Posted inଜାତୀୟ

୬୬ମୌଲାନାଙ୍କ ସହ ସ୍କାଉଟ ଟ୍ରେନିଂ ନେଲେ ମୌଲାନା ମହୁମୁଦ୍‌ ମଦନି

ଭୋପାଳ,୧୬।୯: ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ଜମିୟତ ଓଲେମା-ଇ-ହିନ୍ଦ ସହ ଜଡିତ ଥିବା ୬୬ ମୌଲାନା ସ୍କାଉଟ ଟ୍ରେନିଂ ନେଉଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଜମିୟତ-ଇ-ହିନ୍ଦର ମହାସଚିବ ମୌଲାନା ମହମୁଦ ମଦନୀ ନିଜ ୬୬ଜଣ ମୌଲାନା ଟିମ୍‌ ସହ ଟ୍ରେନିଂ ନେଉଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ପଚମଢ଼ିରେ ଥିବା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ରାଷ୍ଟ୍ରୀୟ ପ୍ରଶିକ୍ଷଣ ସଂସ୍ଥାରେ କମିଶନର ସ୍ତରରେ ୪ର୍ଥ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଶେଷ ହେବ। ଦେଶରେ ଥିବା ୬୬ଟି ମଦ୍ରାସାର ବିଭାଗୀୟ ମୁଖ୍ୟ, ହାଫିଜ୍‌, ଆଲିମ, କାରୀ, ମୁଫତି ପ୍ରମୁଖ ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି। ଭାରତର ସ୍କାଉଟ ଗାଇଡର ୯ଟି ନିୟମ ଇସଲାମ୍‌ ଅନୁସାରେ ଆସୁଥିବା ବେଳେ ଏହାର ପାଠ ଏବେ ଦେଶର ସବୁ ମଦ୍ରାସାରେ ପଢ଼ାଯିବ ବୋଲି ମୌଲାନା ମହମୁଦ କହିଛନ୍ତି। ଏହାକୁ ଅନୁସରଣ କରି ମୁସଲମାନ ପିଲା ଦେଶ ଓ ସମାଜକୁ ନୂଆ ଦିଗ ଦେଖାଇବେ। ଦେଶର ଯୁବା ବର୍ଗଙ୍କୁ ସେନା, ପୋଲିସ ଓ ସ୍କାଉଟର ପୋଷାକ ପିନ୍ଧିବାରେ ଗର୍ବ ଅନୁଭବ ହୋଇଥାଏ ବୋଲି ସେ କହିଛନ୍ତି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୁଜରାଟ, ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାର ୧୭ଟି ଜିଲାରେ ଆୟୋଜନ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ

ଗ୍ବାଲିୟର୍‌,୨୩।୩: ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗ୍ବାଲିୟରର ପୁରୁଣା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନ ଅଞ୍ଚଳରେ ମଙ୍ଗଳବାର ସକାଳେ ବସ ଏବଂ ଅଟୋ...

୧୫୦ ବର୍ଷର ସୀମା ସଂଘର୍ଷ

ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍‌ ଉଗ୍ରରୂପ ଧାରଣ କରିଥିଲା। ଦୁଇ...

ଅଲିଗଡ଼ରେ ପହଞ୍ଚିଲେ ସଲମାନ ଖୁର୍ସିଦ: ଭାରତ ଯୋଡୋ ଯାତ୍ରା ପାଇଁ ଏସ୍‌ପି ମୁଖ୍ୟଙ୍କୁ କରିବେ ନିମନ୍ତ୍ରଣ

ଅଲିଗଡ଼,୩୦।୧୨: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଉତ୍ତରପ୍ରଦେଶର ଅଲିଗଡ଼ରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି...

ମନ୍ଦିର ଭଳି କେକ୍‌ କାଟି ବିବାଦରେ କମଳନାଥ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତ ହୋଇଥିବା କେକ୍‌କୁ ନେଇ ବିବାଦ ଉପୁଜିଛି। ସୋସିଆଲ ମିଡିଆରେ...

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଦେବେ ଗୁରୁମନ୍ତ୍ର!

ନୂଆଦିଲ୍ଲୀ,୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ସକାଳେ ଏହା ଆରମ୍ଭ ହେଉଥିବା ବେଳେ...

କ୍ରୀଡ଼ା ପାଇଁ ପ୍ରବଳ ଟଙ୍କା ଅଜାଡି ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର...

‘ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି’

ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖୁବଶୀଘ୍ର ଆରମ୍ଭ ହେବ ଫ୍ରି ଯୋଗ କ୍ଲାସ

ଚଣ୍ଡିଗଡ଼,୩।୪: ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର। ଏବେ ପଞ୍ଜାବର କିଛିି ଜିଲାରେ ମିଳିବ ମାଗଣା ଯୋଗ ଶିକ୍ଷା। ମୁଖ୍ୟମନ୍ତ୍ରୀ ଯୋଗଶାଳା ମାଧ୍ୟମରେ ରାଜ୍ୟର ଲୋକଙ୍କୁ ମାଗଣା...

Advertisement
Archives

Model This Week