୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ। ୫ ଜଣ ବିଚାରପତି ମାମଲାଗୁଡିକର ଶୁଣାଣି କରିବେ। ଜଣକିଆ ଖଣ୍ଡପୀଠରେ ସମସ୍ତ ଶୁଣାଣି ହେବ। ତେବେ ସମସ୍ତ ଶୁଣାଣି ଭିଡିଓ କନ୍‌ଫରେନ୍‌ନ୍ସିଂ ଜରିଆରେ କରାଯିବ। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ପୁରୁଣା କୋଠାର ୧ନମ୍ବର କୋର୍ଟରେ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ହାଇକୋର୍ଟ ବାର ଆସୋସିଏଶନର କନ୍‌ଭେନ୍‌ସନ ହଲରେ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ପୁରୁଣା କୋଠାର ୨ନମ୍ବର କୋର୍ଟରେ, ଜଷ୍ଟିସ କୃଷ୍ଣରାମ ମହାପାତ୍ର ନୂଆକୋଠାର ୨୪ ନମ୍ବର କୋର୍ଟରେ, ଜଷ୍ଟିସ୍‌ ଅକ୍ଷୟ କୁମାର ମିଶ୍ର ନୂଆକୋଠାର ୨୫ନମ୍ବର କୋର୍ଟରେ ମାମଲାର ଶୁଣାଣି କରିବେ। ତେବେ ନୂତନ ଜାମିନ ଆପ୍ଲିକେସନର ମେନସନ ମେମୋ ଫାଇଲ ନ କରିବାକୁ ହାଇକୋର୍ଟ ପକ୍ଷରୁ ଆଇନଜୀବୀମାନଙ୍କୁ ନିବେଦନ କରାଯାଇଛି। ବୈଷୟିକ ତ୍ରୁଟି ପାଇଁ ସ୍କାନ କପି ବା ମେମୋର ଫଟୋ କପି ମେଲ୍‌ରେ ଆଟାଚ ନ କରିବା ପାଇଁ କୁହାଯାଇଛି। କେବଳ ଜରୁରୀ ମାମଲାର ନମ୍ବରକୁ ମେଲ୍‌ରେ ଆଟାଚ କରାଯିବ। ଆଇନଜୀବୀ କୌଣସି କାରଣରୁ ଅନୁପସ୍ଥିତ ରହିଲେ ସେମାନଙ୍କ ବିରୋଧରେ କୌଣସି ଅସୁବିଧାର ସମୁଖୀନ ହେବା ଭଳି ଅର୍ଡର ଦିଆଯିବ ନାହିଁ। ତେବେ ପ୍ରତିଧ୍ୱନିକୁ ଏଡାଇବା ପାଇଁ ଭିଡିଓ କନଫରେନ୍ସିଂରେ ଶୁଣାଣି ବେଳେ ଜଣେ ମାତ୍ର ଯୁକ୍ତି ଉପସ୍ଥାପନ କରିପାରିବେ। ସେହିଭଳି ଭିଡିଓ କନଫରେନ୍ସିଂରେ ବିଚାରପତି ଓ ଆଇନଜୀବୀଙ୍କ ମଧ୍ୟରେ ବାର୍ତ୍ତାଳପ ବେଳେ ନୀରବତା ଅବଲମ୍ବନ କରିବାକୁ ହାଇକୋର୍ଟ ନିବେଦନ କରିଛନ୍ତି। କୋର୍ଟ ରୁମ୍‌ରେ ସାମାଜିକ ଦୂରତା ରକ୍ଷା କରିବା ଏବଂ କରିଡରକୁ ଗହଳିମୁକ୍ତ କରିବାକୁ ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର ଜୁଡିସିଆଲ ଏସ.କେ.ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୯।୩:  ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍‌ମେଣ୍ଟ୍‌ ଫୋରମ୍‌ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର...

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ...

ବାଙ୍କୀରେ ଡବଲମର୍ଡର ଘଟଣାକୁ ସୋନିଆ ଗାନ୍ଧୀଙ୍କ ନିନ୍ଦା

ବାଙ୍କୀ, ୨୭ା୨ (ସ୍ବ.ପ୍ର): ବାଙ୍କୀରେ ଘଟିଥିବା ଡବଲ ମର୍ଡର ଘଟଣାକୁ ଅଖିଳଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ ନିନ୍ଦା କରିଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ...

କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୦।୭(ଡି.ଏନ୍‌.ଏ.): ପରିବେଶକୁ କ୍ଷତି ପହଞ୍ଚାଇ ବେଆଇନ ଭାବେ ମୋରମ ଖନନ କରିବା କୁନାଲ ଷ୍ଟ୍ରକ୍ଚର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଠିକାସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।...

ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ

ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ...

ରଙ୍ଗ୍‌ ସାଇଡ୍‌ରେ ପୋଲିସ ଭ୍ୟାନ୍‌: ଫଟୋ ଭାଇରାଲ

ଭୁବନେଶ୍ୱର,୨।୩(ବ୍ୟୁରୋ): ନୂଆ ମୋଟର ଯାନ ଆଇନକୁ ନେଇ ରବିବାର ରାଜଧାନୀରେ ଟ୍ରାଫିକ ଯାଞ୍ଚ ଚାଲିଥିବାବେଳେ କେତେଜଣ ନିୟମ ଉଲ୍ଲଂଘନକାରୀ ପୋଲିସ ଓ ଆର୍‌ଟିଓଙ୍କୁ ବିଭିନ୍ନ ପ୍ରକାର...

ବାଘଛାଲ ଜବତ: ୩ ଶିକାରୀ ଗିରଫ

ଦେବଗଡ଼, ୭।୩ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ଦେବଗଡ଼ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ବାଘଛାଲ ଜବତ...

ଅବ୍ୟବସ୍ଥାରେ ପୌର ପରିଷଦ ଗୋଶାଳା

ଜଟଣୀ,୨୬ା୫(ଡି.ଏନ୍‌.ଏ.): ଗୋ ବଂଶ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବହୁ ଅର୍ଥ ବିନିଯୋଗ କରୁଛନ୍ତି। ବୁଲା ଗୋରୁ ଓ ଷଣ୍ଢଙ୍କୁ ଉଦ୍ଧାର...

Advertisement
Archives

Model This Week