୫୯ ପଞ୍ଚାୟତ ପୋଖରୀରେ ଏସ୍‌ଏଚ୍‌ଜି କରିବେ ମାଛଚାଷ

ଫୁଲବାଣୀ ଅଫିସ, ୨୩ା୮-ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ପଞ୍ଚାୟତ ପୋଖରୀରେ ମାଛଚାଷ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏସବୁ ପୋଖରୀ ସେମାନଙ୍କୁ ଲିଜ୍‌ ଆକାରରେ ଦିଆଯିବ। ୧ ବର୍ଷରୁ ୩ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସମୟ ସୀମା ରହିବ। ପୋଖରୀରେ ବୈଷୟିକ ପ୍ରଣାଳୀରେ ମାଛ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲାରେ ମୋଟ ୧୭୧ ପଞ୍ଚାୟତରୁ ୫୯ ପୋଖରୀ ଚିହ୍ନଟ ହୋଇଛି। ସେଥିରୁ ୪୨ପୋଖରୀ ଲିଜ୍‌ ସୂତ୍ରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆ ସରିଲାଣି। ଆସନ୍ତା ୩୧ ତାରିଖ ସୁଦ୍ଧା ଅନ୍ୟ ସବୁର ଲିଜ୍‌ କାର୍ଯ୍ୟ ଶେଷ ହୋଇ ସେପ୍ଟେମ୍ବର ୩୦ ଭିତରେ ଯାଅଁାଳ ଛଡା ଯିବାକୁ ମତ୍ସ୍ୟ ବିଭାଗ ଏବଂ ମିଶନଶକ୍ତି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।ମିଳିଥିବା ସୂଚନା ଅନୁସାରେ, ଫୁଲବାଣୀ ବ୍ଲକରେ ୧୨ ପୋଖରୀ ଚିହ୍ନଟ ହୋଇଛି। ଯାହାର ଆୟତନ ୮ ହେକ୍ଟର। ସେହିପରି ଖଜୁରିପଡାରେ ୩ ପୋଖରୀର ୨.୫ ହେକ୍ଟର, ଫିରିଙ୍ଗିଆର ୯ ପୋଖରୀର ୪ ହେକ୍ଟର, ଟିକାବାଲିର ୨ ପୋଖରୀର ୪ ହେକ୍ଟର, ଚକାପାଦ ୯ ପୋଖରୀର ୩ ହେକ୍ଟର, ଜି.ଉଦୟଗିରିର ୫ ପୋଖରୀର ୪ ହେକ୍ଟର, ରାଇକିଆ ୫ ପୋଖରୀର ୧ ହେକ୍ଟର, ଦାରିଙ୍ଗବାଡିରେ ୩ ପୋଖରୀର ୦.୬ ହେକ୍ଟର, ବାଲିଗୁଡା ୫ ପୋଖରୀ ୧.୬ ହେକ୍ଟର, ତୁମୁଡିବନ୍ଧ ୪ ପୋଖରୀରେ ୦.୮ ହେକ୍ଟର ଏବଂ କୋଟଗଡରେ ୨ ପୋଖରୀର ୦.୬ ହେକ୍ଟରରେ ମାଛ ଚାଷ ହେବ। କ.ନୂଆଗଁା ବ୍ଲକରେ ୩ ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତ ଲିଜ୍‌ ଦେଇ ସାରିଥିବାରୁ ସେଠାରେ ଏସ୍‌ଏଚ୍‌ଜିମାନେ ଉପକୃତ ହେବେ ନାହିଁ।ସେହିପରି ପଞ୍ଚାୟତ ପୋଖରୀ ଚିହ୍ନଟରେ ମଧ୍ୟ କିଛି ସମସ୍ୟା ରହିଛି। ପଞ୍ଚାୟତ ନିଜେ ପୋଖରୀକୁ ଲିଜ୍‌ ଦେଲେ ଭଲ ରାଜସ୍ବ ପାଇଥାଏ। ମାତ୍ର ଏସ୍‌ଏଚ୍‌ଜିଙ୍କୁ ଦେଲେ ରାଜସ୍ବ ବହୁତ କମିବ।
କାରଣ ଗୋଟିଏ ଏକର ପୋଖରୀ ବାବଦରେ ବର୍ଷକୁ ଏସ୍‌ଏଚ୍‌ଜିମାନେ ମାତ୍ର ୨୦୦୦ ଟଙ୍କା ପଞ୍ଚାୟତକୁ ଦେବେ।
ଯଦି ପରବର୍ତ୍ତୀ ବର୍ଷକୁ ଲିଜ୍‌ ରଖିବେ ତାହାଲେ ଆଉ ଅଧିକ ୧୦ ପ୍ରତିଶତ ଦେବେ। ଯହାକୁ ନେଇ ପଞ୍ଚାୟତରେ ଟଣା ଓଟରା ଲାଗି ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବାରୁ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀମାନେ ଚୁପ୍‌ ରହି ଲିଜ୍‌ ଦେବାବୁ ବାଧ୍ୟ ହେଉଛନ୍ତି। ସେହିପରି ପଞ୍ଚାୟତ ପୋଖରୀ ଲିଜ୍‌ ନେବାକୁ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ପ୍ରବଳ ହଟଗୋଳ ହେଉଛି। ସେମାନଙ୍କୁ ମିଶନଶକ୍ତି ଏବଂ ସହକାରୀ ମତ୍ସ୍ୟ ଅଧିକାରୀ ଚିହ୍ନଟ କରୁଛନ୍ତିି। ଜିଲାରେ କିଛି ସ୍ଥାନରେ ପୋଖରୀ ପାଇ ନ ଥିବା ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ପୋଖରୀରେ ମଧୁର ମାଛ ଭାକୁର, ରୋହି ଓ ମିରିକାଳି ଚାଷ କରାଯିବ। ଗୋଟିଏ ଏକର ପିଛା ଯେତିକି ଖର୍ଚ୍ଚ ହେବ ସେଥିରୁ ସବ୍‌ସିଡି ମାଧ୍ୟମରେ କିିମ୍ବା ରିହାତି ୬୦ ପ୍ରତିଶତ ସରକାର ଦେବେ। ଯଦି ଏସ୍‌ଏଚ୍‌ଜିଙ୍କ ପାଖରେ ଅର୍ଥ ଅଭାବ ଥିବ ତା’ ହେଲେ ବ୍ୟାଙ୍କ ଜରିଆରେ ସେମାନଙ୍କୁ ଋଣ ଯୋଗାଇ ଦିଆଯିବ। ଯାହା ଆମେ ଅନୁମାନ କରୁଛୁ। ଗୋଟିଏ ଏକର ପୋଖରୀରୁ ବର୍ଷକୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଭ ମିଳିବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri