୩୦% କଟିବ ଏମ୍‌ପିଙ୍କ ବେତନ

ନୂଆଦିଲ୍ଲୀ,୭ା୪(ପି.ଟି.): ମହାମାରୀ କରୋନାର ତାଣ୍ଡବରୁ ବର୍ତ୍ତିପାରି ନାହିଁ ବିଶ୍ୱ। ଆମେରିକା, ଇଟାଲୀ ଓ ଫ୍ରାନ୍ସ ସମେତ ଅନେକ ବିକଶିତ ଓ ବିକାଶୀଳ ରାଷ୍ଟ୍ରରେ ଏହି ଭାଇରସ୍‌ ଅଚଳାବସ୍ଥା ସୃଷ୍ଟି କରିଛି। ଫଳରେ ଉକ୍ତ ଦେଶଗୁଡ଼ିକର ଅର୍ଥନୀତି ଉଜୁଡ଼ିବା ଅବସ୍ଥାକୁ ଚାଲିଆସିଛି। ଭାରତରେ ମଧ୍ୟ କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୌଣସି କ୍ଷେତ୍ରରେ ବିଶେଷ କାରବାର ହେଉ ନ ଥିବାରୁ ଦେଶବ୍ୟାପୀ ଉତ୍କଟ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣି ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ତଥା ଘରୋଇ କ୍ଷେତ୍ରରେ ଛଟେଇ ଓ ଖର୍ଚ୍ଚ କାଟ ଭଳି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କେନ୍ଦ୍ର ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏମ୍‌ପିମାନଙ୍କ ବେତନ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛି। ବେତନ ହ୍ରାସରୁ ମିଳିବାକୁ ଥିବା ପାଣ୍ଠିକୁ କରୋନା ଭୂତାଣୁ ମୁକାବିଲାରେ ବିନିଯୋଗ କରାଯିବ। ଅନୁରୂପ ଭାବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳମାନେ ମଧ୍ୟ ସାମାଜିକ ଉତ୍ତରଦାୟିତ୍ୱ ସ୍ବରୂପ ସେମାନଙ୍କ ବେତନ ହ୍ରାସ କରିବା ଲାଗି ସ୍ବେଚ୍ଛାକୃତ ଭାବେ ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏଥିସହିତ ଏମ୍‌ପିମାନଙ୍କ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲାଡ୍‌)କୁ ଦୁଇବର୍ଷ ପାଇଁ ସ୍ଥଗିତ ରଖିବାକୁ କ୍ୟାବିନେଟ ସ୍ଥିର କରିଛି। ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ମିଳିବାକୁ ଥିବା ଏମ୍‌ପି ଲାଡ୍‌ ସ୍ଥଗିତ ରହିବ। ଏହି ଅର୍ଥକୁ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ବିନିଯୋଗ ହେବ ବୋଲି ଜାଭେଡକର ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପିମାନେ ବର୍ଷେ ପର୍ଯ୍ୟନ୍ତ ୩୦ ପ୍ରତିଶତ କମ୍‌ ବେତନ ନେବେ। ଏମ୍‌ପିମାନଙ୍କ ବେତନ ସଂଶୋଧନ ଲାଗି ଆସିଥିବା ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି। ଏପ୍ରିଲ ୧ ତାରିଖରୁ ଏକବର୍ଷ ପାଇଁ ଏହା ଲାଗୁ ହେବ ବୋଲି ସେ କହିଥିଲେ। ଏମ୍‌ପିମାନଙ୍କ ବେତନ ଢାଞ୍ଚା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କଠାରୁ ଭିନ୍ନ। ସେମାନେ ମାସିକ ଏକଲକ୍ଷ ଟଙ୍କା ବେତନ ପାଇବା ସହ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ମାସକୁ ୭୦,୦୦୦ ଟଙ୍କା ପାଇଥାନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ଭତ୍ତା ମଧ୍ୟ ରହିଛି। ଏମ୍‌ପିମାନଙ୍କର କେବଳ ବେତନ ହ୍ରାସ ପାଇବ, ଭତ୍ତା କିମ୍ବା ପେନ୍‌ସନ କମିବ ନାହିଁ ବୋଲି ସରକାରୀ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ଅର୍ଥ ଭାରତର ସମ୍ମିଳିତ ପାଣ୍ଠି (ସିଏଫ୍‌ଆଇ)କୁ ଯିବ। ସେହିପରି ଆୟକର, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବହିଃ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ମଧ୍ୟ ଏହି ପାଣ୍ଠିକୁ ଯିବ। ପାର୍ଲାମେଣ୍ଟର ବିନା ଅନୁମୋଦନରେ ଏହି ଅର୍ଥ ଉଠାଯାଇପାରିବ ନାହିଁ। ସେହିପରି ୫୪୩ ଲୋକ ସଭା ସଦସ୍ୟ ଏବଂ ୨୪୫ ରାଜ୍ୟ ସଭା ସଦସ୍ୟଙ୍କୁ ବାର୍ଷିକ ୫ କୋଟି ଲେଖାଏ ଏମ୍‌ପି ଲାଡ୍‌ ମିଳିଥାଏ। ଦୁଇବର୍ଷରେ ଏବାବଦରେ ୭୮୮୦ କୋଟି ଟଙ୍କା ସରକାରଙ୍କ ପାଣ୍ଠିକୁ ଯିବ, ଯାହା କରୋନା ମୁକାବିଲାରେ ବ୍ୟୟ ହେବ ବୋଲି କ୍ୟାବନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭିଡିଓ ଲିଙ୍କ୍‌ ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୋଦିଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଓ କେତେଜଣ ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ଗତ ମାର୍ଚ୍ଚ ୨୫ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପରସ୍ପରଠାରୁ ସାମାଜିକ ଦୂରତା ବଜାୟ ରଖିଥିଲେ। ସୋମବାର କ୍ୟାବିନେଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ମନ୍ତ୍ରୀ ପରିଷଦ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?