‘ନାରୀ ସ୍ବୟଂସମ୍ପନ୍ନା ହେଲେ ହଟିବ ତାରତମ୍ୟ’

ଢେଙ୍କାନାଳ ଅଫିସ, ୯।୩: ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ୍‌ରେ ରବିବାର ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ଜିଲା ଆଇନସେବା ପ୍ରାଧିକରଣ, ଜିଲା ପ୍ରଶାସନ ଏବଂ ଇଶୋ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲା ଦୌରାଜଜ୍‌ ତଥା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ କହିଲେ, ଉଭୟ ମହିଳା ଏବଂ ପୁରୁଷମାନେ ସଚେତନ ହେବା ସହ ଆଚରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ନାରୀ ସ୍ବୟଂସମ୍ପନ୍ନା ହେଲେ ତାରତମ୍ୟ ହଟିବ। ସମ୍ମାନିତ ଅତିଥି ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ଭିଜିଲାନ୍ସ) ପ୍ରତିମା ପଣ୍ଡା କହିଲେ, ନାରୀଙ୍କୁ ଜାଗ୍ରତ କରାଇବା ମହିଳା ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ସେ ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧ ରୋକିବା ଲାଗି ଥିବା ଆଇନଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ବାଲ୍ୟବିବାହ ଗୁରୁତର ଅପରାଧ। ଏହା ମାନସିକ ବ୍ୟାଧିରେ ପରିଣତ ହୋଇଛି। ମହିଳାଙ୍କୁ ସଶକ୍ତ କରାଇବାକୁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ସମସ୍ତେ ନିଜ ସୀମାରେଖା ଭିତରେ ରହି କାମ କଲେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ୟୁନିସେଫ୍‌ ଅଧିକାରୀ ଅଙ୍ଗୁରବାଳା ମିଶ୍ର, ମିଶନ ଶକ୍ତି ସଂଯୋଜିକା ମୋନାଲିସା ଭଞ୍ଜ, ଆଇନଜୀବୀ ସୁବାସିନୀ ମହାକୁଡ, ପ୍ରାଧିକରଣ ସଚିବ ସୁକାନ୍ତ କିଶୋର ଜେନା ମଞ୍ଚାସୀନ ଥିଲେ। ଏକ ସମୃଦ୍ଧ ସମାଜ ଗଠନରେ ନାରୀ ଓ ପୁରୁଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳା ସଶକ୍ତ ହେଲେ ସବୁକ୍ଷେତ୍ରରୁ ସାମାଜିକ କଳଙ୍କ ଦୂର ହେବ। ଢେଙ୍କାନାଳ ଜିଲାରେ କନ୍ୟାସନ୍ତାନ କମିବାରେ ଲାଗିଛି। ବାଲ୍ୟବିବାହ, ଶିଶୁ ଶ୍ରମିକ ଭଳି ସମସ୍ୟା ବେଶ୍‌ ଚିନ୍ତାଜନକ। ଏ ସଂକ୍ରାନ୍ତରେ ମାମଲା ରୁଜୁ ହେଉ ନ ଥିବାରୁ ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମହିଳା ଏବଂ ଏସ୍‌ଏଚ୍‌ଜିକୁ ପୁରସ୍କୃତ କରାଯାଇଥିଲା। ବିଶ୍ୱ କୁନ୍ତଳ ଶିଶୁଗୃହର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଇଶୋ ସମ୍ପାଦିକା ପୁଷ୍ପାଞ୍ଜଳି ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଚାରପତି ସୁଶୀଲ କୁମାର ସାହୁ, ଗୀତାଞ୍ଜଳି ନନ୍ଦ, ଅଭିଜିତ ପୁରୋହିତ, ନିଶା ଅଗ୍ରୱାଲ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଏକ ସଚେତନତା ଶୋଭାଯାତ୍ରା ସହରସ୍ଥିତ ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାକୁ ଅତିରିକ୍ତ ଜିଲାଜଜ୍‌ ପ୍ରତିମା ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri