Posted inବୌଦ୍ଧ

୫ ଜଣଙ୍କୁ ନେଇ ହେବ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା  

ମନମୁଣ୍ଡା,୨୯।୫ (ଡି.ଏନ.ଏ.)- ଚଳିତବର୍ଷ କରୋନା କଟକଣା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ଥିବା ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ପୂଜକଙ୍କ ସମେତ ୫ ଜଣଙ୍କୁ ନେଇ କରାଯିବ ା ମନମୁଣ୍ଡା ରଥ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ା ୧୫୦ ବର୍ଷ ତଳର ଶ୍ରୀଦଧିବାମନଜୀଉ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଛି ା ପ୍ରତିବର୍ଷ ଏଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ା ଆସନ୍ତା ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡୁଥିବାରୁ ରଥ କମିଟି ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ରଥ କମିଟି ସଭାପତି ବିପ୍ରଚରଣ ବେହେରା ସଭାପତିତ୍ୱ କରିଥିଲେ । ଏଥିରେ କମିଟିର ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ସଭ୍ୟ ରାଜା ଅଗ୍ରୱାଲ, ଚନ୍ଦ୍ରଶେଖର ମେହେର, ଦଶରଥ ମେହେର, ନିରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବର୍ତ୍ତମାନ କରୋନା କଟକଣା ନେଇ ଧାର୍ମିକ ଉତ୍ସବକୁ ସରକାର ବନ୍ଦ କରିଥିବାରୁ କମିଟି ତରଫରୁ ବୌଦ୍ଧ ଉପଜିଲାପାଳଙ୍କ ସହ ଆଲୋଚନା ହୋଇଥିଲା ା ଏହି ଆଲୋଚନା ପରେ ମନ୍ଦିର ପୂଜକ ଗୋପୀନାଥ ହୋତା ଓ ୨ଜଣ ବ୍ରାହ୍ମଣ ସମେତ ମୋଟ ୫ଜଣଙ୍କ ଉପସ୍ଥିତିରେ ମାକ୍ସ ଲଗାଇ ସାମାଜିକ ଦୂରତା ଅବଳମ୍ବନ ପୂର୍ବକ କେବଳ ପୂଜା ଓ ରୀତିନୀତି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବାଦ୍ୟ, ଘଣ୍ଟ, ମାଇକ ବଜାକୁ ବନ୍ଦ କରାଯିବା ସହ ଭକ୍ତମାନେ ଗହଳି ନ କରିବା ପାଇଁ ସ୍ଥିର ହୋଇଛି । ସେହିପରି ରଥଯାତ୍ରା ଉପଲକ୍ଷେ ଠାକୁରଙ୍କ ସବୁ ରୀତିନୀତି ଚାଲୁ ରହିଥିବ ା
ସରକାର ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଲେ ତଥା ଏପଟେ ବୌଦ୍ଧ ଜିଲାପାଳ ବୌଦ୍ଧରେ ଅନୁମତି ଦେଲେ ରଥ ଟଣାଯିବ । ନଚେତ୍‌ ରଥଯାତ୍ରା ହେବ ନାହିଁ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ ତୋଫାନ ଯୋଗୁ ତାର ଛିଣ୍ଡିଲା: ୨ ଦିନ ହେଲା ୨ ପଞ୍ଚାୟତ ଅନ୍ଧାରରେ

ଜହ୍ନାପଙ୍କ, ୩୦।୫ (ଡି.ଏନ.ଏ.)-ଗୁରୁବାର ସନ୍ଧ୍ୟାରେ ହୋଇଥିବା ଝଡତୋଫାନ ଯୋଗୁ ମୁଣ୍ଡାପଡା ଓ ବ୍ରାହ୍ମଣୀପାଲିକୁ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି ା ଫଳରେ ୨ ଦିନ...

ଶିକାରୀ ଗୁଳିରେ ଟଳିପଡ଼ିଲେ ଶିକାରୀ

ବୌଦ୍ଧ,୩୦।୬(ସ୍ବ.ପ୍ର.): ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କାନପୁର ଗ୍ରାମର ସଞ୍ଜୀବ ଭୋଇଙ୍କର ଅନ୍ୟ ଜଣେ ଶିକାରୀଙ୍କ ଗୁଳିରେ ମୃତ୍ୟୁ ଘଟିଛି।...

ବିଛାଉଥିଲେ ବିଦ୍ୟୁତ୍‌ ତାର ନିଜେ ଫଶିଲେ

ବୌଦ୍ଧ/ବଘିଆପଡା/ବାଉଁଶୁଣୀ,୧୯ା୧୧(ସ୍ବ.ପ୍ର/ଡି.ଏନ.ଏ): ବୌଦ୍ଧ ଗଉଦେଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ...

ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ...

ଓଲଟିଲା କୋଇଲା ବୋଝେଇ ଟ୍ରଲର୍‌

ହରଭଙ୍ଗା, ୭।୯(ଡି.ଏନ.ଏ.): ବୌଦ୍ଧ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ସୋମବାର ସକାଳୁ ଏକ...

ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ଜରିମାନା

ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ ୧୫ ଏସ୍‌ଏଚ୍‌ଜି

ବୌଦ୍ଧ, ୨୩ା୪(ସ୍ବ.ପ୍ର)-ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମଶିଣାଗୋରା ଗ୍ରାମର ୧୫ଟି ଏସଏଚଜିର ମହିଳାମାନେ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦୦୦ ଟଙ୍କାର ସହାୟତା...

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

ବୌଦ୍ଧ,୪।୧୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚତୁର୍ଭୁଜ ଖମାରି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଖମାରି...

Advertisement
Archives

Model This Week