Posted inଫୁରସତ

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି। ତେବେ ପ୍ରଥମ ବ୍ରଶ୍‌୍‌ ଚାଇନାରେ ତିଆରି ହୋଇଥିଲା। ୫୦୦ ବର୍ଷ ତଳେ ପ୍ରାଣୀ କେଶରୁ ଚାଇନା ପ୍ରଥମେ ବ୍ରଶ୍‌‌ ତିଆରି କରି ଏହାର ପେଟେଣ୍ଟ୍‌ ମଧ୍ୟ କରିଥିଲା। ପ୍ରାଚୀନ ବାବିଲୋନିଆରେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦୦-୩୫୦୦ ମଧ୍ୟରେ ବ୍ରଶ୍‌ର ବ୍ୟବହାର ମଧ୍ୟ କରାଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ମତପୋଷଣ କରିଥାନ୍ତି। ସେହିପରି ପୁରାତନ ମିଶରରେ ଛୋଟଛୋଟ କାଠ ଏବଂ ପକ୍ଷୀ ପରରେ ବ୍ରସ୍‌ ତିଆରି ହେଉଥିଲା। ଖ୍ରୀଷ୍ଟପୂର୍ବ ୧୬୦୦ରେ ଚାଇନାରେ ସୁଗନ୍ଧିତ ବୃକ୍ଷ କାଠିକୁ ଦାନ୍ତ ଘଷିବା ପାଇଁ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ସମୟରେ ଦାନ୍ତଘଷାକୁ ଅଧିକ ସହଜ କରିବା ଲାଗି ଏହି କାଠିରୁ ବ୍ରଶ୍‌‌ ତିଆରି କରିବାକୁ ଚିନ୍ତା କରାଯାଇଥିଲା। ୧୪୯୮ ଜୁନ୍‌ ୨୬ରେ ଚାଇନାରେ ପ୍ରଥମ କରି ଆଧୁନିକ ବ୍ରଶ୍‌‌ ପ୍ରାଣୀକେଶରୁ ତିଆରି ହୋଇଥିଲା। ପରବର୍ତ୍ତୀ ସମୟରେ ଚାଇନା ପକ୍ଷରୁ ଏହାର ପେଟେଣ୍ଟ୍‌ ମଧ୍ୟ କରାଯାଇଥିଲା। ଏହି ବ୍ରଶ୍‌ରେ କୌଣସି ହାଡ଼ ଅବା ବାଉଁଶରେ ପ୍ରାଣୀକେଶ ଲଗା ଯାଉଥିଲା। ପରେ ୧୯୩୮ରେ ନାଇଲନ୍‌ରେ ବ୍ରଶ୍‌‌ ତିଆରି ଆରମ୍ଭ ହୋଇଥିଲା। ୧୯୫୦ ପରେ ଟୁଥ୍‌ ବ୍ରଶ୍‌‌ ତିଆରି ଆରମ୍ଭ ହୋଇଥିଲା। ୧୯୬୦ରେ ଆମେରିକାରେ ଇଲେକ୍ଟ୍ରିକ୍‌ ବ୍ରଶ୍‌‌ ତିଆରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri