୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ୨୨୦ କିମିକୁ ୭ ଘଣ୍ଟାରେ ପୂରଣ କରିଛି। ଦକ୍ଷିଣ-ପୂର୍ବ- ମଧ୍ୟ ରେଲଓ୍ବେର ରାୟପୁର ଡିଭିଜନ ପକ୍ଷରୁ ୩ଟି ଇଲେକ୍ଟ୍ରିକ୍‌ ଇଞ୍ଜିନ ସହିତ ୩ଟି ମାଲଗାଡ଼ିକୁ ଯୋଡ଼ା ଯାଇଛି। ଏସବୁ ମାଲବାହି ଗାଡ଼ିକୁ ନେଇ ଗଠିତ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ର ଲମ୍ବ ୨ କିମି ହୋଇଯାଇଥିଲା। ପ୍ରତି ମାଲବାହୀ ଗାଡ଼ିରେ ୫୯ ଓ୍ବାଗନ ଥିଲା ବୋଲି ରାୟପୁର ଡିଭିଜନ ପକ୍ଷରୁ କୁହାଯାଇଛି। ଭିଲାଇ ଲୋକୋ ରୋଡ୍‌ଠାରୁ ଅପରାହ୍ନ ୨ଟା ୨୦ରେ ଯାତ୍ରା ଆରମ୍ଭ କରିଥିବା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ସନ୍ଧ୍ୟା ୬ଟା ୪୦ରେ ବିଳାସପୁରରେ ପହଞ୍ଚିଥିଲା। ପରେ ଏହା ରାତ୍ର ୧୦ଟା ୫ରେ କୋରବାରେ ପହଞ୍ଚିଥିଲା। ଏହାପୂର୍ବରୁ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ୨୦୧୯ ମେ ୩୧ରେ ଡିଜେଲ ଇଞ୍ଜିନ୍‌ରେ ପରୀକ୍ଷାମୂଳକ ଭାବେ ଯାତ୍ରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା, ସେ ଚା’ ପିଉଥିବା ନଜର ଆସିଥିଲେ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଦେବରିୟାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପରେ କୋଟଓ୍ବାଲି ପୋଲିସ ମୃତଦେହ...

ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ

ଥିରୁଭାନନ୍ତପୁରମ୍‌,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ...

ନିର୍ବାଚନ ପ୍ରଚାରରେ ଉପହାର ଦେବା ଅବା ପ୍ରତିଶ୍ରୁତି ଲାଞ୍ଚ ସହ ସମାନ, ସୁପ୍ରିମ୍‌କୋର୍ଟରେ ପିଟିଶନ୍‌…

ନୂଆଦିଲ୍ଲୀ, ୨୨।୧ : ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଉପହାର ଦେବା ଅବା ନାନା ପ୍ରକାର ଲୋଭନୀୟ ପ୍ରତିଶ୍ରତି ଲାଞ୍ଚ ସହିତ ସମାନ। ଏନେଇ ସୁପ୍ରିମ୍‌କୋର୍ଟରେ ଏକ...

ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି...

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ...

୭ ରାଜ୍ୟରେ ୩୭ ଓମିକ୍ରନ୍‌ ଆକ୍ରାନ୍ତ, ଘନେଇଲା ସଙ୍କଟ…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶର ୭ଟି ରାଜ୍ୟରେ ଇତିମଧ୍ୟରେ ୩୭ ଜଣ ଓମିକ୍ରନ...

ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ...

ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି

ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ...

Advertisement
Archives

Model This Week