Posted inଜାତୀୟ

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ ପଓ୍ବନ ଗୁପ୍ତାଙ୍କୁ ୨୨ରେ ଫାଶୀ ଦିଆଯିବାକୁ ଥିଲା। ତେବେ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ବିଳମ୍ବ ହେବ ବୋଲି ଦିଲ୍ଲୀ ସରକାର ବୁଧବାର ହାଇକୋର୍ଟଙ୍କୁ ଜଣାଇଥିଲେ। ଏପର୍ଯ୍ୟନ୍ତ ବିନୟ ଶର୍ମା ୪ ନମ୍ବର ଜେଲ୍‌ରେ ରହିଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ନମ୍ବର ଜେଲ୍‌ରେ ରଖାଯାଇଥିଲା।
୪ ଅପରାଧୀଙ୍କୁ ଫାଶୀଦେବା ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀ କ୍ଷମା ଆବେଦନ କରିଥିବାରୁ ଫାଶୀଦେବା ପାଇଁ ସାନି ତାରିଖ ଜାରି କରିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ପାଖକୁ ପତ୍ର ଲେଖିବା ପରେ ଅତିରିକ୍ତ ଦୌରା ଜଜ୍‌ ସତୀଶ କୁମାର ଆରୋରା ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ ଫାଶୀ ତାରିଖ ସ୍ଥଗିତ ରଖିବାକୁ ଅନ୍ୟତମ ଅପରାଧୀ ମୁକେଶ କୁମାର ସିଂଙ୍କ ଓକିଲ ଅଦାଲତରେ ଆବେଦନ କରିଥିଲେ।
ଅନ୍ୟପକ୍ଷରେ ମୁକେଶଙ୍କ କ୍ଷମା ଆବେଦନ ଖାରଜ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଛନ୍ତି। ପିଟିଶନ୍‌ର ତର୍ଜମା କରାଯାଉଛି ଓ ଖୁବ୍‌ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ଏଏପି ଏବଂ ଭାଜପା ପରସ୍ପରକୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ସରକାର ମାମଲାକୁ ଅଧିକ ଜଟିଳ କରିବା ସହ ଅପରାଧୀମାନଙ୍କୁ ସମବେଦନା ଜଣାଉଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଏଏପି ଅଭିଯୋଗ କରିବା ସହ ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ବୋଲି କହିଛି। ଦିଲ୍ଲୀ ସରକାରଙ୍କ ଅବହେଳାରୁ ଅପରାଧୀଙ୍କୁ ଫାଶୀ ଦିଆଯାଇପାରିଲାନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଭାଜପା ନେତା ମିଛ କହିବା ସହ ଅଣସମ୍ବେଦନଶୀଳ ମନ୍ତବ୍ୟ ଦେଉଛନ୍ତି ବୋଲି ଏଏପି ନେତା ସଞ୍ଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସଭାରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଠାଇଲେ ମୁଖ୍ୟମନ୍ତ୍ରୀ

ପାଟନା,୨୭।୧୦: ବିହାରର ରାଜନୈତିକ ଯୁଦ୍ଧରେ କିଏ ଜିତିବ ନଭେମ୍ବର ୧୦ରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଯୁଦ୍ଧ ବ୍ୟକ୍ତିଗତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ...

ବାଂଶୁରୀ ଭାଜପାରେ ଯୋଗଦେବା ନେଇ ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୪।୮: ସୁଷମା ସ୍ବରାଜଙ୍କ ପୁତ୍ରୀ ବାଂଶୁରୀ କୌଶଲ ଭାଜପାରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ସୁଷମାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ମୋଦି...

ବଢିଲା ସଞ୍ଜୟ ରାଉତଙ୍କ ଅଡୁଆ: ସ୍ତ୍ରୀଙ୍କୁ ଇଡି ସମନ

ମୁମ୍ବାଇ,୪।୮:ପାଟ୍ରା ଚୌଲ ଦୁର୍ନୀତି ମାମଲାରେ ଗିରଫ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗୋଟିଏ ପଟେ କୋର୍ଟ ରାଉତଙ୍କ ରିମାଣ୍ଡ ଅଗଷ୍ଟ...

ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…

ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର...

ଇସ୍ରୋକୁ ମିଳିଲା ନୂଆ ମୁଖ୍ୟ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଓ ରକେଟ ସାଇଣ୍ଟିଷ୍ଟ ଡ. ଏସ୍‌ ସୋମନାଥଙ୍କୁ ଭାରତୀୟ ମହାକାଶ ରିସର୍ଚ୍ଚ ସଂଗଠନ (ଇସ୍ରୋ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ...

ସିସୋଡିଆଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ: କେଜ୍ରିଓ୍ବାଲ୍‌

ଅହମ୍ମଦାବାଦ୍‌,୨୨।୮: ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଉନ୍ନତ ତଥା ମାଗଣା ଶିକ୍ଷା ଏବଂ ଉନ୍ନତ ସ୍ବାସ୍ଥ୍ୟ...

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ

ଭୋପାଳ,୧୧।୯: ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ଘଟିଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା...

ଫେକ୍‌ ନ୍ୟୁଜ୍‌ ହଟାଇ ନ ଥିବାରୁ ସୋସିଆଲ ମିଡିଆକୁ ତାଗିଦ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ା୨: ନିକଟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି। କେନ୍ଦ୍ରୀୟ ଅଧିକାରୀମାନେ...

Advertisement
Archives

Model This Week