୨ ରାଜପଥ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ୧୬ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ କେତେକ ଅସାମାଜିକ ଯୁବକ ବୁଧବାର ରାତି ୧୦ଟା ବେଳେ ବିଭିନ୍ନ ଯାନବାହନକୁ ଅଟକାଇ ଲୁଟତ୍‌ରାଜ ଚଳାଇଥିଲେ। ଖବରପାଇ ସବ୍‌ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ଓ ଏଏସ୍‌ଆଇ ଚନ୍ଦ୍ରଶେଖର ଦେହୁରୀଙ୍କ ସହ ଏକ ଟିମ୍‌ ପହଞ୍ଚତ୍ ସେଠାରେ ଏସ୍‌. କେ. ମାମୁଦ (୨୪) ନାମକ ଯୁବକଙ୍କୁ ଗିରଫ କରିଥିଲେ। ମାମୁଦଙ୍କ ଘର ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳରେ। ତାଙ୍କଠାରୁ ୭.୬୫ ଏମ୍‌ଏମ୍‌ ବନ୍ଧୁକ ସହ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମାମୁଦଙ୍କ ବୟାନକୁ ଭିତ୍ତି କରି ପୋଲିସ ଗୁରୁବାର ପୂର୍ବାହ୍ନରେ ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳର ରିଣ୍ଟୁ ତରେଇ (୩୦)ଙ୍କୁ ଗିରଫ କରିଛି। ତାଙ୍କଠାରୁ ମଧ୍ୟ ଗୋଟିଏ ୭.୬୫ ଏମ୍‌ଏମ୍‌ ବନ୍ଧୁକ ଓ ନଗଦ ୧୮ଶହ ଟଙ୍କା ଜବତ ହୋଇଥିବା ଗୁରୁବାର ସନ୍ଧ୍ୟାରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପରେଶ ରାଉତ ସୂଚନା ଦେଇଛନ୍ତି।
ଦୀର୍ଘଦିନ ଧରି ରୂପ୍‌ସାଠାରୁ ସୋର ପର୍ଯ୍ୟନ୍ତ ୧୬ନଂ. ଜାତୀୟ ରାଜପଥରେ ଏକ ଗ୍ୟାଙ୍ଗ ଲୁଟ୍‌ତରାଜ, ଡକାୟତି, ଛିନ୍‌ତାଇ ଭଳି କାର୍ଯ୍ୟରେ ଲିପ୍ତ ରହିଥିଲେ। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ନୂଆବଜାର ଅଞ୍ଚଳର ମୁନା ସେଠୀ, ଯାଦବପୁର ଅଞ୍ଚଳର ହାତି, ଅରଡ଼ବଜାରର ଏସ୍‌.କେ. କୁର୍ବାନ ଫେରାର ଥିବା ପୋଲିସ ସୂଚନା ଦେଇଛି। ଏ ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୩୧୯/୧୯) ରୁଜୁ ହେବା ସହ ଦଫା ୩୯୫ ଆଇପିସି ୨୫/୨୭ ଆର୍ମ ଆକ୍ଟରେ ଅଭିଯୁକ୍ତ ଏସ୍‌.କେ. ମାମୁଦ ଓ ରିଣ୍ଟୁ ତରେଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ମାମୁଦଙ୍କ ନାମରେ ସହଦେବଖୁଣ୍ଟା ଥାନାରେ ୨୦୧୩ ମସିହାରୁ ମାମଲା (ନଂ. ୧୪୪/୧୩, ୧୮୩/୧୩, ୩୩୬/୧୩, ୧୫୦/୧୫, ୧୫୧/୧୫, ୭୩/୧୮, ୨୧୧/୧୮, ୨୪୨/୧୮, ୨୧୬/୧୯) ରହିଛି। ରିଣ୍ଟୁ ତରେଇ ମଧ୍ୟ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଥାନା ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର-ତିଲେଇବଣି ରାସ୍ତାକାମ ନିମ୍ନମାନର

ସମ୍ବଲପୁର,୫।୧(ବ୍ୟୁରୋ): ୫୩ନଂ. ଜାତୀୟ ରାଜପଥର ସମ୍ବଲପୁର-ତିଲେଇବଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ବରୁ ପୁଞ୍ଜିଲେଡ କମ୍ପାନୀ ଏହି କାମ ନେଇଥିବାବେଳେ ବିଭିନ୍ନ କାରଣରୁ ବନ୍ଦ କରିଦେଇଥିଲା।...

ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ...

ଠିକାଦାର ଦିଲୀପ, ଇସ୍କନ ବିରୋଧରେ ପୃଥକ୍‌ ମାମଲା

ପୁରୀ ଅଫିସ,୭।୨: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଠିକାଦାର ଦିଲୀପ ଖଟେଇଙ୍କ ବିରୋଧରେ ଆଇନଜୀବୀ...

ବାଘ ଗୁଜବ: ନିରାଶରେ ଫେରିଲେ ବନ କର୍ମଚାରୀ

ତିହିଡ଼,୩୦ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମଥୁରାପୁର ଗ୍ରାମ ନିକଟସ୍ଥ କେନାଲ ଆଡ଼ିରେ ମଙ୍ଗଳବାର ସକାଳେ ଏକ ବାଘ ବୁଲୁଥିବା ଖବର...

ରୋଗୀଙ୍କୁ ଘରୋଇ କ୍ଲିନିକ୍‌ ପଠାଇ ଶୋଷଣ

ପୁରୀ ଅଫିସ,୬ା୮: ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ବେ ରୋଗୀଙ୍କୁ ଘରୋଇ କ୍ଲିିନିକ୍‌ରେ ଅପରେଶନ୍‌ ପାଇଁ ଡାକ୍ତର ବାଧ୍ୟ କରୁଛନ୍ତି। ଏଭଳି...

ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ

ଉଦଳା,୧୪ା୮(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜିଲାରେ ଜାଲ ସାର୍ଟିଫିକେଟରେ ଶିକ୍ଷକ ଚାକିରି କରିଥିବା ଚର୍ଚ୍ଚାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ସମସ୍ତ କାର୍ଯ୍ୟରତ...

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ

ଅନୁଗୋଳ ଅଫିସ, ୧୯।୮- ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍‌ ତାରରେ ଲାଖି ଯାଇଥିବା ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏଭଳି ଘଟଣା...

Advertisement


Archives

Model This Week