୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୩ା୧(ସ୍ବ.ପ୍ର.):ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଚତୁର୍ଥ ଦିନ ସୋମବାର ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୪ ଅଧିକାରୀ ପୁଣି ହୋଟେଲ ସାଇ ଇଣ୍ଟରନ୍ୟାଶନାଲକୁ ଯାଇ କର୍ମଚାରୀଙ୍କୁ ଜେରା କରିଥିଲେ। ଏହାର କିଛି ସମୟ ପରେ ଫରେନସିକ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ହୋଟେଲରେ ପହଞ୍ଚିଥିଲେ। ପରେ ବିଦାନୋଭ ଏବଂ ପାଭେଲଙ୍କୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ବିଦାନୋଭ ଏବଂ ପାଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ସେମାନଙ୍କ ସ୍ଥିତି କ’ଣ ଥିଲା ସେ ନେଇ ଅଧିକାରୀମାନେ ପଚରାଉଚରା କରିଥିଲେ। ବିଶେଷକରି ଘଟଣା ଦିନ ବିଦାନୋଭ ଏବଂ ପାଭେଲଙ୍କ ସାଙ୍ଗରେ ଆସିଥିବା ମିଖାଇଲ ଏବଂ ନାତାଲିଆଙ୍କ ହାବଭାବ ତଥା ବଡି ଲାଙ୍ଗୁଏଜ୍‌ କିପରି ଥିଲା ସେ ବିଷୟରେ ପଚରାଯାଇଥିବା ଅନୁମାନ କରାଯାଉଛି।
ଏହା ବ୍ୟତୀତ ଅନ୍ୟ ବିଭିନ୍ନ ଦିଗକୁ ନେଇ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟରୁ ବିଦାନୋଭଙ୍କ ଶରୀରରେ ଗଞ୍ଜେଇ କିମ୍ବା ଅଫିମର ଦୁର୍ଗନ୍ଧ ବାହାରିଥିବା ଉଲ୍ଲେଖ ଥିବାରୁ ବିଦେଶୀ ନାଗରିକଙ୍କୁ ଗଞ୍ଜେଇ କେଉଁଠାରୁ ମିଳିଲା ସେ ନେଇ ପ୍ରଶ୍ନ କରାଯାଇ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ହେଲେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରାରେ କ’ଣ ପ୍ରଶ୍ନ କରାଯାଇଥିଲା ସେ ବିଷୟରେ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଉକ୍ତ ୪ ରୁଷୀୟ ପର୍ଯ୍ୟଟକ ହୋଟେଲରେ ରହିବାକୁ ଆସିଥିବା ବେଳେ ସେମାନଙ୍କ ନିକଟକୁ ଗଞ୍ଜେଇ କେମିତି ଆସିଲା, ପୂର୍ବରୁ ସେମାନେ ଗଞ୍ଜେଇ ସାଙ୍ଗରେ ନେଇ ଆସିଥିଲେ ନା ହୋଟେଲକୁ ଆସିବା ପରେ ସେମାନଙ୍କୁ କେହି ଗଞ୍ଜେଇ ଯୋଗାଇଛନ୍ତି ତାହାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ନିୟମ ଅନୁଯାୟୀ, ହୋଟେଲରେ ରହିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ତଥ୍ୟ ଫର୍ମ-ସିରେ ପୂରଣ କରି ପୋଲିସକୁ ଉକ୍ତ ଫର୍ମ ସହ ଅବଗତ କରାଇବା ନେଇ ନିୟମ ରହିଛି। ହେଲେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହା କରାଯାଇଥିଲା କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ହୋଟେଲ ପକ୍ଷରୁ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବା ଦ୍ୱାରା ପୋଲିସକୁ ସେମାନଙ୍କ ସମସ୍ତ ସୂଚନା ମିଳିଥାଏ। ଏହାଦ୍ୱାରା ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହଜ ହୋଇଥାଏ। ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ଆଉ ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ତଦନ୍ତ କରିପାରେ ବୋଲି ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ,୨୫।୧୦(ଡି.ଏନ.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ବଘିଆପଡା ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମଙ୍ଗଳବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ କଲୋନୀ...

ନୂଆବର୍ଷରୁ ଅନୁଗୋଳରୁ ଗଡ଼ିବ ମେମୁ ଟ୍ରେନ୍‌

ଅନୁଗୋଳ ଅଫିସ, ୧୮।୧୨ ତାଳଚେର ଷ୍ଟେଶନରୁ ଛାଡ଼ୁଥିବା ଅନୁଗୋଳ-ପୁରୀ ମେମୁ ଟ୍ରେନ୍‌ ଅନୁଗୋଳ ଠାରୁ ଚଳାଚଳ କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ସହିତ ସମସ୍ତ ଯାତ୍ରୀବାହୀ...

ଜିଲା ପରିଷଦ ବୈଠକ: ଜିଲାର ବିବିଧ ସମସ୍ୟା ଉପରେ ଆଲୋଚନା

ନୂଆପଡା ଅଫିସ,୨୧ା୯ ନୂଆପଡା ଜିଲା ଗଠନ ହେବାଠାରୁ ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନାରେ ଟଙ୍କା ଖର୍ଚ୍ଚ...

ଚପଲ ଦୋକାନ ଜଳିଗଲା

ଖଜୁରିପଡ଼ା(ଡି.ଏନ.ଏ.)/ବଲସକୁମ୍ପା,୧ା୨-ଖଜୁରିପଡ଼ା ବଜାରରେ ଥିବା ଏକ ଚପଲ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ...

ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ...

ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ...

କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ...

ଝାରସୁଗୁଡା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ

ଝାରସୁଗୁଡା ଅଫିସ,୨୫।୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ଆରମ୍ଭ କରାଯାଇଛି। ସୋମବାର ଏହି ହସ୍ପିଟାଲରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ...

Advertisement
Archives

Model This Week