୩୬ ଅମୃତ ପାର୍କର ନିର୍ମାଣ, ନବୀକରଣ ଶେଷ

ଭୁବନେଶ୍ୱର,୯।୩(ବ୍ୟୁରୋ): ମନ୍ଦିରମାଳିନୀ ଭୁବନେଶ୍ୱରକୁ ଅଧିକ ବାସପଯୋଗୀ ଓ ଶିଶୁବନ୍ଧୁ ସହର ଭାବେ ଗଢି ତୋଳିବାର ପ୍ରୟାସ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅମୃତ ଯୋଜନାକୁ ଅଗ୍ରାଧିକାର ଦେଇଛି। ଏହ ଯୋଜନା ଅଧୀନରେ ସହରର ବିଭିନ୍ନ ପ୍ରାନ୍ତରରେ ୩୬ ପାର୍କର ନିର୍ମାଣ ଓ ନବୀକରଣ କରାଯାଇଛି। ପାର୍କଗୁଡ଼ିକ ବିଭିନ୍ନ କଲୋନୀ ମଧ୍ୟରେ ଅବସ୍ଥିତ ଥିବାବେଳେ ଏଗୁଡ଼ିକୁ ଶିଶୁସୁଲଭ କରାଯାଇଛି। ପ୍ରତି ପାର୍କରେ ଶିଶୁ ଉଦ୍ୟାନ, ଶିଶୁଙ୍କ ପାଇଁ ଦୋଳି ଏବଂ ଅନ୍ୟାନ୍ୟ ଖେଳ ଉପକରଣ ସ୍ଥାପନ ସହ ଖୋଲା ଆକାଶ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସାଙ୍ଗକୁୁ ଆଲୋକୀକରଣ ଓ ଶୌଚାଳୟ ବ୍ୟବସ୍ଥା ସମସ୍ତ ପାର୍କକୁ ଲୋକାଭିମୁଖି କରାଇପାରିଛି ବୋଲି ବିଏମ୍‌ସି ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୫-୧୬ ଆର୍ଥିକ ବର୍ଷରେ ୪ ପାର୍କ, ୨୦୧୬-୧୭ରେ ୧୭ ପାର୍କ, ୨୦୧୭-୧୮ରେ ୧୨ଟି ପାର୍କର ନିର୍ମାଣ ଓ ନବୀକରଣ କରାଯାଇଛି। ଏସବୁ ପାର୍କ ମଧ୍ୟରୁ ୫୦ ପ୍ରତିଶତ ପାର୍କକୁ ଗୋଷ୍ଠୀ ପରିଚାଳନା ପାଇଁ ଆବାସିକ କଲ୍ୟାଣ ସଂଘ ଓ ୟୁଥ୍‌ କ୍ଲବ୍‌କୁ ହସ୍ତାନ୍ତର କରାଯାଇଛି। ଫଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ଅଧିକ ସୁରକ୍ଷିତ ହେବ ବୋଲି ବିଏମ୍‌ସି ଆଶାପୋଷଣ କରିଛି। ପାର୍କର ସମୁଦାୟ ଖର୍ଚ୍ଚ ୧୦ କୋଟିରୁ ଅଧିକ ହୋଇଥିବାବେଳେ ଏହାର ପିଚାଳନା ଭାର ନେଇଥିବା ସଂସ୍ଥାଗୁଡ଼ିକୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ଏହି ଖର୍ଚ୍ଚମଧ୍ୟରେ ଆଲୋକୀକରଣ, ବୃକ୍ଷରୋପଣ, ଜଳଯୋଗାଣ, ଜଳସିଞ୍ଚନ ଓ ପରିମଳ ଆଦି ଅନ୍ତର୍ଭୁକ୍ତ କରାଯାଇଛି। ପାର୍କର ମୁଖ୍ୟ ନିର୍ମାଣ ଓ ନବୀକରଣ କେବଳ ବିଏମ୍‌ସି ଦ୍ୱାରା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଫନି ପରେ ବୃକ୍ଷରୋପଣ କରାଯାଇ ଆବଶ୍ୟକ ନିର୍ମାଣ ଓ ମରାମତି ପରେ ପାର୍କଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଭୁବନେଶ୍ୱର ଏକ ଶିଶୁବନ୍ଧୁ ସହର ଭାବେ ପରିଗଣିତ ହୋଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri