୨୮ ମାସରେ ୭୨୮ ଶିଶୁ ଅପପୁଷ୍ଟିର ଶିକାର

ନୟାଗଡ଼ ଅଫିସ,୨ା୮: ଯାଜପୁର ଜିଲା ନଗଡ଼ାକୁ କେହି ଭୁଲି ପାରିନାହାନ୍ତି। ୨୦୧୬ରେ ନଗଡ଼ାର ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ନୟାଗଡ଼ ଜିଲାରେ ଏଭଳି ଚିତ୍ର ସାମ୍‌ନାକୁ ଆସିଛି। ୨୮ ମାସ ମଧ୍ୟରେ ଜିଲାର ୭୨୮ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ରାଜ୍ୟ ସରକାର ମା’ ପେଟରେ ଥିବା ଛୁଆଙ୍କଠାରୁ ଆରମ୍ଭ କରି ମଶାଣି ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଜିଲାର ଏତେ ଶିଶୁ ଅପପୁଷ୍ଟିର ଶିକାର ହେବା ଘଟଣା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅପପୁଷ୍ଟିର ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଲାଗି ଜିଲାରେ ଦୁଇଟି ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନ୍‌ଆର୍‌ସି) ରହିଛି। ଗୋଟିଏ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ଅନ୍ୟଟି ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ। ନୟାଗଡ଼ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ନୟାଗଡ଼, ଓଡ଼ଗାଁ, ନୂଆଗାଁ, ରଣପୁର ଓ ଦଶପଲ୍ଲା ବ୍ଲକର ଶିଶୁମାନେ ଚିକିତ୍ସିତ ହେଉଥିବା ବେଳେ ଖଣ୍ଡପଡ଼ା କେନ୍ଦ୍ରରେ ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଲକର ଶିଶୁମାନେ ଚିକିତ୍ସିତ ହୁଅନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୧୯୧, ୨୦୧୮-୧୯ରେ ୧୯୬, ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୨୯ ଏହିଭଳି ୪୧୬ ଜଣ ଶିଶୁ ନୟାଗଡ଼ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ସେହିଭଳି ଖଣ୍ଡପଡ଼ା କେନ୍ଦ୍ରରେ ୨୦୧୭-୧୮ରେ ୧୦୨, ୨୦୧୮-୧୯ରେ ୧୪୩, ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୬୭ ଏହିଭଳି ମୋଟ ୩୧୨ ଜଣ ଶିଶୁ ଚିକିତ୍ସିିତ ହୋଇଛନ୍ତି। ୨ଟି କେନ୍ଦ୍ରରେ ୨୮ ମାସରେ ୭୨୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ୬ ମାସରୁ ୫ବର୍ଷ ମଧ୍ୟରେ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ ହେଲେ ସେମାନଙ୍କୁ ସ୍ଥାନୀୟ ଏନ୍‌ଆର୍‌ସିରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଥାଏ। ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଟିମ୍‌ର ସଦସ୍ୟମାନେ ବିଭିନ୍ନ ଗ୍ରାମ ଓ ସ୍କୁଲକୁ ଯାଇ ଅପପୁଷ୍ଟିର ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ଚିହ୍ନଟ କରନ୍ତି। ଏହା ପରେ ସେମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ଅଙ୍ଗନୱାଡ଼ି, ଆଶା ଦିଦି ଓ ଏଏନ୍‌ଏମ୍‌ମାନେ ମଧ୍ୟ ଏଭଳି ଶିଶୁଙ୍କୁ ଚିହ୍ନଟ ପାଇଁ ନିୟମ ରହିଛି। ହେଲେ ସେମାନେ ଏ ଦିଗରେ ତପତ୍ରତା ଦେଖାଉ ନ ଥିବା ଜଣାପଡ଼ିଛି। ୩ଟି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ଶିଶୁ ଅପପୁଷ୍ଟିର ଶିକାର ହୋଇଛି ବୋଲି ଜଣାପଡେ। ଉଚ୍ଚତା ଅନୁସାରେ ଓଜନ -୩ ଏସ୍‌ଡ଼ିରୁ କମ୍‌ ରହିବା, ବାହୁର ଆକାର ୧୧.୫ ସେଣ୍ଟିମିଟରରୁ କମ୍‌ ରହିବା, ଦୁଇପାଦ, ହାତ କିମ୍ବା ଶରୀର ଫୁଲିଲେ ଜଣେ ଶିଶୁ ଅପପୃଷ୍ଟିର ଶିକାର ହୋଇଛି ବୋଲି ଧରାଯିବ। ଯେଉଁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡେ ସେମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ସେଠାରେ ନ୍ୟୁଟ୍ରିସନ କାଉନସିଲର ରହି ଶିଶୁମାନଙ୍କର ତଦାରଖ କରିଥାନ୍ତି। ଶିଶୁଟିଏ ଭର୍ତ୍ତି ହେବା ପରେ ତା’ର ଓଜନ ବୃଦ୍ଧି ପାଇଁ ଖାଦ୍ୟ ଦିଆଯିବା ସହ ଚିକିତ୍ସା କରାଯାଇଥାଏ। ୧୦ରୁ ୨୦ଦିନ ଉକ୍ତ କେନ୍ଦ୍ରରେ ଶିଶୁ ରହିବା ପରେ ଓଜନ ବୃଦ୍ଧି କରାଯାଇ ଘରକୁ ପଠାଇ ଦିଆଯାଏ। ଏହା ପରେ ସେମାନଙ୍କୁ ୧୫-୧୫-୩୦ ଦିନରେ ୩ଥର କେନ୍ଦ୍ରକୁ ଚେକ୍‌ଅପ୍‌ କରିବା ପାଇଁ ଆସିବାକୁ କୁହାଯାଇଥାଏ। ଏହି ସମୟରେ ଡାକ୍ତରମାନେ ଶିଶୁକୁ ଦେଖି ଭଲ ଥିଲେ ଘରକୁ ଛାଡ଼ନ୍ତି ନ ହେଲେ ପୁନର୍ବାର ଉକ୍ତ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥାନ୍ତି। ଶିଶୁଟିଏ କେନ୍ଦ୍ରରେ ଭର୍ତ୍ତି ହେବା ପରେ ପ୍ରତିଦିନ ଖାଦ୍ୟ ପାଇଁ ଶିଶୁମାନଙ୍କ ଅଭିଭାବକଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯାଇଥାଏ। ସେହିଭଳି ଚେକ୍‌ଅପ୍‌ କରିବା ପାଇଁ ଆସିଲା ବେଳେ ଯାତାୟାତ ବାବଦରେ ୧୦୦ ଟଙ୍କା ଦିଆଯାଇଥାଏ। ଏତେସବୁ ସୁବିଧା ଥିଲେ ମଧ୍ୟ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣାକୁ ନଜର ଅନ୍ଦାଜ କରାଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ନୟାଗଡ଼ ପୁଷ୍ଟି ପୁନର୍ବାସ କେନ୍ଦ୍ରର ନ୍ୟୁଟ୍ରିସନ୍‌ କାଉନସିଲର ଗାୟତ୍ରୀ ପଣ୍ଡା କହନ୍ତି, ଦଶପଲ୍ଲା ଓ ଗଣିଆ ଅଞ୍ଚଳର ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେଉଥିବା ବେଳେ ସେଠାକାର ମା’ମାନେ ଏ ଦିଗରେ ସଚେତନ ନୁହନ୍ତି। ଅନ୍ୟ ବ୍ଲକର ମା’ମାନେ ସଚେତନ ଥିଲେ ମଧ୍ୟ ଛୁଆମାନଙ୍କ ପ୍ରତି ଅବହେଳା ଓ ଠିକ୍‌ ସମୟରେ ଖାଦ୍ୟ ଖୁଆଉ ନ ଥିବାରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ସେ ପ୍ରକାଶ କରିଥିଲେ।

(ରଞ୍ଜନ କୁମାର ପ୍ରଧାନ)


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri