Posted inଜାତୀୟ

୪ ଦେଶରେ ଲଜିଷ୍ଟିକ୍‌ ବେସ୍‌ ଖୋଲିବ ହାଲ୍‌

ନୂଆଦିଲ୍ଲୀ,୯ା୩(ପି.ଟି.): ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) ମାଲେସିଆ, ଭିଏତନାମ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଏହାର ଲଜିଷ୍ଟିକ୍‌ ବେସ୍‌ ଖୋଲିବା ପାଇଁ ଯୋଜନା କରୁଛି। ସେହିସବୁ ଦେଶକୁ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ଓ ସାମରିକ ହେଲିକପ୍ଟର ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ହାଲ୍‌। ଉପରୋକ୍ତ ଦେଶଗୁଡ଼ିକ ରୁଷିଆ ନିର୍ମିତ ଯୁଦ୍ଧବିମାନ ଓ ହେଲିକପ୍ଟର ବ୍ୟବହାର କରୁଛନ୍ତି, ଯାହାର ସେବା ପ୍ରଦାନ କ୍ଷମତା ଅତ୍ୟନ୍ତ ନିକୃଷ୍ଟ ବୋଲି ହାଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍‌. ମାଧବନ କହିଛନ୍ତି। ସରକାର ଏବେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର, ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକୀୟ ଦେଶଗୁଡ଼ିକୁ ତେଜସ୍‌, ଲଢ଼ୁଆ ହେଲିକପ୍ଟର ରୁଦ୍ର ଓ ହାଲୁକା ହେଲିକପ୍ଟର ଧ୍ରୁବ ରପ୍ତାନି ଉପରେ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାରକୁ ବଢ଼ାଇବା ପାଇଁ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟଧାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ମଦ ପିଇଲେ ସମ୍ପୂର୍ଣ୍ଣ ଗାଁକୁ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା

ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ। ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ

ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି...

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ...

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌ କରି କଇଁ କଇଁ ହୋଇ କାନ୍ଦିଲେ ମା

ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍‌ନାଟ୍‌ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍‌...

ଟେକାମାଡ଼ରେ ଟ୍ରକ୍‌ ଡ୍ରାଇଭର ମୃତ

ଶ୍ରୀନଗର,୨୬ା୮(ପି.ଟି.): ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲା ଜରାଦିପୋରା ଉରାନହାଲ୍‌ ଅଞ୍ଚଳରେ ରବିବାର ରାତିରେ ଟେକାମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ନୁର...

ସୁରକ୍ଷାକର୍ମୀ ଭୁଲିଗଲେ ମାନବିକତା: ହସ୍ପିଟାଲରେ ଅତି ନିର୍ମମ ଭାବେ ପିଟିଲେ ବୃଦ୍ଧାଙ୍କୁ

ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍‌ଆର୍‌ଏନ୍‌ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ...

ପିଆଜ ରପ୍ତାନୀ ଉପରେ ରୋକ: ଦାମ୍‌ ନିୟନ୍ତ୍ରଣ ପାଇଁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି।...

ଶାହାଙ୍କ ରାଲି ପୂର୍ବରୁ ବିହାରରେ ପୋଷ୍ଟର ଓ୍ବାର

ପାଟନା,୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିହାରରେ ଏକ ଡିଜିଟାଲ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି...

Play 250+ Trending Games
Archives

Model This Week

Why Dharitri