୬ରେ କଳା ଦିବସ ପାଳିବ କୁଡୁମୀ ସେନା

ବାରିପଦା ଅଫିସ,୨ା୯- ୧୯୫୦ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଡୁମୀ ଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା ା ଏହାର ପ୍ରତିବାଦରେ ବିଗତ ଦିନରେ ଏହି ଦିବସକୁ କଳା ଦିବସ ରୂପେ ପାଳନ କରାଯାଉଥିବା ବେଳେ ସମଗ୍ର ରାଜ୍ୟରେ ଆସନ୍ତା ୬ ତାରିଖରେ କୁଡୁମୀ ସେନା ପକ୍ଷରୁ କଳା ଦିବସ ରୂପେ ପାଳନ କରାଯିବ ବୋଲି ରାଜ୍ୟ ସଭାପତି ଜୈମୁନି ମହାନ୍ତ ବାରିପଦାଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ା ପ୍ରତି ଜିଲାର ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦାଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ କପ୍ତିପଦା, ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡରେ ଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି। ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଦିଲୀରେ ଏକତ୍ରିତ ହୋଇ ପ୍ରତିବାଦ ସଭା ସହ ବିକ୍ଷୋଭ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି। ଏହା ବ୍ୟତୀତ ଓଡ଼ିଶାର ୯ ଟି ଜିଲାରେ ଥିବା କୁଡୁମୀ ଭଉଣୀଭାଇମାନେ ଏହି ଲଢେଇରେ ସାମିଲ ହେବା ପାଇଁ ସେ ନିବେଦନ କରିଛନ୍ତି ା ଏହିି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିବ୍ୟସିଂହ ମହାନ୍ତ, ଜିଲା ସଭାପତି ଦୁର୍ଗା ଚରଣ ମହାନ୍ତ, ଡମ୍ବରୁଧର ମହାନ୍ତ, ଜିଲା ମହିଳା ସଭାପତି ସବିତା ମହାନ୍ତ, ଜଗଦୀଶ ମହାନ୍ତ, ବିବେକାନନ୍ଦ ମହାନ୍ତ, ମହେନ୍ଦ୍ର ମହାନ୍ତ, ସମନାଥ ମହାନ୍ତ, ନବକିଶୋର ମହାନ୍ତ ଓ ସୂର୍ଯ୍ୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି।...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ...

୩ ଦିନ ଧରି ଚିଲିକାରେ ଜଳବନ୍ଦୀ ଥିଲେ ମତ୍ସ୍ୟଜୀବୀ ପରିବାର, ଆଜି ହେଲେ ଉଦ୍ଧାର

କୃଷ୍ଣପ୍ରସାଦ,୨୭ା୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ଜେଟିରେ ୩ ଦିନ ଧରି ଏକ ମତ୍ସ୍ୟଜୀବୀ ପରିବାର ଜଳବନ୍ଦୀ ଭାବେ ରହିଥିବା ବେଳେ ସେମାନଙ୍କୁ ବୁଧବାର...

ଜିଲା ପୋଲିସ ମୁଖ୍ୟାଳୟକୁ ବଡ଼ସାହି ଥାନା ଅଧିକାରୀଙ୍କ ବଦଳି

ବାରିପଦା ଅଫିସ,୧୨।୧୧: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବଡ଼ସାହି ଥାନାର...

ଛେଚିବ ୩ ଦିନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶାକୁ ପ୍ରବେଶ କରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ,...

ସ୍ନାନଯାତ୍ରା ପୂର୍ବରୁ ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ:୩ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ପୁରୀ ଅଫିସ, ୨୩।୫: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ କରୋନାର ବିଭୀଷିକା ମଧ୍ୟରେ...

ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା...

ବ୍ଲ୍ୟୁ-ଫ୍ଲାଗ୍‌: ବିକଶିତ ହେବ ଆଉ ୫ ବେଳାଭୂମି

ଭୁବନେଶ୍ୱର,୫।୭(ବ୍ୟୁରୋ): ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସରକାର ପୁରୀ ପରେ ଏବେ ଆଉ ୫...

Advertisement
Archives

Model This Week