୪୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଆସିକା,୨୮ା୮(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ନିଖୋଜ ଥିବା ବେଳେ ମଙ୍ଗଳବାର ଘରକୁ ଫେରିଛନ୍ତି। ସେ ହେଲେ କାଶୀନାଥ ନାୟକ ଓରଫ ବଙ୍ଗାଳି (୬୦)। ବଙ୍ଗାଳିଙ୍କୁ ଯେତବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ ସେ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ରାଜସ୍ଥାନର ବିକାନିରସ୍ଥିତ ଏକ ବୃଦ୍ଧାଶ୍ରମର ପରିଚାଳକ ଜ୍ଞାନ ସିଂ ମଙ୍ଗଳବାର ବଙ୍ଗାଳିଙ୍କୁ ସାଙ୍ଗ ନେଇ ଆସିକାରେ ପହଞ୍ଚିଥିଲେ। ଆସିକା ଥାନାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ବଙ୍ଗାଳିଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭାଇ ପଙ୍କଜ ଓ ଭଉଣୀ ଉର୍ମିଳା, ଭିଣୋଇ ରାଜନଙ୍କ ସମେତ ପଡୋଶୀ ଧୋବା ନାୟକ, ବୃନ୍ଦାବନ ନାୟକ, ଗୌରାଙ୍ଗ ନାୟକ, ସନିଆ ନାୟକ ପ୍ରମୁଖ ବଙ୍ଗାଳିଙ୍କୁ ନେବାକୁ ଆସିଥିଲେ। ବୃଦ୍ଧାଶ୍ରମର ମ୍ୟାନେଜର ସିଂ କହିଛନ୍ତି, ଗତ ୬-୭ବର୍ଷ ପୂର୍ବେ ରାଜସ୍ଥାନର ଭରତପୁର ସହରର ରାସ୍ତାକଡରୁ ବଙ୍ଗାଳିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ବୃଦ୍ଧାଶ୍ରମରେ ରଖି ଚିକିତ୍ସା ଓ ସେବା ଶୁଶ୍ରୂଷା କରାଯାଇଥିଲା। ବଙ୍ଗାଳି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବାରୁ ଗତ ୧୮ ତାରିଖରେ ମ୍ୟାନେଜର ସିଂ ତାଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ। ଆସିକା ନିକଟ ଦେବଭୂମିରେ ନିଜ ଘର ବୋଲି ବଙ୍ଗାଳି କହିଥିଲେ। ପରେ ବୃଦ୍ଧାଶ୍ରମ ପକ୍ଷରୁ ଆସିକା ଥାନା ପୋଲିସ ସହ ଯୋଗାଯୋଗ କରାଯିବାରୁ ପରିଚୟ ସ୍ପଷ୍ଟ ହେବା ପରେ ବୃଦ୍ଧାଶ୍ରମ ପରିଚାଳକ ବଙ୍ଗାଳିଙ୍କୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଅତ୍ୟନ୍ତ ଗରିବ ପରିବାରର ବଙ୍ଗାଳିଙ୍କ ଭରଣପୋଷଣ ନିମନ୍ତେ ସହୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାରେ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପଠାଇଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨୧।୮: ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ...

ବଣ୍ଡାଘାଟିରେ ଖୋଲାଆକାଶ ତଳେ ସ୍କୁଲ

ମାଲକାନଗିରି,୨୮।୬(ଡି.ଏନ୍‌.ଏ.):ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ବିକାଶ ମଧ୍ୟ କରୁଛନ୍ତି। ହେଲେ ଉପାନ୍ତ ଆଦିବାସୀ ଅଞ୍ଚଳରେ...

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।...

ଖଣି, ଶିଳ୍ପାଞ୍ଚଳରେ ବର୍ଷା ପ୍ରଭାବିତ

ଯାଜପୁର ଅଫିସ,୩ା୧୦: ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତବର୍ଷ ବୃଷ୍ଟିପାତ ହ୍ରାସ ଚିନ୍ତାର ବିଷୟ ହୋଇଛି। ସାରା ଜିଲାରେ ଏହାର ପ୍ରଭାବ ମଧ୍ୟ ପଡିଛି।...

ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ...

ଏତଲା ଦେଲେ ତହସିଲଦାର, ଜରିମାନା ଆଦାୟ କରୋନାରେ କ୍ରିକେଟ ଟୁର୍ନାମେଣ୍ଟ

ହିଞ୍ଜିଳିକାଟୁ, ୩୧ା୭(ଡ଼ି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ହିଞ୍ଜିଳିକାଟୁ ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗାଁରେ ରବିବାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏଥିରେ ଅନ୍ତରିଗାଁ...

ପଠାଣି ସାମନ୍ତ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍‌...

ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ୧୦ରୁ ଊର୍ଦ୍ଧ୍ୱ ଟଙ୍କା

ନୂଆପଡ଼ା ଅଫିସ,୧୭।୧୨: ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାଥା...

Advertisement
Archives

Model This Week