୪ ତାରିଖରୁ ନିଖୋଜ ଥିଲେ ଯୁବକ : ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୯।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଜଣେ ଯୁବକ ଗତ ୪ ତାରିଖରୁ ନିଖୋଜ ଥିବାବେଳେ ଶୁକ୍ରବାର ତାଙ୍କ ମୃତଦେହ ସାକସିଙ୍ଗାରୁ ଅନୁଗୋଳ ପୋଲିସ ଉଦ୍ଧାର କରିଛି। ଚିହ୍ନଟ ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅନୁଗୋଳ ଥାନାରେ ଏତଲା ଦେଇଛନ୍ତି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାସ୍ଥଳରେ ତଦନ୍ତ କରିଛି।
ଗୁରଙ୍ଗ ଗ୍ରାମର ତ୍ରିଲୋଚନ ନାଏକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ତ୍ରିପୁର ନାଏକ(୧୯) ଭୁବନେଶ୍ୱରରେ ଏକ କମ୍ପାନୀରେ ମେଶିନ୍‌ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗତ ଲକ୍ଷ୍ମୀ ପୂଜା ସମୟରେ ସେ ଘରକୁ ଆସିଥିଲେ। ଗତ ୪ ତାରିଖରେ ସେ ବାଇକ୍‌ରେ ଡିକି ଲଗାଇବା ପାଇଁ ଅନୁଗୋଳ ଆସିଥିଲେ। କିନ୍ତୁ ରାତିରେ ଘରକୁ ଫେରି ନ ଥିଲେ। ତାଙ୍କ ଫୋନ ସୁଇଚଅଫ୍‌ ଥିବାବେଳେ ସାଙ୍ଗମାନଙ୍କ ନିକଟରେ ମଧ୍ୟ କୌଣସି ଖବର ନ ଥିଲା। ତେଣୁ ବାଧ୍ୟ ହୋଇ ବନ୍ତଳା ଥାନାରେ ତ୍ରିପୁର ନିଖୋଜ ଥିବା ନେଇ ଅଭିଯୋଗ କରାଯାଇଥିଲା। ଶୁକ୍ରବାର ସାକସିଙ୍ଗା-ଘୁସାପାଳ ରାସ୍ତାର ଏକ ବୁଦା ମୂଳରୁ ଅନୁଗୋଳ ପୋଲିସ ତ୍ରିପୁରଙ୍କ ମୃତଦେହ ଉଦ୍ଧାର କରିଥିଲା। କିନ୍ତୁ ତାଙ୍କ ବାଇକ୍‌ର ଏଯାଏ ପତ୍ତା ମିଳିନି। ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ପୋଲିସ ପାଇନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ନେଇ ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି, ଅରକ୍ଷିତ ସେଠୀ ପ୍ରମୁଖ ତଦନ୍ତ କରିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri