୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥିଲା। ଚରମ୍ପା ଷ୍ଟେଶନ ରୋଡ୍‌, ଡାହାଣୀଗଡ଼ିଆ ଛକଠାରୁ ଆର୍‌ଟିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଜନସମୁଦ୍ର ଭଳି ପ୍ରତୀତ ହୋଇଥିଲା। ଓଏସ୍‌ଆର୍‌ଟିସି ପୁରୁଣା ବସ୍‌ଷ୍ଟାଣ୍ଡ, ପଥର କାଳୀପଡ଼ିଆ,ଚରମ୍ପା ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ଦିନରୁ ମିନାବଜାର ନିକଟରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ଚରମ୍ପା ହିରୋ ଶୋ’ରୁମ ସମ୍ମୁଖ ପଡ଼ିଆରେ ୨ଟି ଓ ପଥରକାଳୀ ପଡ଼ିଆରେ ଗୋଟିଏ ଯାତ୍ରା ପାର୍ଟି ପଡ଼ିଥିବାରୁ ଟିକେଟ କାଉଣ୍ଟର ନିକଟରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଦିନରେ ଏତେ ଭିଡ଼ ହେବ ବୋଲି ପୋଲିସ ଆଶା କରି ନ ଥିବାରୁ ଚରମ୍ପା ବଜାର ଭିତରକୁ ମୋଟରସାଇକେଲ, ଅଟୋ, ପିକଅପ୍‌ ଛାଡ଼ି ଦିଆଯାଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହୋଇଥିଲା। ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ଯାଏ ସବୁ ପୂଜା ମଣ୍ଡପ, ରାସ୍ତାଘାଟ ଲୋକମୟ ହୋଇ ରହିଥିଲା। ରଙ୍ଗିନ ଆଲୋକମାଳାରେ ଝଲସୁଥିବା ସହର ଯେମିତି ଚିତ୍ରନଗରୀରେ ପରିଣତ ହୋଇଛି ମନେ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବିଭିନ୍ନ ସ୍ଥାନରେ ନାକେଦମ ହେବାକୁ ପଡ଼ିଥିଲା।
କାଳୀପୂଜାରେ ନିଆରା ଆକର୍ଷଣ ସାଜିଥିବା ବାରୁଆଳି ମଣ୍ଡପରେ କେଉଁଠି ଭଣ୍ଡବାବା ତ ଅନ୍ୟ କେଉଁଠି ହେଲମେଟ୍‌ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରାଯାଉଛି। ରାଜଘାଟ ଛକ କାଳୀମଣ୍ଡପରେ ଅନ୍ଧବିଶ୍ୱାସ ଓ ଭଣ୍ଡ ତାନ୍ତ୍ରିକ ବାବାଙ୍କ ଫାଶରୁ ଦୂରେଇ ରହିବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ସେହିଭଳି ଲକ୍ଷ୍ମଣ ଶକ୍ତିଭେଦ ବେଳେ ହନୁମାନ ଗନ୍ଧମାର୍ଦନ ପର୍ବତକୁ ଯାଇଥିବା ସମୟରେ ସୀତା ଠାକୁରାଣୀ ରାମ ନାମ ଚିତ୍କାର କରୁଥିବା, ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ଆଜି ହିଁ ଶପଥପାଠ କରନ୍ତୁ ବୋଲି ଏକ ପ୍ରତୀକାତ୍କକ ଚିତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍କୁଲ ରୋଡ୍‌ ପୂଜା କମିଟି ମଣ୍ଡପରେ ଲବଣି ଚୋରି ଓ ଏମ୍‌ଭିଆଇଙ୍କ ହେଲ୍‌ମେଟ୍‌ ଚେକିଂ ବାରୁଆଳି ଚିତ୍ତାକର୍ଷକ ହୋଇଛି। ବିଶାଣିଖରିଦା ପୂଜା ମଣ୍ଡପରେ ସ୍ବଚ୍ଛ ଭାରତ ବାର୍ତ୍ତା ଓ ବନ୍ୟଜନ୍ତୁ ସଂରକ୍ଷଣ, ତେଲେଙ୍ଗା ସାହିରେ ସେଲ୍‌ଫି କର୍ନର ଓ ଜ୍ୟୋତିର୍ଲିଙ୍ଗ ବାରୁଆଳି ଦର୍ଶକଙ୍କୁ ବାନ୍ଧି ରଖୁଛି। ଏସବୁ ବାରୁଆଳି ନିକଟରେ ଶୁକ୍ରବାର ଦର୍ଶକଙ୍କ ବେଶ୍‌ ଭିଡ଼ ଜମି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକୁଥିଲେ ବାଣ, ଧରିଲା ପୋଲିସ

କୋଭିଡ୍‌ କଟକଣା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ୍‌ ଲଗାଇଥିବା ବେଳେ ଭଦ୍ରକ ସହରରେ ଚୋରାରେ ବାଣ ବିକ୍ରି ହେଉଥିଲା। ବିଶେଷ ସୂତ୍ରରୂ...

ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍‌ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର...

ରାଜ୍ୟରେ ମାଛ ଉତ୍ପାଦନ ୬୦ ପ୍ରତିଶତ ବଢ଼ିଛି

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ଆପଦ୍‌କାଳୀନ ପାଣ୍ଠି ବାବଦରେ...

ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି...

ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର...

ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର...

କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ...

Advertisement
Archives

Model This Week