୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ

ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ ମଧ୍ୟପ୍ରଦେଶର ରାଜଗଡରେ କାମ କରନ୍ତି। ନିକଟରେ ତାଙ୍କ ସ୍ନାତକ ପରୀକ୍ଷା ଥିବାରୁ ସେ ଇଟାଓ୍ବା ଯାଇଥିଲେ। ହେଲେ କରୋନା ଭାଇରସ କାରଣରୁ ସବୁ ପରୀକ୍ଷା ସ୍ଥଗିତ କରାଯାଇଥିବା ବେଳେ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ ପରୀକ୍ଷା ସ୍ଥଗିତ ପରେ ଦିଗବିଜୟ ନିଜ କର୍ମସ୍ଥଳୀରେ ଯୋଗ ଦେବାକୁ ଦୀର୍ଘ ୪୫୦ କିଲୋମିଟର ଚାଲି ଚାଲି ପହଞ୍ଚିଥିବା କୁହାଯାଏ। ଲକ୍‌ଡାଉନ୍‌ ଯୋଗୁ ସେ ନିଜ ଘର ପାଖରୁ ଚାଲିବା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଯେମିତି ହେଉ ସେ ତାଙ୍କ କର୍ମସ୍ଥଳୀରେ ପହଞ୍ଚିବେ। ବାଟରେ କିଛି ସମୟ ବିଶ୍ରାମ ପରେ କାହାକୁ କାହାକୁ ଲିପ୍ଟ ମାଗି ମଧ୍ୟ କିଛି ବାଟ ଅତିକ୍ରମ କରିବା ସହ ଅଧିକ ବାଟ ପାଦରେ ଚାଲି ଚାଲି ସେ ରାଜଗଡ ପହଞ୍ଚିବା ପରେ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ଏହି ଯବାନମାନେ ହିଁ ଦିନ ରାତି ରାସ୍ତା ଉପରେ ଜଗି ରହି ଲୋକଙ୍କୁ ଘର ଭିତରେ ରହିବାକୁ ବୁଝାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ବିପଦରେ ସୋନମ ୱାଙ୍ଗଚୁକଙ୍କ ଜୀବନ: ୮.୫ କିଲୋ କମିଲା ଓଜନ, ଅନଶନ ଭାଙ୍ଗିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅର୍ନିଦ୍ଦିଷ୍ଟ କାଳୀନ ଅନଶନ ଏବେ ୧୭ ଦିନରେ ପହଞ୍ଚିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ…

NDAରେ ସାମିଲ ହେବେ ଶରଦ ପାୱାର? ଅଧରାତିରେ ହୋଇଗଲା ବଡ଼ ଖେଳ, ରାଜନୀତିରେ ହଇଚଇ

ମୁମ୍ବାଇ,୧୫।୭:ମହାରାଷ୍ଟ୍ର ରାଜନୀତିରେ ‘ଅପରେଶନ ଟାଇଗର୍‌’କୁ ନେଇ ଚର୍ଚ୍ଚା ଏବେ ବି ଶାନ୍ତ ପଡ଼ିନଥିବା ବେଳେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପ୍ରତିଦିନ ନୂଆ ନୂଆ ଆଶଙ୍କା,…

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୧୫।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏନ୍‌ଏସି ୱାର୍ଡ ନଂ.୧୬ ଡୁମେରଡିହିର ଅବତ ରାମ ରାଉତଙ୍କ ଝିଅ ପ୍ରିୟା ରାଉତ(୮) ଜନ୍ମରୁ ବିକଳାଙ୍ଗ…

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri