୨୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୦ା୮: ପୁରୀ ସହର ବ୍ରାଉନସୁଗାରର ପେଣ୍ଟସ୍ଥଳୀ ପାଲଟିଛି। ଏହାର ଚେର କଲିକତା ପର୍ଯ୍ୟନ୍ତ ଲମ୍ବିଛି। କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଏ ନେଇ ଧରପଗଡ ପରେ ମେଟ୍ରୋ ସହର ବେପାରୀ ଏବେ ପୁରୀ ମୁହଁ। ହୋଇଛନ୍ତି। ଗତ ୬ତାରିଖରେ ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଅବକାରୀ ପୋଳିସ ଗିରଫ କରିଥିବାବେଳେ ଶୁକ୍ରବାର ପୁଣି ଜଣେ ମହିଳାଙ୍କୁ ଉକ୍ତ ଅଞ୍ଚଳରୁ ବ୍ରାଉନସୁଗାର ସହ ଗିରଫ କରିଛି। ଗିରଫ ମହିଳା ହେଲେ ପାଞ୍ଚେଇ ନାୟକ(୪୦)। ତାଙ୍କ ଠାରୁ ୨୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ମିଳିଥିବା ସୂଚନା ପ୍ରକାରେ ପାଞ୍ଚେଇ ନରେନ୍ଦ୍ରକୋଣ ଅଞ୍ଚଳରେ ଏକ ବ୍ରାଉନସୁଗାର ପୁଡିଆ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବରପାଇ ସଦର ଅବକାରୀ ଆଇଆଇସି ବିକାଶ କୁମାର ନାୟକ ଏକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ଗ୍ରାହକ ସାଜି ତାଙ୍କ ସହ ମୂଲଚାଲ କରିଥିଲେ। ପରେ ପୋଲିସ ତାଙ୍କୁ ବ୍ରାଉନସୁଗାର ସହ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬୯୨୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ପୁଞ୍ଜିନିବେଶକୁ ଶନିବାର ଅନୁମୋଦନ କରିଛନ୍ତି। ୩ ପ୍ରକଳ୍ପ ମାଧ୍ୟମରେ ଏହି ନିବେଶ ଦ୍ୱାରା ୪୬୩୮ ନିଯୁକ୍ତି ସୁଯୋଗ...

ନାଗରିକତ୍ୱ ସଂଶୋଧନ ବିଧେୟକ: ସମର୍ଥନ କରିବ ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): କେନ୍ଦ୍ର ସରକାର ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ କରିବାକୁ ଯାଉଛନ୍ତି। ଏହି ବିଧେୟକକୁ ଗୃହୀତ କରିବା ପାଇଁ ଭାଜପା ପକ୍ଷରୁ ଉଭୟ...

ରାଜ୍ୟରେ ପୁଣି ୧୩୭୨ ପଜିଟିଭ୍‌ ଚିହ୍ନଟ: ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ତାହା ବି ସନ୍ତୋଷଜନକ ନୁହେଁ। ଶନିବାର...

ଆଜି ରାଜ୍ୟରୁ ୨୨୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୧୪ ସନ୍ଧ୍ୟା ସୁଦ୍ଧା ଅଞ୍ଚଳ ଛାଡ଼ିବେ ବାହାର ନେତା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛିି। ତେବେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିବା ବାହାର...

ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ

ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ...

ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି...

ଡରାଇଲାଣି ଘାତକ କରୋନା: ଆଡ୍‌ଭାଇଜରି ଜାରି କଲେ ଏସ୍‌ଆର୍‌ସି, ଜାଣନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ତଦନୁଯାୟୀ -କାର୍ଯ୍ୟକ୍ଷେତ୍ରକୁ ସ୍ବଚ୍ଛ, ପରିଷ୍କାର ରଖନ୍ତୁ। -ଡେସ୍କ, ଟେବୁଲ, ଟେଲିଫୋନ, କମ୍ପ୍ୟୁଟର,...

Advertisement
Archives

Model This Week