୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି।
ରୂପ୍‌ସା ଥାନା ଅନ୍ତର୍ଗତ ହବିଗଞ୍ଜଠାରେ ରବୀନ୍ଦ୍ର ଦଳାଇଙ୍କ କରତକଳ ଉପରେ ଚଢ଼ାଉ ହୋଇ ପ୍ରାୟ ୩ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ଏନେଇ ମାମଲା (ନଂ.୨୧/୨୦୧୯) ରୁଜୁ ହୋଇଛି। ସେହିପରି ହଳଦୀପଦା ଫାଣ୍ଡି ଅଧୀନ ତଳଅମରାରେ ଚଢାଉ କରାଯାଇ ଗୌରହରି ସ୍ବାଇଁଙ୍କ କରତକଳରୁ ୩ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି। ଏନେଇ ମାମଲା (ନଂ. ୨୨/୨୦୧୯) ରୁଜୁ ହୋଇଛି । ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତି ଓ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ପରାମର୍ଶକ୍ରମେ ମାଜିଷ୍ଟ୍ରେଟ ଭାବେ ନୀଳଗିରିର ଅତିରିକ୍ତ ତହସିଲଦାର ରାକେଶ ପଣ୍ଡାଙ୍କ ଉପସ୍ଥିତିରେ ଭିଜିଲାନ୍ସ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା, ବନ ବିଭାଗ ରେଞ୍ଜର ଦେବେନ୍ଦ୍ର ନାଥ ପାତ୍ର, ଭିଜିଲାନ୍ସ ରେଞ୍ଜର ଶ୍ୟାମ ସିଂ, ଫରେଷ୍ଟର ଜଗନାଥ ପରିଡା, ପ୍ରହ୍ଲାଦ ଚନ୍ଦ୍ର ନାୟକ, ବନରକ୍ଷୀ ଶଶୀଧର ମହାନ୍ତି, ରଞ୍ଜିତା ବିଶ୍ୱାଳ ପ୍ରମୁଖ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି।...

ନାବାଳିକା ବଳାତ୍କାର ମାମଲା ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ମହାପାତ୍ର ଦୋଷୀଙ୍କୁ ୨୦ ବର୍ଷ ଜେଲ...

ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା...

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ,...

ରୂପ୍‌ସା, ବସ୍ତା, ଜଳେଶ୍ୱର ଷ୍ଟେଶନ ପରିଦର୍ଶନ କଲେ ଜିଏମ୍‌

ରୂପ୍‌ସା/ବସ୍ତା/ଜଳେଶ୍ୱର, ୧୧।୧(ଡି.ଏନ.ଏ./ସ୍ବ.ପ୍ର.)-ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର(ଜିଏମ୍‌) ସଞ୍ଜୟ କୁମାର ମହାନ୍ତି ପ୍ରଥମଥର ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସି ରୂପ୍‌ସା ଜଙ୍କଶନ, ବସ୍ତା ଓ ଜଳେଶ୍ୱର...

ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ...

ବାହାବଳପୁରରେ କୁଆପଥର ବର୍ଷା

ରୂପସା, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଶନିବାର ପ୍ରବଳ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ରବିଧାନ ଓ...

କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୪।୯-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ୱର ଗସ୍ତରେ ଆସି ସ୍ଥାନୀୟ...

Advertisement
Archives

Model This Week