୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୧୯ା୯-ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ନିରଞ୍ଜନ କୁମାର ଜେନା ୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କୁକୁଡଡାଖଣ୍ଡି ବ୍ଲକ ହୁଗୁଳାପଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ଗୌଡ଼, ତାଙ୍କ ୨ପୁଅ ଅଶୋକ କୁମାର ଗୌଡ଼, ଅନିଲ କୁମାର ଗୌଡ଼, ଭାଇ ମଙ୍ଗୁଳୁ ଗୌଡ଼ ଓ ୨ ପୁତୁରା କାଳିଆ ଗୌଡ଼, ଗାଣ୍ଡୁ ଗୌଡ଼ଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ସାୟାଦ ଇବବଲ ଓ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ହୁଗୁଳାପଟା ଗାଁର ଏକ କୋଠ ଘର ନିର୍ମାଣ କାମ ରାମଚନ୍ଦ୍ର ମହାରଣା ନେଇଥିଲେ। ଏହି ନିର୍ମାଣ କାମ ନ କରିବାକୁ ରାମଚନ୍ଦ୍ରଙ୍କୁ ସୂର୍ଯ୍ୟନାରାୟଣ କହିଥିଲେ। ରାମଚନ୍ଦ୍ର ଉକ୍ତ କାମ ଛାଡ଼ିବେନି ବୋଲି କହିବାରୁ ଗତ ୧୩ ତାରିଖ ରାତିରେ ସୂର୍ଯ୍ୟନାରାୟଣ, ତାଙ୍କ ୨ ପୁଅ, ଭାଇ ଓ ୨ ପୁତୁରା ସଂଘବଦ୍ଧ ଭାବେ ଠେଙ୍ଗାରେ ରାମଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଏପରିକି ସେମାନେ ତାଙ୍କ ମା’ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ସଦର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏ ନେଇ ନଂ.୨୦୨/୧୯ରେ ଏକ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ...

ଜାଗା ବିବାଦକୁ ନେଇ ଆକ୍ରମଣ, ଜଣେ ଆହତ

ଗଞ୍ଜାମ,୬ା୭(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମରେ ଜାଗା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ...

ଜୁଆ ଆଡ୍ଡାରେ ଚଢ଼ାଉ, ୧୨ ଗିରଫ

ଗଞ୍ଜାମ,୨୦।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନାକୁ ମିଳିଛି ବଡ଼ ସଫଳତା l ମହିଳା ଥାନା ଅଧିକାରୀ ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ ଠାରୁ ପ୍ରଥମରୁ...

ଅସୁରକ୍ଷିତ ଭଞ୍ଜବିହାର ଛାତ୍ରାବାସ

ବ୍ରହ୍ମପୁର ଅଫିସ,୨୭ା୨ – ଭଞ୍ଜବିହାରରେ ୬ ଛାତ୍ରାବାସ ରହିଛି। ସେଗୁଡିକ ହେଲୋ ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ବାହୁଦା ଓ ଯୋଗେନ୍ଦ୍ର । ଏହା ସବୁ...

ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ଛତ୍ରପୁର ବିଧାୟକ

ଛତ୍ରପୁର,୧।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୨୦ ନଂ ଜୋନ ଜିଲାପରିଷଦର ବିଜେଡି ପ୍ରାର୍ଥୀ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀଙ୍କ ପାଇଁ ନିର୍ବାଚନ...

ସମ୍ପତ୍ତି ହଡ଼ପ ନେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ରାଜଶ୍ରୀ କିନ୍ନର, ସମାଧାନ ନ ହେଲେ ଆତ୍ମାହୁତି ଧମକ

ବେଗୁନିଆପଡ଼ା,୧୦ା୬(ଡି.ଏନ୍‌.ଏ.): ଦୀର୍ଘ ୫ ବର୍ଷ ଧରି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନାକୁ ବାରମ୍ବାର ଧାଇଁ ନୟାନ୍ତ ହୋଇପଡ଼ିଛନ୍ତି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର...

ବ୍ରହ୍ମପୁର ଆଇଟିଆଇ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୮ା୧୦- ଛାତ୍ରୀଛାତ୍ରଙ୍କୁ ନିଜ ଅଞ୍ଚଳ ମଧ୍ୟରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ କରାଇବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି ା...

ଗାଡ଼ି ଧକ୍କାରେ ଚାଲିଗଲା କୃଷ୍ଣସାର ମୃଗର ଜୀବନ

ଦିଗପହଣ୍ଡି,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜ ନିକଟରେ ଶନିବାର ମଧ୍ୟାହ୍ନରେ ଗାଡ଼ି ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବନବିଭାଗ ରେଞ୍ଜର କାହ୍ନୁଚରଣ...

Advertisement
Archives

Model This Week