୩ ସନ୍ତାନ ଥିବାରୁ କାନାକୋଟ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ନବରଙ୍ଗପୁର,୩ା୧(ବି.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କାନାକୋଟ ପଞ୍ଚାୟତ ସରପଞ୍ଚ ଜଗ ଭତରାଙ୍କ ୩ଟି ସନ୍ତାନ ଥିବାରୁ ତାଙ୍କ ପଦବୀକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଅଜିତ କୁମାର ମିଶ୍ର ଅସିଦ୍ଧ ଘୋଷଣା କରିଛନ୍ତି ା ଏଥିସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମକାରୁ ଭତରାଙ୍କୁ ସରପଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି ା ୨୦୧୭ ଫେବୃୟାରୀରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କାନାକୋଟ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଜଗ ଭତରା ଓ ମକାରୁ ଭତରା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଏଥିରେ ଜଗ ନିର୍ବାଚିତ ହୋଇ ସରପଞ୍ଚ ହୋଇଥିଲେ। ତେବେ ଜଗ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସନପତ ଭତରା ସହ ଅନ୍ୟମାନେ ୨୦୧୭ ମାର୍ଚ୍ଚ ୧୬ ତାରିଖରେ ଅଭିଯୋଗ କରିଥିଲେ ା ସେମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ୧୯୯୪ ପରେ ଯେଉଁ ପ୍ରାର୍ଥୀଙ୍କ ୩ଟି ସନ୍ତାନ ରହିଥିବ, ସେ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ନିର୍ବାଚନ ଆଇନ ରହିଛି ା ତେବେ ଜଗଙ୍କ ୧୯୯୪ ପରେ ୩ଟି ସନ୍ତାନ ରହିଛି। ଜଗଙ୍କ ଦୁଇଝିଅ ଜାମ୍ବବତୀ ଭତରା, ତୁଳବତୀ ଭତରା ଓ ଗୋଟିଏ ପୁଅ ଆକାଶ ଭତରା ରହିଛନ୍ତି ା ସେଥିପାଇଁ ସରପଞ୍ଚ ପଦବୀ ଅସିଦ୍ଧ ଘୋଷଣା କରାଯାଉ। ଏଥିସହ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସରପଞ୍ଚ କରିିବାକୁ ଜଣାଇଥିଲେ। ଏନେଇ ନିର୍ବାଚନ ପଞ୍ଚାୟତ (ନଂ. ୬/୧୭ )ରେ ଏକ ମାମଲା ରୁଜୁ ହୋଇଥିଲା ା ଝରିଗାଁ ବିଡିଓ, ମେଡିକାଲ ଅଫିସର ଓ ସିଡିପିଓଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ୨୦୧୯ ଡିସେମ୍ବର ୩୧ ତାରିଖରେ ଉପରୋକ୍ତ ରାୟ ଦେଇଛନ୍ତିି ା ସନପତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ରାୟଗଡ଼ାରେ ନିର୍ମାଣ ହେବ ନୂତନ ଜିଲା ଅଦାଲତ କୋଠା

ରାୟଗଡ଼ା ଅଫିସ,୨୧।୩: ରାୟଗଡ଼ା ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ନିମନ୍ତେ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ହାଇକୋର୍ଟର ମୁଖ୍ୟ...

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ରୋଗୀଙ୍କୁ ଫଳ,ବସ୍ତ୍ର ବଣ୍ଟନ

ମୁନିଗୁଡ଼ା,୧୬।୧୦(ଡି.ଏନ୍‌.ଏ.): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଅବସରରେ ରାୟଗଡ଼ା ଜିଲା ମୁନିଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ

ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା...

ବେତାର ନାଟକ ବିଭାଗ: ଶିଶୁ କଳାକାର ଅନୁଷ୍କା ମନୋନୀତ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଉମରକୋଟସ୍ଥିତ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ସାଇ ଅନୁଷ୍କା ମହାରଣା ଆକାଶବାଣୀ ଜୟପୁର ଦ୍ୱାରା ଆୟୋଜିତ ବେତାର ନାଟକ...

କୋଭିଡ୍‌ କଟକଣା ଉଲ୍ଲଂଘନ: ରାୟଗଡ଼ାରେ ଫିଲ୍ମ ହଲ ସିଲ୍‌

ରାୟଗଡା ଅଫିସ, ୯।୪: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାର...

କାଶୀପୁରକୁ ଅଭିଜ୍ଞ ଡାକ୍ତର ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପୀ ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିଗୋଚର...

Advertisement
Archives

Model This Week