ରାୟଗଡ଼(ଗଜପତି), ୧୧ା୬- ଗଜପତି ଜିଲା ରାୟଗଡ଼ ବ୍ଲକ୍ରେ ଉପଭୋକ୍ତାମାନେ ୩ ମାସହେଲା ବିଦ୍ୟୁତ୍ ବିଲ୍ ପାଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ବିଲ୍ ଦିଆଯାଉନଥିବାରୁ ବକେୟା ବଢ଼ୁଛି। ତେଣୁ ଏକାଥରକେ ଏତେ ଟଙ୍କା କିଭଳିି ପୈଠ କରିବେ ଉପଭୋକ୍ତା ଚିନ୍ତାରେ ପଡ଼ିଛନ୍ତି।
ପ୍ରକାଶଯେ, ରାୟଗଡ଼ ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଏଠାରେ ଅଧିକାଂଶ ଦିନ ମଜୁରିଆ ଶ୍ରେଣୀର ଲୋକେ ବସବାସ କରୁଛନ୍ତି। ରାୟଗଡ଼ ସବ୍ଷ୍ଟେଶନ୍ ଅଧୀନରେ ବ୍ଲକ୍ର ୨୧ ଟି ପଞ୍ଚାୟତର ୨୭୦ ଗ୍ରାମର ୧୫ ହଜାର ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି। ମାତ୍ର ଏଠାରେ ଦୀର୍ଘଦିନ ହେଲା ବିଲ୍ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ଶ୍ରେଣୀର ଲୋକେ ଏକାଥରକେ ବହୁ ପରିମାଣର ଅର୍ଥ ଜମା କରିବା ସମ୍ଭବ ନୁହେଁ। ତେଣୁ ତୁରନ୍ତ ସମସ୍ୟାର ସମାଧାନ କରି ଶୀଘ୍ର ବିଲ୍ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଜୁନିୟର ମ୍ୟାନେଜର ଦେବବ୍ରତ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, ଯେଉଁମାନେ ବିଦ୍ୟୁତ୍ ବିଲ୍ ପ୍ରଦାନ କରୁଥିଲେ ସେମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟ ବନ୍ଦ ରଖିଥିଲେ। ଏବେ ଦାବିଗୁଡ଼ିକ ପୂରଣ ହୋଇଥିବାବେଳେ ଏହି ମାସରୁ ବିଲ୍ ଦିଆଯିବ ବୋଲି କହିଛନ୍ତି।

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ
ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର...

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା
ଗୁଣପୁର,୨ା୩(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ...

ଏକାଠି ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍ସ ଦୂରୀକରଣ ସମ୍ଭବ: ଜିଲାପାଳ
ରାୟଗଡ଼ା ଅଫିସ,୧।୧୨: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ରବିବାର ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ସକାଳେ ରାୟଗଡ଼ା...

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ
ମାଲକାନଗିରି,୨୦।୪ (ଡି.ଏନ୍.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର...

ସହାୟତା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ହାଲୁକା ଯାନ କର୍ମଚାରୀ
ରାୟଗଡ଼ା ଅଫିସ,୨୦ା୪: ରାୟଗଡ଼ା ହାଲୁକା ଯାନ କର୍ମଚାରୀମାନେ ଆର୍ଥତ୍କ ସହାୟତା ପାଇଁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନା...

ବିହାରୀ ମଦ ଭାଟିରେ ମାଓବାଦୀଙ୍କ ତାଣ୍ଡବ
କୋରାପୁଟ ଅଫିସ/ଜୟପୁର(ନି.ପ୍ର.), ୧୦।୮: କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟ ତଥା ଡୁମୁରିଗୁଡା ଗଁ।ରେ ଶୁକ୍ରବାର ମାଓବାଦୀଙ୍କ ଉନ୍ମତ କାଣ୍ଡ ଭିଆଇଛନ୍ତି।...

ରୋଗୀ ମୃତ୍ୟୁକୁ ନେଇ ରାୟଗଡ଼ା ମେଡିକାଲ ପରିସରରେ ଉତ୍ତେଜନା
ରାୟଗଡ଼ା ଅଫିସ,୧୫ା୬: ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ସୋମବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ,...

ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ
ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍ରେ...