୬ବର୍ଷର ଶୁଭଲକ୍ଷ୍ମୀଙ୍କୁ ସିକିଲସେଲ୍‌: ଚିକିତ୍ସା ପାଇଁ ଟଙ୍କା ନାହିଁ

ପରଜଙ୍ଗ, ୨୮।୪(ଡି.ଏନ.ଏ.)-ଜୀବନ ଏତେ ସହଜ ନୁହେଁ, କଅଁଳ ବୟସରୁ ଏକଥାକୁ ବୁଝିସାରିଲେଣି ଶୁଭଲକ୍ଷ୍ମୀ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ସମୟରେ ସିକିଲ୍‌ସେଲ୍‌ ଭଳି ଜଟିଳ ରୋଗରେ ପଡ଼ିଛନ୍ତି ସେ। ଝିଅର ଚିକିତ୍ସା କରିବାକୁ ଯାଇ ସର୍ବସ୍ବାନ୍ତ ହୋଇପଡ଼ିଥିବା ପରିବାର ଏବେ ଚାହିଁଛି ସହାୟତାକୁ।

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ସଞ୍ଜୟ ବେହେରାଙ୍କ ୬ବର୍ଷର ଝିଅ ହେଉଛନ୍ତି ଶୁଭଲକ୍ଷ୍ମୀ। ସେ ଏବେ ଗଁା ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ବାରମ୍ବାର ଦେହ ଅସୁସ୍ଥ ରହିବାରୁ ସଞ୍ଜୟ ଝିଅର ଚିକିତ୍ସା କରାଇଥିଲେ। ପରୀକ୍ଷାରୁ ଶୁଭଲକ୍ଷ୍ମୀଙ୍କୁ  ସିକିଲସେଲ ହୋଇଥିବା ଜଣାପଡ଼ିଥିଲା। ଏପରି ରୋଗ ସମ୍ପର୍କରେ ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଝିଅ ଜୀବନ ବଞ୍ଚାଇବାକୁ ପ୍ରତି ୧୫ଦିନରେ ଥରେ ରକ୍ତ ଦେବାକୁ ପଡୁଛି। ଛୋଟମୋଟ ପରିବା ବ୍ୟବସାୟ କରୁଥିବା ସଞ୍ଜୟଙ୍କ ପକ୍ଷେ ଏହା ଏବେ କାଠିକର ପାଠ ହୋଇଯାଇଛି।

ଏ ନେଇ ସଞ୍ଜୟ କୁହନ୍ତି, ପ୍ରଥମେ ଝିଅ ଜନ୍ମ ହୋଇଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ହେଲେ ଏହି ସୁଖ ବେଶିଦିନ ରହିଲାନି। ବାରମ୍ବାର ଝିଅ ଦେହ ଖରାପ ହେଉଛି। ଡାକ୍ତରଖାନାକୁ ଧଁା ଦୌଡ଼ ମଧ୍ୟରେ ବ୍ୟବସାୟ କରିହେଉନାହିଁ। ଯାହା କିଛି ଥିଲା ସବୁ ସରିଗଲାଣି। ପରିବାର ଚଳାଇବା ବି କଷ୍ଟକର ହୋଇଗଲାଣି। ଏବେ ୧୫ଦିନରେ ଥରେ ଝିଅକୁ ରକ୍ତ ଦେବାକୁ ପଡୁଛି। ଔଷଧ ଖର୍ଚ୍ଚ ବି ବଢ଼ିଲାଣି। ଅଭାବରୁ  ଔଷଧ କିଣିବା ମୁସ୍କିଲ ହୋଇଗଲାଣି। ଝିଅର ଏପରି ଅବସ୍ଥା ଦେଖିହେଉନାହିଁ ବୋଲି ସେ କହିଛନ୍ତି। ଶୁଭଲକ୍ଷ୍ମୀଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇବାକୁ ସଞ୍ଜୟ ଏବଂ ତାଙ୍କ ସ୍ତ୍ରୀ ଦୁଲ୍ଲଣା ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri