Posted inଜାତୀୟ

୨ ବିସ୍ଫୋରଣରେ ୧୪ ମୃତ

ବଡ଼ୋଦରା/ପାଲଘର,୧୨ା୧(ପି.ଟି.): ଗୁଜରାଟ ଓ ମହାରାଷ୍ଟ୍ରରେ ଶନିବାର ଦୁଇଟି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରା ଜିଲାରେ ଥିବା ଏକ ଅକ୍ସିଜେନ୍‌ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଛନ୍ତି। ପଡ୍ରା ତହସିଲ ଅନ୍ତର୍ଗତ ଗାଭାସାଦ ଗାଁ ନିକଟରେ ଥିବା ଏମ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଶନିବାର ପୂର୍ବାହ୍ନ ୧୧ଟାରେ ବିସ୍ଫୋରଣ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଉକ୍ତ କାରଖାନାର ଶ୍ରମିକ। ଆହତମାନଙ୍କୁ ଅଟଲାଦରାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫୋରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ବିସ୍ଫୋରଣର କାରଣ ସମ୍ପର୍କରେ ତଦନ୍ତ କରୁଛି। ସିଲିଣ୍ଡରରେ ଗ୍ୟାସ୍‌ ରିଫିଲିଂ ବେଳେ ବିସ୍ଫୋରଣ ହୋଇଥିବା କୁହାଯାଉଛି।
ସେହିପରି ମହାରାଷ୍ଟ୍ରର ତାରାପୁରରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହେବା ସହ ୪ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ପାଲଘର ଜିଲାର ତାରାପୁର କେମିକାଲ ଜୋନ୍‌ରେ ଏହି ବିସ୍ଫୋରଣ ଯୋଗୁ ନିର୍ମାଣାଧୀନ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛି। ନୂଆ ରିଆକ୍ଟର ପରୀକ୍ଷା ବେଳେ ବିସ୍ଫୋରଣ ହୋଇଥିଲା। ଆହତଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ନଟବରଭାଇ ପଟେଲ, ଜଣେ ଡାଇରେକ୍ଟର ଓ ଦୁଇଜଣ ଶିଶୁ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ମୃତ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୬: ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ମୃତକଙ୍କ ପରିବାରକୁ...

ଭୋର୍‌ ସମୟରେ ମନକୋଟ ସେକ୍ଟରରେ ମୋର୍ଟାର ମାଡ଼ କଲା ପାକିସ୍ତାନ

ଶ୍ରୀନଗର, ୪।୧୦: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ରବିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭୋର ୩ଟା ୨୦ରେ ପୁଞ୍ଚ୍‌ ଜିଲାରୀ ମନକୋଟ ସେକ୍ଟରରେ...

କରୋନା ମହାମାରୀ ସମୟରେ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ ଅସ୍ଥାୟୀ ପେନ୍‌ସନ୍‌

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀକୁ ନେଇ ସାରା ବିଶ୍ୱର ସାଧାରଣ ଜୀବନଯାତ୍ରା ବିଗିଡି ଯାଇଥିବା ବେଳେ ଅର୍ଥବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ତେବେ ଦେଶର କେନ୍ଦ୍ରୀୟ କର୍ମଚାରୀଙ୍କୁ...

ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ,୧୧।୧୨: ଗୁରଗାଓଁରେ ମୁସଲମାନମାନେ ଖୋଲା ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଉଚିତ ନୁହେଁ। ଏଭଳି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର। ୨୦୧୮ରେ ହିନ୍ଦୁ...

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ...

ମଙ୍ଗଳସୂତ୍ର, ସିନ୍ଦୁର ଧରି ଶ୍ରେଣୀଗୃହରେ ପଶିଲେ ନାବାଳକ, ଆଉ ତା’ ପରେ…

ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ...

ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା...

ଭାରତ-ପାକିସ୍ତାନ ମ୍ୟାଚ୍‌ ବାତିଲ କରିବାକୁ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିଦିନ ହେବ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏସବୁ ଘଟଣା ଭିତରେ ଆସନ୍ତା ୨୪ରେ...

Advertisement
Archives

Model This Week