୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ ୨ଟି ଟ୍ରକ୍‌ ସହ ୩୦ ଟନ୍‌ କ୍ରୋମାଇଟ୍‌ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଯାଜପୁର ଜିଲା ସୁକିନ୍ଦା କାଳିଆପାଣି ମାଇନ୍ସରୁ ୪ଟି ଟ୍ରକ କ୍ରୋମାଇଟ ଭୁବନ ଅଞ୍ଚଳକୁ ଚାଲାଣ ହେଉଥିଲା। କାଳିଆପାଣି ମାଇନ୍ସ କର୍ମଚାରୀ ଏଥିରେ ସନ୍ଦେହ କରି ଗାଡ଼ିଗୁଡ଼ିକର ପିଛା କରିଥିଲେ। ହେଲେ ଟ୍ରକ୍‌ଗୁଡ଼ିକର କୌଣସି ସୁରାକ୍‌ ମିଳି ନ ଥିଲା। ଏ ନେଇ ସେମାନେ ଭୁବନ ପୋଲିସକୁ ସୂଚନା ଦେଇଥିଲେ। ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ସଦଳବଳ ଗାଡ଼ିଗୁଡ଼ିକର ପିଛା କରିଥିଲେ। ମୃଦଙ୍ଗା ହାଟ ଛକରେ ୩ଟି ଟ୍ରକ୍‌ କ୍ରୋମାଇଟ ଅନ୍‌ଲୋଡ୍‌ କରି ସେଥିରେ ମାଟି ମିଶ୍ରଣ କରି ପୁଣି ଲୋଡ୍‌ କରୁଥିଲେ। ଚଢ଼ାଉ ସମ୍ପର୍କରେ ସୂଚନା ପାଇ ସେଥିରୁ ଗୋଟିଏ ଟ୍ରକ୍‌ ଫେରାର ହୋଇଯାଇଥିଲା। ଅନ୍ୟ ଦୁଇଟି ଗାଡ଼ି (ନଂ. ଓଆର୍‌ ୦୯ ଏଫ୍‌ ୯୨୬୭) ଏବଂ (ନଂ. ଓଆର୍‌ ୦୯ଡି ୦୯୯୫)କୁ ଜବତ କରିବା ସହ ବେଣ୍ଟଶାଳିଆ ଗ୍ରାମର ବିଜୟ ମଳିକ (୫୦), ଦୁର୍ଯ୍ୟୋଧନ ମଳିକ (୬୪)ଙ୍କୁ ପୋଲିସ ପଚରାଉଚୁରା କରୁଛି।
ଏ ନେଇ ପୋଲିସ କାଳିଆପାଣି ମାଇନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଅଧିକାରୀମାନେ ପହଞ୍ଚତ୍ କ୍ରୋମାଇଟ ନିଜ ଜିମା ନେଇଛନ୍ତି। ଏ ନେଇ କାଳିଆପାଣି ଥାନାରେ ଅଭିଯୋଗ କରିବାକୁ ମାଇନ୍ସ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri