Posted inଜାତୀୟ

୫ଜି ରେସ୍‌ରୁ ବାଦ୍‌ ପଡ଼ିପାରେ ଚାଇନାର ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୬: ଗତ କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେଇଛି। ଲଦାଖ ଘାଟିରେ ଜାରି ରହିଥିବା ଉତ୍ତେଜନା ପରେ ଦୁଇ ଦେଶର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବ୍ୟବସାୟିକ କୁଟନୀତି ଜରିଆରେ ଭାରତ ସରକାର ଚାଇନାକୁ କଡ଼ା ଜବାବ ଦେଇଛନ୍ତି। ସୋମବାର ଦେଶରେ ୫୯ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମୋଦି ସରକାର ପୁଣି ଥରେ ଚାଇନାକୁ ଝଟ୍‌କା ଦେବାକୁ ଯାଉଥିବା ଜଣାପଡ଼ିଛି। ଭାରତରେ ୫ଜି ସେବା ପାଇଁ ଚାଇନାର ହାଓ୍ବାଇ କମ୍ପାନୀ ହେଉଛି ମୁଖ୍ୟ ଦାବିଦାର। ବର୍ତ୍ତମାନ ଭାରତ ୫ଜି ନିଲାମୀକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଗତବର୍ଷ ହାଓ୍ବାଇକୁ ୫ଜି ଟ୍ରାୟଲରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା। ହେଲେ ଏବେ ମୋଦି ସରକାର ୫ଜି ନିଲାମରେ ଏହି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ହାଓ୍ବାଇ ଉତ୍ପାଦନ ଉପରେ ପୂର୍ବରୁ ଆମେରିକା ମେ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇସାରିଛି। ଏବେ ଆମେରିକା ଅନ୍ୟଦେଶମାନଙ୍କ ଉପରେ ଏହି କମ୍ପାନୀକୁ ନିଜ ଦେଶରୁ ବାହାର କରିବା ପାଇଁ ଚାପ ପକାଉଥିବା ସୂଚନା ରହିଛି। ସୋମବାର ମୋଦି ସରକାରଙ୍କ ବରିଷ୍ଠ ମନ୍ତ୍ରୀଙ୍କ ବସିଥିବା ବୈଠକରେ ୫ଜିକୁ ନେଇ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସାମିଲ ହୋଇଥିଲେ। ସୁଚନା ମୁତାବକ ସିଙ୍ଗାପୁରରେ ୫ଜି ରେସ୍‌ରେ ହାଓ୍ବାଇକୁ ବାଦ୍‌ ଦିଆଯାଇଛି। ସେଠାରେ ହାଓ୍ବାଇ ବଦଳରେ ନୋକିଆ ଓ ଏରିକ୍ସନ୍‌କୁ ସୁଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

#ମିଠୁ ମାମଲାରେ ଅନୁ ମଲିକଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୭।୧: ବଲିଉଡ୍‌ର ପପୁଲାର ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଇଣ୍ଡିଆନ ଆଇଡଲ୍‌-୧୧ର ପୂର୍ବତନ ଜଜ୍‌ ଅନୁ ମଲିକଙ୍କ ଉପରେ #ମିଠୁ ଜରିଆରେ ଯୌନ ନିର୍ଯ୍ୟାତନା ମାମଲା...

କିଏ ଗଢିବ ହରିୟାଣାରେ ସରକାର? ୫ ସ୍ବାଧୀନ ବିଧାୟକ ଭାଜପାକୁ ଦେଲେ ସମର୍ଥନ

ଚଣ୍ଡିଗଡ଼,୨୫।୧୦: ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଫଳରେ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଧୀନ...

ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ପୂର୍ବତନ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି। ମଙ୍ଗଳବାର ସେନା ମୁଖ୍ୟଭାବେ ଅବସର ନେବା...

ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର

ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା...

ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହେବାପରେ ତାଙ୍କର ପାର୍ଥିବ ଶରୀରକୁ ଶେଷ...

ଗୈରସୈଣ ଉତ୍ତରାଖଣ୍ଡର ଦ୍ୱିତୀୟ ରାଜଧାନୀ

ଡେରାଡୁନ୍‌,୯ା୬(ପି.ଟି.): ଚାମୋଲି ଜିଲାର ଗୈରସୈଣକୁ ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଭାବେ ସୋମବାର ଘୋଷଣା କରାଯାଇଛି। ପ୍ରଶାସନ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନ ଭାବେ ବିକଶିତ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।...

Advertisement


Archives

Model This Week