୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର ରଶ୍ମିକାନ୍ତ ପରିଡ଼ା ସକାଳୁ ପାଳଗଦାରୁ କୁଟା ଆଣିବାକୁ ଗଲାବେଳେ ଏକ ନାଗସାପ ପାଳଗଦା ତଳେ ପଶିଯିବାର ଦେଖିଲେ। ନିରେଖି କରି ଦେଖିବାରୁ ପାଳଗଦା ତଳେ ଥିବା ଏକ ଗାତ ଭିତରେ କିଛି ଅଣ୍ଡା ଦେଖିବାକୁ ପାଇଲେ। ନାଗୁଣୀ ଅଣ୍ଡା ଦେଇଛି ଶୁଣି ସେଠାରେ ଗ୍ରାମବାସୀଙ୍କର ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନ୍‌ର ସ୍ଥାନୀୟ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଏକ ନାଗୁଣୀ ଓ ତା’ର ୧୩ ଅଣ୍ଡାକୁ ଉଦ୍ଧାର କରିଥିଲେ। ଆଉ ସାପ ଥିବା ଆଶଙ୍କାରେ ଉକ୍ତ ପାଳଗଦାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର କଲା ପରେ ଅନ୍ୟ ଦୁଇଟି ଗାତ ଭିତରୁ ଆଉ ୨ଟି ନାଗୁଣୀ ବାହାରିଥିଲେ। ତାଙ୍କର ୨୨ଟି ଲେଖାଏ ଅଣ୍ଡା ମଧ୍ୟ ସୁଶାନ୍ତ ଉଦ୍ଧାର କରିଥିଲେ। ସାପ ୩ଟିକୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ଏବଂ ଅଣ୍ଡାଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଳ୍ପଲାଇନ୍‌ କାର୍ଯ୍ୟାଳୟକୁ ନିଆଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନ୍‌ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନାଗସାପଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି। ଏକ ଛୋଟ ଜାଗାରୁ ଏକାଥରେ ୩ ନାଗୁଣୀ ଅଣ୍ଡା ସହ ଉଦ୍ଧାର ହେବା ଘଟଣାକୁ ‘କଲୋନିଆଲ୍‌ ନେଷ୍ଟିଂ ବା ବ୍ରିଡିଂ’ କୁହାଯାଏ। ଯେଉଁଠି ଅଣ୍ଡା ସହ ସାପଙ୍କୁ ଦେଖିବାକୁ ମିଳିବ, ସେଠାରେ ସାପଙ୍କୁ ନ ମାରି ଏବଂ ଅଣ୍ଡାକୁ ନଷ୍ଟ ନ କରି ସ୍ନେକ ହେଲ୍ପଲାଇନ୍‌ କିମ୍ବା ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ ଶୁଭେନ୍ଦୁ କହିଛନ୍ତି। ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ନିଜର ଘରବାଡ଼ିକୁ ପ୍ରତି ସପ୍ତାହରେ ଅନୂ୍ୟନ ଥରେ ଭଲ ଭାବେ ସଫା କଲେ ସମ୍ଭାବ୍ୟ ସାପ ଅଣ୍ଡା ଦେଇଥିବା ଜଣାପଡ଼ିଯିବ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀମାର୍ଗ ରଣକ୍ଷେତ୍ର, ବିଧାନସଭା ଅଚଳ

ଭୁବନେଶ୍ୱର,୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଇତିମଧ୍ୟରେ ମାସେ ପୂରିଥିବାବେଳେ ସରକାର ହତ୍ୟାର କାରଣ ଜାଣିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ...

ଆଜି ରାଜ୍ୟରେ ୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ଗ୍ବାଲିୟରରୁ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅରୋକ୍ସା ଡିଲ୍‌ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ...

୨୦୨୪ ଯାଏ ବଢ଼ିବ ‘କାଳିଆ’ ଅବଧି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଚାଷୀ ଓ ଚାଷକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ସରକାର ୨୦୧୯ରେ ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ରେ...

ଚାନ୍ଦି ଭଣ୍ଡାରରେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର’

ଭୁବନେଶ୍ୱର,୨୫ା୧୧:ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ବିବାହ ଋତୁ ଉପଲକ୍ଷେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର ସମ୍ପର୍କରେ...

ଜନସ୍ବାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଭୁବନେଶ୍ୱର,୭।୯(ବ୍ୟୁରୋ): ଭୁବନେଶ୍ୱର ଇନ୍‌ଫୋସିଟି ଅଞ୍ଚଳର ନାବାଳିକା ଗଣବଳାତ୍କାର ଘଟଣାକୁ ନେଇ ଆଗତ ଜନସ୍ବାର୍ଥ ମାମଲାର ମଙ୍ଗଳବାର ହାଇକୋର୍ଟ ଶୁଣାଣି କରି ଏହାର ଅନ୍ତ ଘଟାଇଛନ୍ତି। ମୁଖ୍ୟ...

୩ ସପ୍ତାହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବନ ବିଭାଗ ସଚିବଙ୍କୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଓ ଖୋର୍ଦ୍ଧା ଜିଲାର ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ଦନ୍ତା ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ...

ରୋଗୀଙ୍କ ପର୍ସ, ମୋବାଇଲ୍‌, ଫେରାଇ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶଂସିତ

ଭୁବନେଶ୍ୱର,୧୬।୩(ବ୍ୟୁରୋ)କେତେଜଣ ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ସର୍ବାଗ୍ରେ ରଖିଥାନ୍ତି। ଏକ ୧୦୮ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ମଧ୍ୟ ମାନବିକତା ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।...

Advertisement
Archives

Model This Week