୩୦% କଟିବ ଏମ୍‌ପିଙ୍କ ବେତନ

ନୂଆଦିଲ୍ଲୀ,୭ା୪(ପି.ଟି.): ମହାମାରୀ କରୋନାର ତାଣ୍ଡବରୁ ବର୍ତ୍ତିପାରି ନାହିଁ ବିଶ୍ୱ। ଆମେରିକା, ଇଟାଲୀ ଓ ଫ୍ରାନ୍ସ ସମେତ ଅନେକ ବିକଶିତ ଓ ବିକାଶୀଳ ରାଷ୍ଟ୍ରରେ ଏହି ଭାଇରସ୍‌ ଅଚଳାବସ୍ଥା ସୃଷ୍ଟି କରିଛି। ଫଳରେ ଉକ୍ତ ଦେଶଗୁଡ଼ିକର ଅର୍ଥନୀତି ଉଜୁଡ଼ିବା ଅବସ୍ଥାକୁ ଚାଲିଆସିଛି। ଭାରତରେ ମଧ୍ୟ କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୌଣସି କ୍ଷେତ୍ରରେ ବିଶେଷ କାରବାର ହେଉ ନ ଥିବାରୁ ଦେଶବ୍ୟାପୀ ଉତ୍କଟ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣି ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ତଥା ଘରୋଇ କ୍ଷେତ୍ରରେ ଛଟେଇ ଓ ଖର୍ଚ୍ଚ କାଟ ଭଳି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କେନ୍ଦ୍ର ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏମ୍‌ପିମାନଙ୍କ ବେତନ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛି। ବେତନ ହ୍ରାସରୁ ମିଳିବାକୁ ଥିବା ପାଣ୍ଠିକୁ କରୋନା ଭୂତାଣୁ ମୁକାବିଲାରେ ବିନିଯୋଗ କରାଯିବ। ଅନୁରୂପ ଭାବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳମାନେ ମଧ୍ୟ ସାମାଜିକ ଉତ୍ତରଦାୟିତ୍ୱ ସ୍ବରୂପ ସେମାନଙ୍କ ବେତନ ହ୍ରାସ କରିବା ଲାଗି ସ୍ବେଚ୍ଛାକୃତ ଭାବେ ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏଥିସହିତ ଏମ୍‌ପିମାନଙ୍କ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲାଡ୍‌)କୁ ଦୁଇବର୍ଷ ପାଇଁ ସ୍ଥଗିତ ରଖିବାକୁ କ୍ୟାବିନେଟ ସ୍ଥିର କରିଛି। ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ମିଳିବାକୁ ଥିବା ଏମ୍‌ପି ଲାଡ୍‌ ସ୍ଥଗିତ ରହିବ। ଏହି ଅର୍ଥକୁ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ବିନିଯୋଗ ହେବ ବୋଲି ଜାଭେଡକର ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପିମାନେ ବର୍ଷେ ପର୍ଯ୍ୟନ୍ତ ୩୦ ପ୍ରତିଶତ କମ୍‌ ବେତନ ନେବେ। ଏମ୍‌ପିମାନଙ୍କ ବେତନ ସଂଶୋଧନ ଲାଗି ଆସିଥିବା ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି। ଏପ୍ରିଲ ୧ ତାରିଖରୁ ଏକବର୍ଷ ପାଇଁ ଏହା ଲାଗୁ ହେବ ବୋଲି ସେ କହିଥିଲେ। ଏମ୍‌ପିମାନଙ୍କ ବେତନ ଢାଞ୍ଚା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କଠାରୁ ଭିନ୍ନ। ସେମାନେ ମାସିକ ଏକଲକ୍ଷ ଟଙ୍କା ବେତନ ପାଇବା ସହ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ମାସକୁ ୭୦,୦୦୦ ଟଙ୍କା ପାଇଥାନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ଭତ୍ତା ମଧ୍ୟ ରହିଛି। ଏମ୍‌ପିମାନଙ୍କର କେବଳ ବେତନ ହ୍ରାସ ପାଇବ, ଭତ୍ତା କିମ୍ବା ପେନ୍‌ସନ କମିବ ନାହିଁ ବୋଲି ସରକାରୀ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ଅର୍ଥ ଭାରତର ସମ୍ମିଳିତ ପାଣ୍ଠି (ସିଏଫ୍‌ଆଇ)କୁ ଯିବ। ସେହିପରି ଆୟକର, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବହିଃ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ମଧ୍ୟ ଏହି ପାଣ୍ଠିକୁ ଯିବ। ପାର୍ଲାମେଣ୍ଟର ବିନା ଅନୁମୋଦନରେ ଏହି ଅର୍ଥ ଉଠାଯାଇପାରିବ ନାହିଁ। ସେହିପରି ୫୪୩ ଲୋକ ସଭା ସଦସ୍ୟ ଏବଂ ୨୪୫ ରାଜ୍ୟ ସଭା ସଦସ୍ୟଙ୍କୁ ବାର୍ଷିକ ୫ କୋଟି ଲେଖାଏ ଏମ୍‌ପି ଲାଡ୍‌ ମିଳିଥାଏ। ଦୁଇବର୍ଷରେ ଏବାବଦରେ ୭୮୮୦ କୋଟି ଟଙ୍କା ସରକାରଙ୍କ ପାଣ୍ଠିକୁ ଯିବ, ଯାହା କରୋନା ମୁକାବିଲାରେ ବ୍ୟୟ ହେବ ବୋଲି କ୍ୟାବନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭିଡିଓ ଲିଙ୍କ୍‌ ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୋଦିଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଓ କେତେଜଣ ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ଗତ ମାର୍ଚ୍ଚ ୨୫ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପରସ୍ପରଠାରୁ ସାମାଜିକ ଦୂରତା ବଜାୟ ରଖିଥିଲେ। ସୋମବାର କ୍ୟାବିନେଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ମନ୍ତ୍ରୀ ପରିଷଦ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଜି ରାଜ୍ୟରେ ୨୬୪ ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୦ ଲୋକାଲ କେସ୍‌ ରହିଛି।...

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର...

ଲକ୍‌ଡାଉନ୍‌: ବଦଳୁଛି ଟ୍ରେଣ୍ଡ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଘରେ ବସି ଟାଇମ୍‌ପାସ୍‌ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍‌ ହୋମ୍‌ କରୁ ନଥିବା ଲୋକଙ୍କ...

ଲକ୍‌ ଡାଉନ୍‌ ସମୟରେ ଘର ପାଖରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

ନଏଡ଼ା,୨୬।୩: ଲକ୍‌ ଡାଉନ୍‌ ସମୟରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇଯାଇଛି। ଏହି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି...

ଆଜି ରାଜ୍ୟରେ ୧୨୮୨ ପଜିଟିଭ୍‌ ଚିହ୍ନଟ, ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୧୨୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ତେବେ ୬ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ଜୁଆ ଖେଳି ୬ ଗିରଫ, ୫ ହଜାର ଜବତ

ପୁରୁଷୋତ୍ତମପୁର, ୨୭।୪(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗଞ୍ଜାମ ଜିଲାରେ ଏହାକୁ ଉଲ୍ଲଂଘନ କରାଯାଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଜୁଆ...

Advertisement
Archives

Model This Week