Posted inଖେଳ

୪ ବର୍ଷରେ ପ୍ରଥମ ବ୍ୟାଟ୍ସମ୍ୟାନ ଶ୍ରେୟାସ

ହାମିଲଟନ,୫।୨- ଶ୍ରେୟାସ ଆୟାର ବୁଧବାର ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ୪ ବର୍ଷ ପରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୪ ନମ୍ବର କ୍ରମରେ ବ୍ୟାଟିଂ କରି ବିଦେଶରେ ଶତକ ହାସଲ କରିଛନ୍ତି। ଆୟାର ୧୦୭ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ। ତାଙ୍କ ପୂର୍ବରୁ ମନୀଷ ପାଣ୍ଡେ ସମାନ ବ୍ୟାଟିଂ ପୋଜିଶନରେ ବିଦେଶୀ ମାଟିରେ ଶତକ ହାସଲ କରିଥିଲେ। ୨୦୧୬, ଜାନୁୟାରୀ ୨୩ ତାରିଖରେ ପାଣ୍ଡେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୪ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଗତ ୫ ବର୍ଷ ମଧ୍ୟରେ ଆୟାର ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ୪ ନମ୍ବର କ୍ରମରେ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (୧୫୦) ଓ ଅମ୍ବାତି ରାୟୁଡୁ (୧୦୦) ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଆୟାର କ୍ୟାରିୟରର ୧୬ତମ ଦିନିକିଆ ମ୍ୟାଚ୍‌ରେ ୩ ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିଛନ୍ତି। ଏଥିର୍ପୂବରୁ ୮୮ ତାଙ୍କର ଶ୍ରେଷ୍ଠ ଇନିଂସ ଥିଲା। ଏହାବାଦ୍‌ ୬ ଅର୍ଦ୍ଧଶତକ ମଧ୍ୟ ତାଙ୍କ ଛୋଟିଆ କ୍ୟାରିୟରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ମିଳିବ ନାହିଁ ଶୁବମାନ ଗିଲଙ୍କ ବଦଳ ଖେଳାଳି

ମୁମ୍ବାଇ,୮।୭: ଆହତ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଶୁବମାନ ଗିଲଙ୍କ ବଦଳରେ କୌଣସି ଖେଳାଳିଙ୍କୁ ୟୁକେ ପଠାଯିବ ନାହିଁ। ଫଳରେ...

ସ୍ପେନ୍‌ରେ ମହିଳା ଫୁଟବଲକୁ ପେସାଦାର ମାନ୍ୟତା

ମାଡ୍ରିଡ,୧୧।୬(ଏପି): ସ୍ପେନ୍‌ରେ ମହିଳା ସକର ବା ଫୁଟବଲ୍‌କୁ ପେସାଦାର ମାନ୍ୟତା ମିଳିଛି। ଦେଶର ଦୁଇଟି ଶ୍ରେଷ୍ଠ ସକର ଡିଭିଜନ୍‌କୁ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି ସ୍ପାନିଶ୍‌...

ଆଇପିଏଲ୍‌କୁ ନେଇ ଆଫ୍ରିଦିଙ୍କ କଟାକ୍ଷ: ସିରିଜ ମଝିରୁ ଖେଳାଳିଙ୍କୁ ଛାଡ଼ିବା…

ଲାହୋର,୯।୪: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏଏ) ପକ୍ଷରୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସିରିଜ ମଝିରୁ ଆଇପିଏଲ୍‌ ଖେଳିବା ପାଇଁ ପଠାଯିବା ଆଶ୍ଚର୍ଯ୍ୟଜନକ...

ବୋଲିଂ ପରେ ବ୍ୟାଟିଂରେ କରାମତି ଦେଖାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ପରେ ବ୍ୟାଟିଂରେ ନିଜ କରାମତି ଦେଖାଇଛନ୍ତି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ...

ପୁଣି ମ୍ୟାଚ୍‌ରେ ଦେଖିବାକୁ ମିଳିଲା ବଳିଦାନ ଚିହ୍ନ

ଲଣ୍ଡନ,୧୦।୬- ଆଇସିସି ନିର୍ଦ୍ଦେଶକ୍ରମେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଗ୍ଲୋଭ୍ସରୁ ବଳିଦାନ ଚିହ୍ନ ତଥା ଆର୍ମିର କୌଣସି ପ୍ରତୀକକୁ ହଟାଇ ଦେଇଛନ୍ତି।...

ଏହି କ୍ରିକେଟର୍‌ଙ୍କ ଜ୍ୟାକେଟ୍‌ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଏହି କ୍ରିକେଟର୍‌

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ଆୟୋଜନ କରାଯାଉନାହିଁ। ଏହି ସମୟରେ କିଛି ଭାରତୀୟ କ୍ରିକେଟରମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବାବେଳେ ଆଉ କିଛି କ୍ରିକେଟର...

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ଖେଳାଳି ବଦଳ ନିୟମ ନେଇ ଆଲୋଚନା ହେବ

ନୂଆଦିଲ୍ଲୀ,୫।୧୧(ପି.ଟି.)- ମୁମ୍ବାଇରେ ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗଭର୍ନିଂ କାଉନସିଲ ବୈଠକ ବୁଧବାର ବସିବାକୁ ଯାଉଛି। ଆଇପିଏଲକୁ ଅଧିକ ରୋମାଞ୍ଚକ କରିବା ପାଇଁ ଏକ...

Ten Cric Info
Advertisement


Archives

Model This Week

Why Dharitri