୬ ଡକାୟତ ଗିରଫ, ଜଣେ ଫେରାର

ଛେଣ୍ଡିପଦା, ୯ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଜଙ୍ଗଲ ନିକଟରେ ଶନିବାର ରାତିରେ ଏକ ଗ୍ୟାଙ୍ଗର ଡକାୟତି ଯୋଜନା ପଣ୍ଡ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଦେଶୀ ବନ୍ଧୁକ ଆଦି ମାରଣାସ୍ତ୍ର, ୮ଟି ମୋବାଇଲ ଓ ଗୋଟିଏ ବାଇକ୍‌ (ନଂ.ଓଡି ୧୯ଡି ୩୨୫୦) ଜବତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ବୋଲେରୋ ସହ ସେଠାରୁ ଫେରାର ହୋଇଯାଇଥିବା ପୋଲିସ କହିଛି।
ରବିବାର ଅପରାହ୍ନରେ ପୋଲିସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ, ରାତି ପ୍ରାୟ ୧ଟାବେଳେ ଏହି ଡକାୟତି ଦଳର ୭ ଜଣ ଛେଣ୍ଡିପଦାରୁ କମ୍ପସଲା ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କମ୍ପସଲା ଜଙ୍ଗଲ ନିକଟରେ କମ୍ପସଲା ଓ ବ୍ରାହ୍ମଣବିଲ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବୁଢାରାଜା ଡେଲି ମାର୍କେଟ ଅଞ୍ଚଳର ସୁନୀଲ ଓରଫ ମିଡିଆ ବେହେରା, ନରସିଂହପୁର ଥାନା ଦେଓଭୂଇଁ ଗାଁର ନାଲି ଓରଫ ପ୍ରଶାନ୍ତ ନାଏକ, ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ହିନ୍ଦୋଳ ଟାଉନ ଅଞ୍ଚଳର ଲିପୁ ନାଏକ, ଛେଣ୍ଡିପଦା ଥାନା କସିଡିହ ଗ୍ରାମର ସନ୍ତୋଷ ସାହୁ, ଏନ୍‌ଟିପିସି ଥାନା ବିଜିଗୋଳ ନୂଆପାଟଣା ଗାଁର ଗଜରାଜ ନାଏକ ଏବଂ ଗୋପୀନାଥପୁର ଗ୍ରାମର ପ୍ରଶାନ୍ତ ନାଏକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ କିଛି ଦିନ ତଳେ ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏକ ମୋବାଇଲ ଓ ୧୩୦୦ ଟଙ୍କା ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ନେଇ ଛେଣ୍ଡିପଦା ଥାନାରେ ମାମଲା ରୁଜୁ ହୋଇଛି। ଏହି ଡକାୟତ ଗ୍ୟାଙ୍ଗ ରେଢାଖୋଲ, ଜୁଜୁମରା, ଚାରମାଳ, କିଆକଟା, ଅନୁଗୋଳ ଆଦି ଅଞ୍ଚଳରେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଏ ନେଇ ନଂ. ୮୩/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଛି। ଆବଶ୍ୟକ ପଡିଲେ ଗିରଫମାନଙ୍କୁ ରିମାଣ୍ଡରେ ଅଣାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପ ପାଇବ ଶ୍ରୀଲୋକନାଥ ମନ୍ଦିର

ପୁରୀ ଅଫିସ,୨୦।୯:୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର...

୭ ହଜାର ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ୩...

ପୋଲିସ ଛାଉଣୀରେ ଲାଗିଲା ଝଣ୍ଡା

ଯୋଡ଼ା,୧୫।୪ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ଗତ ସୋମବାର ରାମନବମୀରେ ଝଣ୍ଡା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସୃଷ୍ଟି ହୋଇଥିବା ବିବାଦ...

ଜଗତ୍‌ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ

ଜଗତ୍‌ସିଂହପୁର ଅଫିସ, ୧୦ା୯: ଜଗତ୍‌ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍‌ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି।...

ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ,...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଭିସୁଟ୍‌ର ୧୧ ହଷ୍ଟେଲ

ସମ୍ବଲପୁର,୧।୩ (ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ...

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼...

ଧାନ କିଣାବିକା ସମସ୍ୟା: ତେଜୁଛି ଆନ୍ଦୋଳନ

ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା...

Advertisement
Archives

Model This Week