୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଘୋଷଣା ହୋଇଥିବା ୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ଆସନ୍ତା ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨୮ରେ ଭୋଟ ଗଣତି କରାଯିବ। ୪ଟି ରାଜ୍ୟ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ଗୋଟିଏ ଆସନ ପାଇଁ କୌଣସି ମୁହୂର୍ତ୍ତରେ କରାଯାଇପାରେ ବୋଲି ରାଜନୈତିକ ଦଳଗୁଡିକ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଜେପୁର ଆସନରେ ହେବାକୁ ଥିବା ନିର୍ବାଚନ ରାଜ୍ୟର ପ୍ରମୁଖ ଦଳଗୁଡିକ ପାଇଁ ସମ୍ମାନର ପ୍ରସଙ୍ଗ ଅଟେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଏବଂ ପଶ୍ଚିମଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ବିଜୟୀ ହେବାପରେ ନବୀନ ଗତ ଜୁନ୍‌ ୨ ତାରିଖ (ରବିବାର) ଦିନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ନିୟମାନୁଯାୟୀ ଏହି ଆସନରେ ୬ ମାସ ମଧ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍‌ ଡିସେମ୍ବର ୨ ସୁଦ୍ଧା ଉପନିର୍ବାଚନ କରାଯିବ। ଏହାର ୪୫ ଦିନ ପୂର୍ବରୁ ଏଥିପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରିବେ। ଏଥିପାଇଁ ଆହୁରି ୩ ମାସ ରହିଛି, ତେଣୁ ବର୍ତ୍ତମାନ ଉପନିର୍ବାଚନ ତାରିଖ ଘୋଷଣା ନ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ବିଜେପୁର ଆସନ ହାତେଇବା ଲାଗି ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛି। କଂଗ୍ରେସ କିଛିଦିନ ତଳେ ଏକ ବୈଠକ କରି ପ୍ରାର୍ଥୀ ଚୟନ ଲାଗି ଉଦ୍ୟମ ଆରମ୍ଭ କରିଛି। ଏହି କମିଟି ଅଧ୍ୟକ୍ଷ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ରଖାଯାଇଛି। ଗତ ୧୬ ତାରିଖରେ ଏନେଇ କଂଗ୍ରେସ ପ୍ରଥମ ବୈଠକ ମଧ୍ୟ କରି ଉପନିର୍ବାଚନ ନେଇ ଆଲୋଚନା କରିଥିଲା। ଭାଜପା ଗତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଛି। ବରଗଡ ଲୋକସଭା ଆସନରେ ଭାଜପା ବିଜୟୀ ହେଇଥିବାରୁ ଏହି ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନକୁ ହାତେଇବାକୁ ଦଳ ଜୋରସୋର ଉଦ୍ୟମ ଆରମ୍ଭ କରିଛି । କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ। ତେଣୁ ଏହି ଆସନରେ ଭାଜପା ମଧ୍ୟ କଡ୍ଡା ଟକ୍କର ଦେବ ବୋଲି ଜଣାପଡିଛି। ଭାଜପାରୁ ପ୍ରାର୍ଥୀ ହେବା ସକାଶେ ବହୁ ନେତା ବର୍ତ୍ତମାନଠାରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତିି। ଗତ ଏକ ମାସ ତଳେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୪ ଦିନ ମଧ୍ୟରେ ଆଉ ଏକ ପ୍ରସ୍ତୁତି ବୈଠକ ବସିବ ବୋଲି ଜଣାପଡିଛି। ଭାଜପା ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଭାଜପା ବିଜେପୁର ଉପନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଠି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଜନମତ ରହିଛି। ଏଥର ଭାଜପା ଏହି ଉପନିର୍ବାଚନରେ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ସେ କହିଛନ୍ତି। ସେହିଭଳି ବିଜେଡି ରାଜ୍ୟରେ ପଞ୍ଚମ ଥର ଲାଗି ସରକାରରେ ଥିବାବେଳେ ଉପନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯିବାର ଆଶା ଅଧିକା। ନିକଟରେ ଶେଷ ହୋଇଥିବା ପାଟକୁରା ଆସନର ନିର୍ବାଚନରେ ଏକଥା ସ୍ପଷ୍ଟ ହୋଇସାରିଛି। ହେଲେ ଦଳ ବିଜେପୁର ପାଇଁ କାହାକୁ ପ୍ରାର୍ଥୀ କରିବ ସେନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ମାତ୍ର ଦଳ ପକ୍ଷରୁ ବର୍ତ୍ତମାନ ପୁନର୍ବାର ରୀତା ସାହୁଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ସପକ୍ଷରେ ନିର୍ଦ୍ଦିଷ୍ଟଭାବେ କିଛି ଭୋଟ ରହୁଥିବାରୁ ରୀତାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ବିଚାର କରିଥିବା ଚର୍ଚ୍ଚା ଧରିଛି। ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛନ୍ତି, ବିଜେଡି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ହେଲେ ସେଥିଲାଗି ଆମେ ପ୍ରସ୍ତୁତ ଅଛୁ। ଉପନିର୍ବାଚନ ନେଇ ଖୁବ୍‌ଶୀଘ୍ର ବୈଠକ ବସିବ। ଏଠାରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri