୨୪ରେ ଭୁବନେଶ୍ୱରର ୪୦୦ ପୂଜା କମିଟିଙ୍କ ଆଲୋଚନା : ପୂଜାରେ ପ୍ରାକୃତିକ ପରିବେଶ, ପ୍ଲାଷ୍ଟିକ୍‌ ମୁକ୍ତ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ) : ଆଗକୁ ଆସୁଥିବା ମା’ଙ୍କ ପୂଜାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା, ମଣ୍ଡପ ଚାରିକଡ଼େ ବୃକ୍ଷ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ପ୍ରତି ଜିଲାରେ ‘ମାତା କୀ ଜାଗରଣ’ ଓ ‘ମାତା କୀ ଚୌକୀ’କୁ ଉଜ୍ଜୀବିତ କରାଇବା, ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ଓ ଲୋକକଳାର ଆଦାନ ପ୍ରଦାନ କରିବାକୁ ଭୁବନେଶ୍ୱର ଦୁର୍ଗା ପୂଜା ଚାରି ଟେବୁଲ୍‌ ଟ୍ରଷ୍ଟ ଲକ୍ଷ୍ୟ ରଖିଛି। ଏ ନେଇ ଆସନ୍ତା ୨୪ ତାରିଖ ଜନ୍ମାଷ୍ଟମୀ ତିଥିରେ ରାଜ୍ୟର ୪ ଶହ ଛୋଟବଡ଼ ପୂଜା କମିଟିଙ୍କୁ ଏକାଠି ହେବାକୁ ଟ୍ରଷ୍ଟ ନିମନ୍ତ୍ରଣ କରିଛି। ଭୁବନେଶ୍ୱର, କଟକ ସମେତ ଓଡ଼ିଶାରେ ଥିବା ମା’ ଦୁର୍ଗା, ମା’ ଲକ୍ଷ୍ମୀ ଓ କାଳୀପୂଜା ଆୟୋଜନ କରୁଥିବା ଅନୁଷ୍ଠାନ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିବାକୁ ଟ୍ରଷ୍ଟ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ବୋଲି ସଭାପତି ନାରାୟଣ ମହାପାତ୍ରଙ୍କ କହିଛନ୍ତି। ରବିବାର ଏକ ଖବରଦାତା ସମ୍ମିଳନୀରେ ଟ୍ରଷ୍ଟର ଆଭିମୁଖ୍ୟ ଉପରେ ଆଲୋକପାତ କରି ମହାପାତ୍ର କହିଛନ୍ତି, ଗତବର୍ଷ ୧୫୦ ଦୁର୍ଗାପୂଜା ସମିତି ଓ ୧୦୦ଟି ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତାଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଏକ ଭ୍ରାତୃଭାବ ସୃଷ୍ଟି କରାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷ ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି। ଜୟଦେବ ବିହାରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆସନ୍ତା ୨୪ ତାରିଖରେ ପୂଜା କମିଟି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା। ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିବା ସେ କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉମାନାଥ ମିଶ୍ର, ଲଳିତ ମୋହନ ପଣ୍ଡା, ଲଳିତ ଖୁଣ୍ଟିଆ, ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆସୁଛନ୍ତି ବିଘ୍ନରାଜ, ଶହୀଦନଗରରେ ୪୬ ଫୁଟ୍‌ର ମୂର୍ତ୍ତି : ଦଶାବତାର ରୂପ, ୫୦ କେଜି ଲଡ଼ୁ ମୁଖ୍ୟ ଆକର୍ଷଣ

ଦଶାବତାର ରୂପ, ୫୦ କେଜି ଲଡ଼ୁ ମୁଖ୍ୟ ଆକର୍ଷଣ
ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ହେଲାଣି ପୂଜା ମଣ୍ଡପ। ହାତରେ ଆଉ କିଛି ଦିନ ଥିବା ବେଳେ ଗଜାନନଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ପ୍ରତିବର୍ଷ ପରି ଏଥର ମଧ୍ୟ ନିଆରା ଢ଼ଙ୍ଗରେ ଗଣେଶ ପୂଜା ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଶହୀଦନଗରର ୱିନର୍‌ ଆସୋସିଏଶନ। ଚଳିତଥର ଏଠାରେ ୪୬ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଥିବା ବେଳେ ୫୦ କେଜିର ଲଡୁ ଓ ଗଜାନନଙ୍କ ଦଶାବତାର ରୂପ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ ପାଇଛି। ଭୁବନେଶ୍ୱର ଚାରିଟେବୁଲ ଟ୍ରଷ୍ଟ ସଭାପତି ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ମିଳନୀରେ ଆସୋସିଏଶନ୍‌ର ସାଂସ୍କୃତିକ ସମ୍ପାଦକ ନିରୋଜ କୁମାର ସାହୁ କହିଥିଲେ, ଅନ୍ୟବର୍ଷ ପରି ଚଳିତବର୍ଷ ମଧ୍ୟ ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗର ବ୍ୟବହାର କରାଯାଉନାହିଁ। ଚଳିତଥର ଆସୋସିଏଶନ ପକ୍ଷରୁ ଉନ୍ନତମାନର ଆଲୋକ ସଜ୍ଜା ସାଙ୍ଗକୁ ମିନାବଜାର ଏବଂ ୭ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଶେଷରେ ସେପ୍ଟେମ୍ବର ୮ରେ ପାରମ୍ପରିକ ବାଜା ଯୋଡ଼ିଶଙ୍ଖ, ଘଣ୍ଟ, ଶିଙ୍ଘ ସହ ଘୋଡ଼ାନାଚ, ପାଇକ ନାଚ ମାଧ୍ୟମରେ ନଗର ପରିକ୍ରମା ସହ ଭସାଣି ଉତ୍ସବ ସମ୍ପନ୍ନ ହେବ। ଏହାଛଡ଼ା ଆସୋସିଏଶନ ପକ୍ଷରୁ ଅନ୍ଧ, ମୂକ, ବଧିର ଏବଂ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଆଣି ପ୍ରସାଦ ସେବନ ଏବଂ ମନୋରଞ୍ଜନ କରାଇବାକୁ ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ୫ ତାରିଖ ସନ୍ଧ୍ୟା ଆଳତିରେ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଉଲ୍ଲେଖଥାଉ କି, ୨୦୧୦ରୁ ଶୃଙ୍ଖଳାର ସହ ଗଜାନନଙ୍କ ପୂଜା ଏଠାରେ ସମ୍ପାଦନ କରୁଥିବା ବେଳେ ଗତ ୬ ବର୍ଷ ହେଲା ବଡ଼ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ ରହୁଛି।

ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ପୂଜା ପ୍ରସ୍ତୁତି ବୈଠକ

ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ସାଧାରଣ ସଭା ଓ ପୂଜା ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ୟୁନିଟ ୧ ସ୍ଥିତ କସ୍ତୁରବା ମହଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଗୟାଧର ସ୍ବାଇଁଙ୍କ ସଭାପତିତ୍ୱ କରିଥିଲେ। ସମ୍ପାଦକ ଦେବରାଜ ମହାନ୍ତି ଗତବର୍ଷ ପୂଜାର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଚଳିତବର୍ଷ ପୂଜାର ସଫଳ କରିବା ଲାଗି ସମସ୍ତଙ୍କ ସାହାଯ୍ୟ ଓ ସହାୟତା ଆଶା କରିଥିଲେ। ଏହି ଅବସରରେ ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ରସୁଲଗଡ଼ ପୂଜା କମିଟିର ଶୁଭ ଖୁଣ୍ଟି ପୂଜା
ରସୁଲଗଡ଼ ପୂଜା କମିଟି ପକ୍ଷରୁ ଶୁଭ ଖୁଣ୍ଟି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତୋରଣ ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ ବର୍ଷ କମିଟି ଦ୍ୱାରା ଏହି ପୂଜା କରାଯାଉଥିବା ବେଳେ ରବିବାର ପୂର୍ବାହ୍ନରେ ପୂଜାର ଆୟୋଜନ କରାଯାଇଥିଲା। ସଭାପତି ଅନିଲ କୁମାର ବଳିଆରସିଂ, ସମ୍ପାଦକ ପ୍ରଶାନ୍ତ ଶ୍ରୀଚନ୍ଦନ ରାୟ ଓ କମିଟିର ବହୁ କର୍ମକର୍ତ୍ତା ସେଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ଗୃହ ମଧ୍ୟରେ ଯେକୌଣସି ପ୍ରସଙ୍ଗରେ...

ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୧୦୦ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଗୁଣାତ୍ମକ ଶିକ୍ଷା ପ୍ରତି ଓଡ଼ିଶା ସରକାର ପ୍ରତିବଦ୍ଧ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ସମଗ୍ର ରାଜ୍ୟରେ ନୂତନ ଢାଞ୍ଚାରେ ୨୧୪ ଆଦର୍ଶ ବିଦ୍ୟାଳୟ...

ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ହାଇଡ୍ରାମା ବେଳକୁ ବେଳ ନୂଆ ମୋଡ଼ ନେଉଛି। ଅଭିନେତାଙ୍କ ସ୍ତ୍ରୀ ତୃପ୍ତିଙ୍କ ବାପାଙ୍କ ବିରୋଧରେ...

ରନ୍ଧନ, ଇନ୍ଧନ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୫ା୩(ବ୍ୟୁରୋ):  ୟୁକ୍ରେନ୍‌ ଉପରେ ରୁଷିଆ ୧୦ ଦିନ ହେବ ଜୋରଦାର ଯୁଦ୍ଧ ଚଳାଇଛି। ଏହାର ପ୍ରଭାବ ଏବେ ହାଣ୍ଡିଶାଳ ଓ ଯାନବାହନ ଉପରେ ପଡ଼ିଛି। ଗତ...

ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା

ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର...

ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୭୫...

ମନ୍ତ୍ରୀଙ୍କ ଘର ଆଗରେ ମା’ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ନ ହୋଇପାରିବାରୁ ମଙ୍ଗଳବାର କ୍ୟାପିଟାଲ ହାଇସ୍କୁଲ୍‌ ଗେଟ୍‌ ସାମ୍ନାରେ ଜଣେ ମା’ ଓ ତାଙ୍କ ପୁଅ ଆତ୍ମହତ୍ୟା...

ଉତ୍ପାଦ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ବୃଦ୍ଧି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ...

Advertisement
Archives

Model This Week