ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କୁ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।
ଚମାରଗାଁ ପଞ୍ଚାୟତର ଚାଫଲା ଗ୍ରାମର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିଲେ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ନିଜର ୫ବର୍ଷର ଝିଅକୁ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନ ବୁଲିଥିଲେ। ଶେଷରେ ଗତ ନଭେମ୍ବରରେ ୬୦ନଂ. ଜାତୀୟ ରାଜପଥରେ ନିଜ ଝିଅକୁ ନନ୍ଦିକା ନିକଟରେ ଛାଡ଼ି ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ ଫେରାର ହୋଇଯାଇଥିଲେ। ସେଠାରେ ଦୀର୍ଘ ସମୟ ଧରି ଝିଅଟି କାନ୍ଦୁଥିବା ବେଳେ ଗୋପୀମୋହନପୁର ପଞ୍ଚାୟତର ମହିଷାମୁଁଣ୍ଡା ଗାଁର ଜଣେ ବ୍ୟକ୍ତି ତାଙ୍କୁ ନେଇଯାଇ ଘରେ ରଖିଥିଲେ। ସେ ତାଙ୍କ ଘରେ ବିଭିନ୍ନ କାମରେ ନିୟୋଜିତ କରୁଥିବା ଜାଣି ନିକଟସ୍ଥ ସରସିଦା ଗ୍ରାମରେ ଥିବା ଆନନ୍ଦାୟନ କନ୍ୟାଶ୍ରମର ସମ୍ପାଦିକା କାଞ୍ଚନବାଳା ପରିଡ଼ା ତାଙ୍କୁ ନେବା ପାଇଁ ନିବେଦନ କରିଥିଲେ ା ମାତ୍ର ସେଥିରେ ସେ ଅମଙ୍ଗ ହେବାରୁ ଜଳେଶ୍ୱର ପୋଲିସର ଆଶ୍ରୟ ନିଆଯାଇଥିଲା। ମାତ୍ର ସେଥିରେ ବିଫଳ ହେବାରୁ କନ୍ୟାଶ୍ରମର ସମ୍ପାଦିକା ଚାଇଲ୍ଡଲାଇନ୍କୁ ଜଣାଇବା ପରେ ରବିବାର ସନ୍ଧ୍ୟାରେ ବାଲେଶ୍ୱର ଚାଇଲ୍ଡଲାଇନ ନିର୍ଦ୍ଦେଶରେ ବାଲିଆପାଳ ଚାଇଲ୍ଡଲାଇନର କ୍ରିଷ୍ଣା ଅଣ୍ଡିଆ ଜଳେଶ୍ୱର ପୋଲିସ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ସୋମବାର ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥି ବାରିକ, ସଭ୍ୟ ଗଣେଶ୍ୱର ରାଉତ, ଆଶିଷ ଘୋଷ, ପଦ୍ମଲୋଚନ ଦତ୍ତ ଓ ଗୌରରାଣୀ ଉପାଧ୍ୟାୟ ପ୍ରମୁଖଙ୍କ ନିକଟରେ ହାଜର କରାଯାଇଥିଲା। ପରେ ଶିଶୁକୁ ସୋର ପୁରୁବାଈସ୍ଥିତ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।
Posted inଆମ ଜିଲା ଖବର, ବାଲେଶ୍ୱର View All
![](https://www.dharitri.com/wp-content/uploads/2024/07/87-5.jpg)
ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍
ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...
![](https://www.dharitri.com/wp-content/uploads/2024/07/51-3.jpg)
ଅଧାରେ ଅଟକିଲା କେନାଲ ପାଣି
କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...
![](https://www.dharitri.com/wp-content/uploads/2024/07/Untitled-1-337.png)
ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର
ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...
![](https://www.dharitri.com/wp-content/uploads/2024/07/5-36.jpg)
ଜୀବିକା ଦେଇଛି ବାଉଁଶ କାରିଗରୀ
କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...
![](https://www.dharitri.com/wp-content/uploads/2024/07/897.jpg)
ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…
ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...
![](https://www.dharitri.com/wp-content/uploads/2024/07/75-1.jpg)
ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ
ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...
![](https://www.dharitri.com/wp-content/uploads/2024/07/3-56.jpg)
ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି
ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...
![](https://www.dharitri.com/wp-content/uploads/2024/07/50.jpg)
ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର
କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)