘ ୨ବର୍ଷ ଧରି ଚାଲିଥିଲା। ସିଡବ୍ଲ୍ୟୁସି ପକ୍ଷରୁ ଅଭିଯୋଗ ଆସିଲେ ମାମଲା ରୁଜୁ ହେବ ବୋଲି ଥାନାଧିକାରୀ ଜେନା କହିଛନ୍ତି। ଅନ୍ୟ ପକ୍ଷରେ ଉଦ୍ଧାର ହୋଇଥିବା ନାବାଳିକା ମାନଙ୍କୁ ସାଧନ କେନ୍ଦ୍ରରେ ରଖାଯିବାକୁ ଥିବା ବେଳେ ନାବାଳକମାନଙ୍କୁ ଗୋପବନ୍ଧୁ ବାଳାଶ୍ରମରେ ରଖାଯିବ। ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପାଠ ପଢାଯିବା ସହ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ା
Posted inଆମ ଜିଲା ଖବର, କନ୍ଧମାଳ View All

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି
ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ସିଏଏ: ସୁନ୍ଦରଗଡ଼ରେ ହିଂସା; ୨ଗୋଷ୍ଠୀ ମୁହାଁମୁହିଁ, ପଥର ମାଡ଼ରେ ଆଇଆଇସିଙ୍କ ସମେତ ୧୦ ଆହତ
ସୁନ୍ଦରଗଡ଼,୧୫-୧(ଡି.ଏନ୍.ଏ.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସୁନ୍ଦରଗଡ଼ରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହା ହିଂସାର ରୂପ ନେଇଛି। ସ୍ଥାନୀୟ ରିଜେଣ୍ଟ ମାର୍କେଟ ଅଞ୍ଚଳରେ...

ଗୁଳି, ବୋମାବର୍ଷଣର ଶବ୍ଦ ଛାତି ଥରାଇ ଦେଉଛି
ରାୟଗଡ଼ା ଅଫିସ,୯।୩: ଦିନ ରାତି ବୋମା ଓ ଗୁଳିବର୍ଷଣର ଭୟଙ୍କର ଶବ୍ଦ ମନେ ପଡ଼ିଲେ ଏବେବି ଛାତି ଥରୁଛି। ଘରକୁ ଫେରିବା ଆଶା ନ ଥିଲା। କେବଳ...

ପାର୍କିଂସ୍ଥଳ ନିର୍ମାଣକୁ ବିରୋଧ
ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ନିର୍ମାଣାଧୀନ ପାର୍କିଂ ସ୍ଥଳକୁ ଶନିବାର ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଜଙ୍ଗଲ ଜମିରେ...
ବିଲରେ ବିଦ୍ୟୁତ ତାର ଲାଗି ଯୁବକଙ୍କ ଦେହ ପୋଡ଼ିଗଲା
ମନମୁଣ୍ଡା, ୧୬।୪ (ଡି.ଏନ.ଏ):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ରତାଖଣ୍ଡିର ଲବ ପାଣ୍ଡେ(୨୨) ଗୁରୁବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର...

ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ବତଙ୍କ ସହ ଥିଲେ ଜଣେ ଓଡ଼ିଆ ପୁଅ
ଅନୁଗୋଳ ଅଫିସ,୯ା୧୨: ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର...

ଘର ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲା ପରିବାର
ବରଗଡ଼ ଅଫିସ/ଝାରବନ୍ଧ, ୧।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ଟୁର୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ନିଜ ଘର ସମ୍ମୁଖରୁ ଗୁରୁବାର ବିଳମ୍ବିତ ରାତିରେ...

ଓଜେଇଇ ଇଣ୍ଟିଗ୍ରେଟେଡ ଏମ୍ବିଏ ଟପ୍ପର ବଡବିଲ ଝିଅ ସ୍ବୀକୃତି
ବଡବିଲ, ୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ଝିଅ ସ୍ବୀକୃତି ମହାପାତ୍ର ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏରେ ର଼୍ୟାଙ୍କ ୱାନରେ ରହି ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି।...