![](https://www.dharitri.com/wp-content/uploads/2019/10/naxal-1-644x362-1533539856.jpg)
ଦାନ୍ତଓ୍ବୋଡା, ୨୧ା୧୦ : ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାରେ ୨୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା। ରାୟପୁରଠାରୁ ୩୪୦ କିମି ଦୂର କଟେକଲ୍ୟାଣ ଅଞ୍ଚଳରେ ଥିବା ଚିକପାଲ ପୋଲିସ କ୍ୟାମ୍ପରେ ବରିଷ୍ଠ ପୋଲିସ ଏବଂ ସିଆର୍ପିଏଫ୍ ଅଫିସରଙ୍କ ଆଗରେ ସେମାନେ ଅସ୍ତ୍ର ସମର୍ପଣ କରିଥିବା ଦାନ୍ତଓ୍ବୋଡା ଏସ୍ପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।