ଗଣିଆ,୧୯ା୧୧(ଡି.ଏନ.ଏ.): ପ୍ରତି ଗାଁର ସମସ୍ତ ପରିବାର ଯେପରି ବିଦ୍ୟୁତ୍ ସେବା ପାଇପାରିବେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା କହୁଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର ଆଦିବାସୀ ଅଞ୍ଚଳ ବଡଶିଲିଙ୍ଗା ପଞ୍ଚାୟତରେ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା। ଅଧଘଣ୍ଟା ବିଜୁଳି ଆଲୋକ ଦେଖିବା ପରେ ୩ମାସ ହେଲା ଏହି ପଞ୍ଚାୟତର ୯ ଆଦିବାସୀ ଗାଁ ଅନ୍ଧାରରେ ଅଛନ୍ତି।
ବିଦ୍ୟୁତ୍ ସେବା ପାଇଁ ଏହି ପଞ୍ଚାୟତର ଆଦିବାସୀମାନେ ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପରେ ଗତବର୍ଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍କରଣ ଯୋଜନାରେ ଓପିସିଏଲ ଜରିଆରେ ଗୁପ୍ତା କମ୍ପାନୀକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ଗୁପ୍ତା କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ମଳାସପଦର, ଶଗଡଭଙ୍ଗା, ଗୋଛାବାରି, କୁଚୁମରା, ଇନ୍ଦାଗାଡୁ, ସେକେଟାପଲ୍ଲୀ, ବୁରିଆପାଜୁ, ଇଡେଇ, ଜାନକାଝୋଲା, ଢିପିସାହି, ବାଙ୍କଝରି ଓ ଡୁଇସିଂ ଆଦି ଗ୍ରାମରେ ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ଏଥି ମଧ୍ୟରୁ କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କେତେକ ଗ୍ରାମରେ ଅଧାପନ୍ତରିଆ ଭାବେ ପଡିରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଗ୍ରାମଗୁଡିକ ମଧ୍ୟରୁ ୯ଟି ଗାଁ ୩ମାସ ହେଲା ଅନ୍ଧାରରେ ରହିଛନ୍ତି। ସଂଯୋଗ ପରେ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକେ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍ ଆଲୋକ ଦେଖିଥିଲେ ା ପରେ କିଛି ତ୍ରୁଟି ଯୋଗୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୋକ ଦେଖିବାରୁ ଏହି ୨ ଗ୍ରାମବାସୀ ବଞ୍ଚତ୍ତ ହୋଇଛନ୍ତି। ସେହିପରି ନିମ୍ନମାନର କେବୁଲ୍ରେ ବିଦ୍ୟୁତ୍ ଯୋଗାଣ ଯୋଗୁ ବାରମ୍ବାର ବିଭ୍ରାଟ ଦେଖାଦେଉଛି। ଏହାର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ତୁରନ୍ତ ମରାମତି କାର୍ଯ୍ୟ କରିବା ପାଇଁ ଜିଲାପାଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁଫଳ ମିଳିନି। ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆ ନ ଗଲେ ଆଦିବାସୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ନାୟକ, ନାଏବ ସରପଞ୍ଚ ବିପ୍ରଚରଣ ମଳିକ, ଉପେନ୍ଦ୍ର ପ୍ରଧାନ ଓ ଅକ୍ରୁର ମଳିକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଦଶପଲ୍ଲା ବିଦ୍ୟୁତ୍ ସବ୍ଡିଭିଜନ ଏସ୍ଡିଓ ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଗୁପ୍ତା କମ୍ପାନୀ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଶେଷ କରି ସେସୁ ବିଭାଗକୁ ହସ୍ତାନ୍ତର କରିନାହିଁ। କେବୁଲରେ ତ୍ରୁଟି ଯୋଗୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଘଟୁଛି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।
Posted inଆମ ଜିଲା ଖବର, ନୟାଗଡ଼ View All

ଜିଆଇ ତାରରେ ଫାଶ ବସାଉଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ
ଛେଣ୍ଡିପଦା,୩ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ସୋମବାର ସକାଳେ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେ...

ଟ୍ରେନ ଲାଇନରୁ ମିଳିଲା ମୃତଦେହ
ରେଢାଖୋଲ,୨୨।୭(ଡି.ଏନ୍.ଏ): ରେଢାଖୋଲ ରେଳ ଷ୍ଟେଶନଠାରୁ ୨୦କି.ମି. ଦୂର ମୋଚିବାହାଳ ଗ୍ରାମ ନିକଟ ଟ୍ରେନ୍ ଲାଇନରୁ ଗୁରୁବାର ଜିଆର୍ପି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି।...

ବସ୍ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର
ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍ ସିଟି ବସ୍ ଦୁର୍ଘଟଣାଗ୍ରସ୍ତ...

ଭାଜପା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ସହ ୨ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ନିଶ୍ଚିନ୍ତକୋଇଲି,୮।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ...

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର
ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍ ଟପିଛି। ସକାଳ ୬ଟା ସୁଦ୍ଧା...

ଜଗତ୍ସିଂହପୁର ଜିଲା ଚିଠି: ସରିଯାଉଛି ଟୋକନ ଅବଧି, ସମସ୍ୟାରେ ପଡୁଛି ଚାଷୀ
ଓଡ଼ିଶାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍ ମାଧ୍ୟମରେ ମଣ୍ଡିରୁ ଧାନ ଉଠୁଛି। ଏହାର ପ୍ରଭାବ ଜଗତ୍ସିଂହପୁର ଜିଲାର ଚାଷୀଙ୍କ ଉପରେ ବି ପଡିଛି। ଟୋକନ...

ବାଇକ୍ ଦୁର୍ଘଟଣା: ୨ ଶିଶୁ ଗୁରୁତର
ସୋରଡ଼ା,୧୭।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ...

ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ
ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...