ଗଣିଆ,୧୯ା୧୧(ଡି.ଏନ.ଏ.): ପ୍ରତି ଗାଁର ସମସ୍ତ ପରିବାର ଯେପରି ବିଦ୍ୟୁତ୍ ସେବା ପାଇପାରିବେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା କହୁଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର ଆଦିବାସୀ ଅଞ୍ଚଳ ବଡଶିଲିଙ୍ଗା ପଞ୍ଚାୟତରେ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା। ଅଧଘଣ୍ଟା ବିଜୁଳି ଆଲୋକ ଦେଖିବା ପରେ ୩ମାସ ହେଲା ଏହି ପଞ୍ଚାୟତର ୯ ଆଦିବାସୀ ଗାଁ ଅନ୍ଧାରରେ ଅଛନ୍ତି।
ବିଦ୍ୟୁତ୍ ସେବା ପାଇଁ ଏହି ପଞ୍ଚାୟତର ଆଦିବାସୀମାନେ ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପରେ ଗତବର୍ଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍କରଣ ଯୋଜନାରେ ଓପିସିଏଲ ଜରିଆରେ ଗୁପ୍ତା କମ୍ପାନୀକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ଗୁପ୍ତା କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ମଳାସପଦର, ଶଗଡଭଙ୍ଗା, ଗୋଛାବାରି, କୁଚୁମରା, ଇନ୍ଦାଗାଡୁ, ସେକେଟାପଲ୍ଲୀ, ବୁରିଆପାଜୁ, ଇଡେଇ, ଜାନକାଝୋଲା, ଢିପିସାହି, ବାଙ୍କଝରି ଓ ଡୁଇସିଂ ଆଦି ଗ୍ରାମରେ ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ଏଥି ମଧ୍ୟରୁ କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କେତେକ ଗ୍ରାମରେ ଅଧାପନ୍ତରିଆ ଭାବେ ପଡିରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଗ୍ରାମଗୁଡିକ ମଧ୍ୟରୁ ୯ଟି ଗାଁ ୩ମାସ ହେଲା ଅନ୍ଧାରରେ ରହିଛନ୍ତି। ସଂଯୋଗ ପରେ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକେ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍ ଆଲୋକ ଦେଖିଥିଲେ ା ପରେ କିଛି ତ୍ରୁଟି ଯୋଗୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୋକ ଦେଖିବାରୁ ଏହି ୨ ଗ୍ରାମବାସୀ ବଞ୍ଚତ୍ତ ହୋଇଛନ୍ତି। ସେହିପରି ନିମ୍ନମାନର କେବୁଲ୍ରେ ବିଦ୍ୟୁତ୍ ଯୋଗାଣ ଯୋଗୁ ବାରମ୍ବାର ବିଭ୍ରାଟ ଦେଖାଦେଉଛି। ଏହାର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ତୁରନ୍ତ ମରାମତି କାର୍ଯ୍ୟ କରିବା ପାଇଁ ଜିଲାପାଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁଫଳ ମିଳିନି। ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆ ନ ଗଲେ ଆଦିବାସୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ନାୟକ, ନାଏବ ସରପଞ୍ଚ ବିପ୍ରଚରଣ ମଳିକ, ଉପେନ୍ଦ୍ର ପ୍ରଧାନ ଓ ଅକ୍ରୁର ମଳିକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଦଶପଲ୍ଲା ବିଦ୍ୟୁତ୍ ସବ୍ଡିଭିଜନ ଏସ୍ଡିଓ ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଗୁପ୍ତା କମ୍ପାନୀ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଶେଷ କରି ସେସୁ ବିଭାଗକୁ ହସ୍ତାନ୍ତର କରିନାହିଁ। କେବୁଲରେ ତ୍ରୁଟି ଯୋଗୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଘଟୁଛି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।
Posted inଆମ ଜିଲା ଖବର, ନୟାଗଡ଼ View All
ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର
ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…
ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ
ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…
ନିଟ୍ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା
ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…
ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…
କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍ବ ୧୪୩ ନମ୍ବର ଜାତୀୟ ରାଜପଥ…
କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ
ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…
ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….
ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…
ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…
ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…
ମୋରମ୍ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର
ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍ ଖାଦାନରେ ଶନିବାର ସକାଳେ ମୋରମ୍ ଖୋଳୁଥିବା ବେଳେ ପଥର…
Archives

