୨ ଟ୍ରକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ପାଲଲହଡା,୬।୮ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ୧୪୯ ନଂ. ଜାତୀୟ ରାଜପଥ ବରମାଇଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଚାଳକଙ୍କ ସମେତ ୨ଜଣ ହେଲପର ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଲଲହଡା ଥାନା ରଞ୍ଜ ଗ୍ରାମର ଅନନ୍ତ ନାୟକ।

ପୋଲିସ କହିଛି, ରାତି ପ୍ରାୟ ୧ଟାରେ ୨ ମାଲ ବୋଝଇ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨ ଡ୍ରାଇଭରଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ। ସେମାନେ ହେଲେ ଅକ୍ଷୟ କୁମାର ନାୟକ, ସାଜନ ଖାଁ, ଶିବ ଗଉନ୍ତିଆ ଏବଂ ଅନନ୍ତ ନାୟକ। ତେବେ ଘଟଣାସ୍ଥଳରେ ଅନନ୍ତଙ୍କ ମୃତ୍ୟୁ ଘଟିଥିଲା। ଗୁରୁତରଙ୍କୁ ସ୍ଥାନୀୟବାସୀ ଉଦ୍ଧାର କରି ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏ ନେଇ କେସ ନଂ. ୭୨/୧୯ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଏକଦା ହକିର ଗଡ଼ ଥିଲା ଢେଙ୍କାନାଳ। ଜିଲାର ବହୁ ପ୍ରତିଭାଦୀପ୍ତ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଜାତୀୟସ୍ତରରେ ଅର୍ଜନ କରିଥିଲେ ସୁନାମ। ସମୟକ୍ରମେ ହତାଦର...

ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ

ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।...

ସାଧନା ଓ ଆତ୍ମବିଶ୍ୱାସ ଆଣିଦିଏ ସଫଳତା

ବନ୍ତ,୧୧।୯ (ସ୍ବ.ପ୍ର.)-ପିଲାଦିନୁ ଅଭିନୟ କଳା ପ୍ରତି ଥିବା ରୁଚି ତାଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇ ଚାଲିଛି। ପ୍ରଥମେ ରଙ୍ଗମଞ୍ଚରେ ଅଭିନୟ ଓ ନୃତ୍ୟ ପରିବେଷଣ କରି...

ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫...

ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯ ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌...

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

Advertisement
Archives

Model This Week