Posted inଜାତୀୟ

୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ ସେ ପର୍ଯ୍ୟନ୍ତ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଶୁକ୍ରବାର କହିଛନ୍ତି। ତେବେ ସେ ସିବିଆଇ ହେପାଜତରେ ରହିବେ। କାରଣ ତାଙ୍କୁ ଜେରା ପାଇଁ ସୋମବାର ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇ ଦିଆଯାଇଥିବାବେଳେ, ଏହା ଉପରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିନାହାନ୍ତି। ଉଭୟ ଇଡି ଓ ସିବିଆଇ ଦାଖଲ କରିଥିବା ମାମଲାର ଶୁଣାଣି ୨୬ରେ ହେବ ବୋଲି ଜଷ୍ଟିସ୍‌ ଆର୍‌. ଭାନୁମତୀ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଆଇଏନ୍‌ଏକ୍ସ ମିଡିଆ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ତାଙ୍କୁ ସିବିଆଇ ଓ ଇଡି ଗିରଫ କରିବାକୁ ଉଦ୍ୟମ କରିଥିଲେ ହେଁ ସେ ଫେରାର ହୋଇଯାଇଥିଲେ। ବୁଧବାର ରାତିରେ ସେ ଏଆଇସିସି କାର୍ଯ୍ୟାଳୟରେ ଆବିର୍ଭାବ ହୋଇ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ କହିବା ପରେ ସିବିଆଇ ଟିମ୍‌ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବା ପରେ ସିବିଆଇ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୩ା୬: ଆସନ୍ତା ୧୭ରୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସେଥିରେ ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରାଯିବ। ପ୍ରଧାନମନ୍ତ୍ରୀ...

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା...

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରରୁ ୧୧ଟଙ୍କା ମାଗିଲେ ଯୋଗୀ

ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ...

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ...

 ମୁଁ ଚେତାବନୀ ଦେଇଥିଲି, ମାତ୍ର ସେ ମଜା ଉଡ଼ାଇଥିଲେ: ରାହୁଲ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ବଢୁଥିବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ସେ ଏହାର ମଜା ଉଡ଼ାଇଥିଲେ...

ଏକ ସପ୍ତାହ ମଧ୍ୟରେ ୨ କୋଟି କିଶୋରଙ୍କୁ ଦିଆଗଲାଣି କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮ ।୧: କରୋନା ମହାମାରୀ ସହ ଲଢିବା ପାଇଁ ସପ୍ତାହେ ହେବ କିଶୋର ଅର୍ଥାତ୍ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ସାରା ଦେଶରେ ଟିକା ଦିଆଯାଉଛି...

ଉତ୍ତର-ପୂର୍ବାଞ୍ଚଳର ସ୍ବତନ୍ତ୍ର ବ୍ୟବସ୍ଥାରେ ହସ୍ତକ୍ଷେପ ଉଦ୍ଦେଶ୍ୟ ନାହିଁ

ନୂଆଦିଲ୍ଲୀ,୨୪ା୮(ପି.ଟି.): ଉତ୍ତର-ପୂର୍ବ କିମ୍ବା ଅନ୍ୟ କୌଣସି ଅଞ୍ଚଳକୁ ମିଳିଥିବା ସମ୍ବିଧାନର ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ହସ୍ତକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କର ନାହିଁ। ସରକାରଙ୍କ...

ଘରୁ ଫେରାର ହେବା ପରେ ପୋଲିସକୁ ସୁରକ୍ଷା ମାଗିଲେ ମନ୍ତ୍ରୀଙ୍କ ଝିଅ

ବେଙ୍ଗାଲୁରୁ,୯।୩: ଘରୁ ଫେରାର ହୋଇ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିବା ତାମିଲନାଡୁ ମନ୍ତ୍ରୀଙ୍କ ଝିଅ ବେଙ୍ଗାଲୁରୁରେ ପୋଲିସ ଠାରୁ ସୁରକ୍ଷା ଦାବି କରିଛନ୍ତି। ପେଶାରେ ଡାକ୍ତର...

Advertisement
Archives

Model This Week