Posted inଜାତୀୟ

୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ ଘଟଣା ଘଟିଛି। ବିଚାରାଧୀନ ଅପରାଧୀଙ୍କର ବିଚାର ପୂର୍ବରୁ ମୃତ୍ୟୁ ଘଟିଛି। ଏଭଳି ଘଟଣାରେ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ବିହାର ଆଦି ରାଜ୍ୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତିି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ସୂଚିତ ହୋଇଛି। ଏହି ସମୟ ମଧ୍ୟରେ ମାନବାଧିକାରକୁ ଅଣଦେଖା କରାଯାଉଥିବା ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ୧୮ ଲକ୍ଷ ୩୧ ହଜାର ମାମଲା ଦାଏର କରାଯାଇଥିବାବେଳେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ୧୮ଲକ୍ଷ ୮୯ ହଜାର ମାମଲା ଦାଏର ହୋଇଛି। ପ୍ରଶାସନିକ କ୍ଷେତ୍ରରେ ମାନବାଧିକାର ଆୟୋଗର ମୋଟ ୮୩୫ ପଦବୀ ମଧ୍ୟରୁ ୨୮୬ ଖାଲି ପଡ଼ିଛି। ତେଣୁ ଏହାର ସୁଫଳ ଜନସାଧାରଣଙ୍କୁ ମିଳିପାରୁ ନ ଥିବା କୁହାଯାଉଛି। ଅରୁଣାଚଳ ପ୍ରଦେଶ, ମିଜୋରାମ୍‌ ଏବଂ ନାଗାଲାଣ୍ଡ୍‌ରେ ମାନବାଧିକାର ଆୟୋଗ ସ୍ଥାପିତ ହୋଇ ପାରି ନାହିଁ। ପଞ୍ଜାବ, ପଶ୍ଚିମବଙ୍ଗ,ବିହାର, ଆସାମ ଏବଂ ତାମିଲନାଡୁ ଆଦି ୫ ରାଜ୍ୟରେ ସର୍ବାଧିକ ହାଜତ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମାନବାଧିକାର ସମ୍ପର୍କରେ ଲୋକଙ୍କ ସଚେତନ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୦କୁ ମାନବାଧିକାର ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର...

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ...

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୧୭।୩: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ...

ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଗ୍ରହଣ କରି ନେଇଛନ୍ତି।...

ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ...

ଦୁଇ ଡୋଜ୍‌ ମଧ୍ୟରେ କମ ସମୟ ସୀମା ଦ୍ୱାରା ବଢ଼ିବ ପ୍ରତିରୋଧକ ଶକ୍ତି…

ନୂଆଦିଲ୍ଲୀ,୫।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...

ଦେଶଦ୍ରୋହ ଆଇନ ସମୀକ୍ଷାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦେଶଦ୍ରୋହ ଆଇନର ସମୀକ୍ଷା ଲାଗି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଏହି ଉପନିବେଶୀୟ ଆଇନରେ...

ତୃତୀୟ ନୁହେଁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ: ନୀତୀଶ

ପାଟନା,୧୨।୧୨: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟ ନୁହେଁ, ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ...

Advertisement
Archives

Model This Week