Posted inଖେଳ

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ସେଲଟିକ୍‌ରେ ଏକ ଗୋଲ ପ୍ରଦାନଜନିତ ଉତ୍ସବ ମନାଉଥିବା ବେଳେ ସାଣ୍ଟୋସ୍‌ ପୋଲିସ୍‌ ଓ ନିରାପର୍ତ୍ତାରକ୍ଷୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ୟୁଇଏଫ୍‌ଏ ତାଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନେଇଛି। ଏ ଘଟଣା ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ୟୁଇଏଫ୍‌ଏ ତରଫରୁ କୁହାଯାଇଛି।
ଉରୁଗୁଏ ଫରଓ୍ବାର୍ଡ ସାଣ୍ଟୋସ୍‌ଙ୍କ ବିରୋଧରେ ମଧ୍ୟ ସ୍କଟଲାଣ୍ଡ ପୋଲିସ୍‌ ମାମଲା ରୁଜୁ କରିଛି। ଗତ ଫେବୃୟାରୀ ୨୭ ତାରିଖରେ ୟୁରୋପ ଲିଗ୍‌ ଖେଳାଯିବା ଅବସରରେ ଏହି ଘଟଣା ଘଟିଥିଲା। ଇସ୍ତାନବୁଲ ବାସାକେହିର ବିପକ୍ଷ ଏକ ରାଉଣ୍ଡ ଅଫ୍‌ ୩୨ ମ୍ୟାଚ୍‌ରେ କୋପନହାଗେନ ୩-୧ ଗୋଲରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଗୋଲ ସ୍କୋର ପରେ ସାଣ୍ଟୋସ ଉତ୍ସବ ମନାଇଥିଲେ। କେତେକ ନିରାପତ୍ତାରକ୍ଷୀଙ୍କ ବିରୋଧରେ ମଧ୍ୟ ପୋଲିସ୍‌ ମାମଲା ରୁଜୁ କରିଛି। ତେବେ ୟୁଇଏଫ୍‌ଏର ଏହି ନିଷ୍ପତ୍ତି ବିରୋଧରେ ସାଣ୍ଟୋସ ଓ ତାଙ୍କ କ୍ଲବ କୋପନହାଗେଲ ଅପିଲ କରିପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସବୁ କିଛି ପରେ ବି ଜିତିପାରିଲା ନାହିଁ ଭାରତ

କାନପୁର,୨୯।୧୧: ସବୁ କିଛି ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନାହିଁ କାନପୁର ଟେଷ୍ଟର ଫଳାଫଳ। ଶେଷରେ ଡ୍ର’ ସହ ଶେଷ ହୋଇଛି ନ୍ୟୁଜିଲାଣ୍ଡ...

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ...

ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହିସବୁ ପ୍ରସିଦ୍ଧ କ୍ରିକେଟର

ସେପ୍ଟେମ୍ବର ୧୫କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ହୋଇତତ୍ବାରୁ ତାଙ୍କ...

ସୁନୀଲ ଗାଭାସ୍କରଙ୍କ କଥା ଶୁଣି ମୁଣ୍ଡ ପିଟିଲେ ଏହି ପ୍ରସିଦ୍ଧ କ୍ରିକେଟର

ମୁମ୍ବାଇ, ୧୯।୪: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନରୁ ଆହତ ହୋଇ ବାଦ୍‌ ପଡିଛନ୍ତି। ସେ ଏବେ ଘରକୁ ଫେରିଛନ୍ତି...

ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଅନୁମତି ମିଳିଲା

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-କରୋନାଭାଇରସ୍‌ ଯୋଗୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କ୍ରୀଡ଼ା କମ୍ପ୍ଲେକ୍ସ ଖୋଲିିବା...

କୋଲକାତା ସାମ୍ନାରେ ୧୯୬ ରନ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୨୩।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସିଜନର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ ଦକ୍ଷିଣ ଆଫ୍ରିକାକୁ କରୋନା ଭ୍ୟାକ୍ସିନ ପଠାଇବାରେ ଭାରତର ପଦକ୍ଷେପକୁ ‘ଉଦାରତା ଏବଂ ଦୟା’ ବୋଲି କହିଛନ୍ତି। ସେ ଏନେଇ...

ଦିଲ୍ଲୀ ଦଳରେ ଅମିତ୍‌ ମିଶ୍ରାଙ୍କ ସ୍ଥାନ ନେଲେ ଏହି ଖେଳାଳି

ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍‌ଙ୍କ ବଦଳ...

Advertisement


Archives

Model This Week