୪୮ ବସ୍ତା ଗୁଟ୍‌ଖା ଜବତ, ଏଜେଣ୍ଟ ଗିରଫ, ୨ ମାଲିକ ଫେରାର

ବ୍ରହ୍ମପୁର ଅଫିସ,୧୦ା୮-ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ଗୁଟ୍‌ଖା କାରଖାନାଗୁଡିକରେ ପୋଲିସ ନିୟମିତ ଚଢାଉ କରି ବହୁ କୋଟି ଟଙ୍କାର ଗୁଟ୍‌ଖା ଜବତ କରୁଛି। ତଥାପି ଏହି ବେଆଇନ କାରବାର ବନ୍ଦ ହେଉନି। ଶୁକ୍ରବାର ବୈଦ୍ୟନାଥପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ନୂଆ ବସଷ୍ଟାଣ୍ଡରେ ଥିବା ୪୮ ବସ୍ତା ଗୁଟଖା ଜବତ କରିଛି। ସେଠାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରେମନଗର ୪ର୍ଥ ସାରଣୀର ରଞ୍ଜନ କୁମାର ଦାସ ଓ ସେ ଜଣେ ଏଜେଣ୍ଟ ବୋଲି ପୋଲିସ କହିଛି। ମାମଲା ନଂ.୧୫୫/୧୯ରେ ରଞ୍ଜନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସତ୍ୟ ନାରାୟଣ ପାଢୀ ସୂଚନା ଦେଇଛନ୍ତି। ଗୁଟ୍‌ଖା ସବୁ ବସ ଯୋଗେ କୋଲକତା ଚାଲାଣ ପାଇଁ ବସଷ୍ଟାଣ୍ଡରେ ରଖାଯାଇଥିବା ଜେରା ବେଳେ ଅଭିଯୁକ୍ତ ଜଣକ ସ୍ବୀକାର କରିଛନ୍ତି। ବାଉଁଶିଆପଲ୍ଲୀରେ ଥିବା କାରଖାନାରୁ ଏହି ଗୁଟ୍‌ଖା ଆସିଥିଲା ବୋଲି ପୋଲିସ ଜାଣିବା ପରେ ସେଠାରେ ମଧ୍ୟ ଚଢାଉ କରିଥିଲା। ଚଢାଉ ବେଳେ ମାଲିକ ଏବଂ ତାଙ୍କ ଭାଗୁଆଳି ଫେରାର ଥିବା ପୋଲିସ କହିଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାରକୁ ରୋଷେଇ ସାମଗ୍ରୀ ବଣ୍ଟନ

ଜି.ଉଦୟଗିରି,୬ା୪(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଏନ୍‌ଏସି ତରଫରୁ ୧୩ ୱାର୍ଡରେ କରୋନା ନେଇ ସଚେତନ କରାଯିବା ସହିତ ସହରର କେତେକ ସ୍ଥାନରେ ଥିବା ନିରାଶ୍ରୟ ପରିବାରକୁ ଘରେ ରୋଷେଇ...

ଏକା ସାଙ୍ଗରେ ୮୩ ପିଲାଙ୍କ ବ୍ରତୋପନୟନ

କବିସୂର୍ଯ୍ୟନଗର,୨୧ା୪(ଡି.ଏନ୍‌.ଏ.): ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ, ପୂର୍ବ ଖଣ୍ଡ ତାଲୁକା ପକ୍ଷରୁ କିଛି ବର୍ଷ ହେଲା ଗରିବ ବ୍ରାହ୍ମଣ ପିଲାଙ୍କ ସାମୁହିକ...

ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ୧ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର, ୧୮।୭: ଗଞ୍ଜାମ ଜିଲାରେ କରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି...

ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ...

୨୯ରେ ରାଜ୍ୟସ୍ତରୀୟ ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ

ସୋରଡ଼ା,୧୯ା୧୨(ଡି.ଏନ.ଏ.)-ଓଡ଼ିଶା ଚେସ୍‌ ସଂଘ ଓ ସୋରଡ଼ା ଚେସ ସଂଘ ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓପନ ଚେସ୍‌ ଟୁର୍ନାମେଣ୍ଟ ଆସନ୍ତା ୨୯ ତାରିଖରେ ସ୍ଥାନୀୟ ବୈଷୟିକ ବିଦ୍ୟାଳୟ...

ଘଡ଼ଘଡ଼ାପଲ୍ଲୀ, ନରେନ୍ଦ୍ରପୁରରେ କଣ୍ଟେନ୍‌ମେଣ୍ଟ୍‌ ଅବଧି ୭ ଦିନକୁ ବୃଦ୍ଧି

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲ୍ଲୀ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗାଁର ଷ୍ଟେଶନ ରୋଡ୍‌ ଓ...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଗଛକୁ ଧକ୍କା ଦେଲା ଅଟୋ, ୮ ଆହତ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ୫୯ ନଂ. ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ନିକଟରେ ଗୁରୁବାର ଭୋର ସମୟରେ...

Advertisement
Archives

Model This Week