୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ

ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ବ୍ରହ୍ମବରଦା ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇ କରୋନା ଟିମ୍‌ ଦ୍ୱାରା ଘରକୁ ଘର ବୁଲି ତଦନ୍ତ କରାଯାଉଛି। ଏହି ତଦନ୍ତ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିବା ପାଇଁ ପ୍ରଶାସନ ବ୍ରହ୍ମବରଦାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରୁଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ସୁଧିର କୁମାର ସାହୁ, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ସିଡିପିଓ ଦୀପ୍ତିମୟୀ ନାୟକଙ୍କ ସମେତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ କରୋନା ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ୧୫ଟି ଟିମ୍‌ ଗଠନ କରାଯାଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଧବାର ଆଉ ୭ଟି ଦଳକୁ ବଢାଇବା ସହିତ ମୋଟ ୨୨ଟି ଟିମ୍‌ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କଠାରୁ ଆସିଥିବା ରିପୋର୍ଟ ଆଧାରରେ ଏବେ ସୁଦ୍ଧା ମୋଟ ୩୨ ଲୋକ କରୋନା ଆକ୍ରାନ୍ତ ମୌଲବୀ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ମୌଲବୀ ସଂସ୍ପର୍ଶରେ ଆସିଥିବା କେତେକ ବ୍ୟକ୍ତି ୧୦୪କୁ ଫୋନ କରି ନାମ ପଞ୍ଜୀକରଣ କରିଥିବାରୁ ଏହି ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହାଛଡା ଡାକ୍ତରୀ ଦଳ ପକ୍ଷରୁ ୨୫ରୁ ଊର୍ଦ୍ଧ୍ୱ କରୋନା ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇଛି। ଏହି ସବୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହି ଅଞ୍ଚଳର କରୋନା ସ୍ଥିତି ସମ୍ପର୍କରେ ଅନୁମାନ ଲଗାଯାଇ ପାରିବ ନାହିଁ। ସନ୍ଦିଗ୍ଧଙ୍କ ମଧ୍ୟରୁ ଯଦି କାହାର ପଜିଟିଭ ଆସେ ତେବେ ତାର ଲିଙ୍କ ବି ଖୋଜାଯିବ। ଏହିଭଳି ଭାବେ କରୋନା ନ ବ୍ୟାପିବା ପାଇଁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ କହିବା ବନ୍ଦ କର: ଭାରତୀୟ ରେଳବାଇକୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇରେ ସୁଧାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.…

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri